ସଫଳତା ପାଇବାକୁ ଚାହୁଁଛନ୍ତି, ଆପଣାନ୍ତୁ ଏହି ୫ଟି ସହଜ ଉପାୟ

ଜଞ୍ଜାଳମୟ ଜୀବନରେ ପ୍ରତିଦିନ ଆମେ ବହୁ ସମସ୍ୟାରେ ପଡିଥାନ୍ତି। ଧନହାନୀ, ବେପାରରେ କ୍ଷତି, ପାରିବାରିକ ବିବାଦ, ସ୍ୱାସ୍ଥ୍ୟହାନୀ ପରି ସମସ୍ୟା ପ୍ରାୟ ସମସ୍ତଙ୍କର ଚିର ସହଚର ହୋଇଥାଏ। ବହୁ ସମୟରେ ସ୍ଥିତି ଏପରି ହୋଇଥାଏ ସମସ୍ୟାରୁ ମୁକୁଳି ନ ପାରି କିଛି ଅନାବଶ୍ୟକ କାର୍ଯ୍ୟ କରିବସନ୍ତି। ତେବେ ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇଲେ ଏପରି ସମସ୍ୟା ଦୂର ହେବା ସହ ଆଶ୍ଚର୍ଯ୍ୟଜନକ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା ଏହି ଉପାୟ ଯାହା ଆପଣଙ୍କ ଦୈନନ୍ଦୀନ […]

tulasi

Rakesh Mallick
  • Published: Thursday, 08 June 2017
  • , Updated: 08 June 2017, 09:09 AM IST

ଜଞ୍ଜାଳମୟ ଜୀବନରେ ପ୍ରତିଦିନ ଆମେ ବହୁ ସମସ୍ୟାରେ ପଡିଥାନ୍ତି। ଧନହାନୀ, ବେପାରରେ କ୍ଷତି, ପାରିବାରିକ ବିବାଦ, ସ୍ୱାସ୍ଥ୍ୟହାନୀ ପରି ସମସ୍ୟା ପ୍ରାୟ ସମସ୍ତଙ୍କର ଚିର ସହଚର ହୋଇଥାଏ। ବହୁ ସମୟରେ ସ୍ଥିତି ଏପରି ହୋଇଥାଏ ସମସ୍ୟାରୁ ମୁକୁଳି ନ ପାରି କିଛି ଅନାବଶ୍ୟକ କାର୍ଯ୍ୟ କରିବସନ୍ତି। ତେବେ ଏପରି କିଛି ଉପାୟ ଅଛି ଯାହାକୁ ଆପଣାଇଲେ ଏପରି ସମସ୍ୟା ଦୂର ହେବା ସହ ଆଶ୍ଚର୍ଯ୍ୟଜନକ ସଫଳତା ମିଳିଥାଏ। ଆସନ୍ତୁ ଜାଣିବା ଏହି ଉପାୟ ଯାହା ଆପଣଙ୍କ ଦୈନନ୍ଦୀନ ଜୀବନରେ ହସଖୁସି ଭରି ଦେବ।

୧. ଆପଣଙ୍କ ଘର, ଦୋକାନ କିମ୍ବା ଶୋରୁମ୍‌ରେ କିଛି ଧାତବ ପଦାର୍ଥରେ ଝରୁଥିବା ପାଣି ରଖନ୍ତୁ। ଏହାସହ ଏକ ଆକ୍ୱାରାମ୍‌ ରଖନ୍ତୁ ଯେଉଁଥିରେ ୮ଟି ଗୋଲ୍ଡ ଫିସ୍‌ କିମ୍ବା ଏକ କଳା ମାଛ ରଖନ୍ତୁ। ଏହାକୁ ଉତ୍ତର କିମ୍ବା ଉତ୍ତର-ପୂର୍ବ ଦିଗରେ ରଖିଲେ ସମସ୍ୟା ଦୂର ହୋଇଯିବ। ଯଦି କେବେ କୌଣସି ମାଛ ମରିଯାଆନ୍ତି ତେବେ ସଙ୍ଗେ ସଙ୍ଗେ ସେ ସ୍ଥାନରେ ଆଉ ଏକ ମାଛ ରଖନ୍ତୁ।

୨. ଏକ ତମ୍ବା ପାତ୍ରରେ ଜଳ ରଖି ସେଥିରେ କିଛି ଲାଲ ଚନ୍ଦନ ମିଶାଇ ଦିଅନ୍ତୁ। ଏହାକୁ ରାତିରେ ଆପଣଙ୍କ ମୁଣ୍ଡ ଉପରକୁ ରଖି ଦିଅନ୍ତୁ। ସକାଳେ ଏହି ଜଳକୁ ନେଇ ତୁଳସୀ ଚଉଁରାରେ ଦିଅନ୍ତୁ। ଧୀରେ ଧୀରେ ସବୁ ସମସ୍ୟା ଦୂର ହୋଇଯିବ।

୩. କଳକୁ ଗହମ ପେଷିବାକୁ ଯିବା ବେଳେ ୧୧ଟି ତୁଳସୀ ପତ୍ର ସେଥିରେ ପକାଇ ଦିଅନ୍ତୁ। ଗୋଟେ ଲାଲ କପଡ଼ାରେ ୨ ଧାଗା କେସର ଓ ଗହମ ରଖିବା ସହ ମନ୍ଦିରର ମାଟି ରଖି ଭଲଭାବେ ବାନ୍ଧି ଦିଅନ୍ତୁ। ଯଦି ସମ୍ଭବ ଏହାକୁ ମଧ୍ୟ ପେଷି ଦିଅନ୍ତୁ। ପରେ ଏହାକୁ ପେଷି କି ଆଣିଥିବା ଗହମରେ ମିଶାଇ ଦିଅନ୍ତୁ। ଏପରି କଲେ ଧନ ବୃଦ୍ଧି ହେବ ଓ ମା’ ଲକ୍ଷ୍ମୀଙ୍କ କୃପା ସବୁ ବେଳେ ରହିବ। କେବଳ ସୋମବାର ଓ ଶନିବାର ହିଁ ଗହମ ପେଷିବାକୁ ନିଅନ୍ତୁ।

୪. ପ୍ରତି ଶୁକ୍ରବାର ନିୟମ ଅନୁସାରେ କୌଣସି ଭୋକିଲା ବ୍ୟକ୍ତିଙ୍କୁ ଖାଇବାକୁ ଦିଅନ୍ତୁ। ଏହାସହ ପ୍ରତି ରବିବାର ଗାଈକୁ ଗୁଡ ଖୁଆନ୍ତୁ। ନିୟମିତ ଏପରି କଲେ ଆପଣଙ୍କ ଧନବୃଦ୍ଧି ଘଟିବ।

୫. ପୂରା ଫିଟୁଥିବା ୫ଟି ଗୋଲାପ ନିଅନ୍ତୁ। ଦେଢ ମିଟରର ଏକ ସଫା କପଡା ନେଇ ବିଛାଇ ଦିଅନ୍ତୁ। ଏହି ୫ଟି ଗୋଲାପକୁ ଗାୟତ୍ରୀ ମନ୍ତ୍ର ଜପ କରି ଉକ୍ତ ଧଳା କପଡ଼ାରେ ବାନ୍ଧି ଦିଅନ୍ତୁ। ନିଜେ ଯାଇ ଏହାକୁ ଜଳରେ ବିସର୍ଜନ କରିଦିଅନ୍ତୁ। ଏପରି କରିଲେ ସବୁ ପ୍ରକାର ସମସ୍ୟା ଦୂର ହୋଇଯିବ।

Related story