ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରାଦିନ ଆସିବା ମାତ୍ରେ ଆପଣ ଲେମ୍ୱୁ ପାଣି ପିଇବା ଆରମ୍ଭ କରିଥାନ୍ତି। ଏପରିକି କିଛି ଲୋକ ମୋଟାରୁ ପତଳା ହେବା ପାଇଁ ମଧ୍ୟ ଲେମ୍ୱୁ ପାଣି ପିଇବାକୁ ପସନ୍ଦ କରିଥାନ୍ତି।
ଯଦି ଆପଣ ବି ଲେମ୍ୱୁ ପାଣିକୁ ନିୟମିତ ଭାବରେ ପିଉଛନ୍ତି, ତେବେ ସାବଧାନ ରୁହନ୍ତୁ। ଲେମ୍ୱୁପାଣି ଶରୀର ପାଇଁ ଲାଭଦାୟକ ନୁହେଁ।
ତେବେ ଆସନ୍ତୁ ଜାଣିବା ଲେମ୍ବୁପାଣି କିପରି ଆପଣଙ୍କ ଶରୀର ଉପରେ କ୍ଷତି ପହଞ୍ଚାଇଥାଏ।
- ଲେମ୍ବୁରେ ସାଇଟ୍ରିକ୍ ଏସିଡ୍ ରହିଥାଏ, ଯାହାଦ୍ୱାରା ଆପଣଙ୍କ ଦାନ୍ତ କ୍ଷତିଗ୍ରସ୍ତ ହୋଇଥାଏ। ଏଥିପାଇଁ ଲେମ୍ବୁ ପାଣି ପିଇବା ସମୟରେ ଗ୍ଲାସ ପରିବର୍ତ୍ତେ ଷ୍ଟ୍ର' ବ୍ୟବହାର କରନ୍ତୁ। ଏପରି କଲେ ଆପଣଙ୍କ ଦାନ୍ତ କ୍ଷତିଗ୍ରସ୍ତ ହେବନାହିଁ।
- ଯେଉଁମାନଙ୍କ ଅମ୍ଳପିତ୍ତ ସମସ୍ୟା ରହିଛି, ସେମାନେ ଲେମ୍ବୁ ପାଣି ପିଇବା ଅନୁଚିତ୍। ଏହା ଦ୍ୱାରା ପେଟ ସମସ୍ୟା ଦେଖା ଦେଇଥାଏ।
- ସେହିପରି ଯେଉଁମାନଙ୍କର ଅଲସର୍ ସମସ୍ୟା ରହିଛି, ସେମାନେ ଲେମ୍ବୁ ଖାଆନ୍ତୁ ନାହିଁ।
- କିଛି ଲୋକଙ୍କର ଖାଦ୍ୟ ଖାଇସାରିବା ପରେ ଲେମ୍ବୁ ପାଣି ପିଇ ଖାଦ୍ୟ ହଜମ କରିବାର ଅଭ୍ୟାସ ରହିଥାଏ। କିନ୍ତୁ ଜାଣି ରଖନ୍ତୁ, ଏହା ଏକ ଖରାପ ଅଭ୍ୟାସ। ଏହା ଯୋଗୁ ଆପଣଙ୍କ ପେଟ ସମସ୍ୟା ସୃଷ୍ଟି ହୋଇଥାଏ।
- ଲେମ୍ବୁକୁ ଖାଦ୍ୟରେ ମିଶାଇ ଖାଇ ପାରିବେ। ଆପଣ ଚାହିଁଲେ ଲେମ୍ବୁ ଆଚାର ମଧ୍ୟ ଖାଇପାରିବେ। ମାତ୍ର ଆବଶ୍ୟକତାଠାରୁ ଅଧିକ ଲେମ୍ବୁ ଖାଇଲେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚିଥାଏ।