ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘରର କିଛି ପୁରୁଣା ସାମଗ୍ରୀ, ଯଥା: ଖବରକାଗଜ, କାଚ ବୋତଲ, ପ୍ଲାଷ୍ଟିକ୍ ଓ ପଲିଥିନ୍ ଆଦିକୁ ଆମେ ବାହାରକୁ ଫିଙ୍ଗି ଦେଇଥାଉ କିମ୍ୱା କବାଡିବାଲାକୁ ବିକ୍ରି କରିଥାଉ। କିନ୍ତୁ କିଛି ଲୋକ କିନ୍ତୁ ଏହିସବୁକୁ ଦରକାରୀ ସାମଗ୍ରୀ ବୋଲି ଚିନ୍ତା କରି ଫିଙ୍ଗିବାକୁ ଆଦୌ ରାଜି ହୁଅନ୍ତି ନାହିଁ। ଯଦି ଏପରି କୌଣସି ବ୍ୟକ୍ତିଙ୍କୁ ଆପଣ ଦେଖିବାକୁ ପାଉଛନ୍ତି, ତେବେ ଜାଣି ରଖନ୍ତୁ, ସଂପୃକ୍ତ ବ୍ୟକ୍ତି ଏକ ମାନସିକ ରୋଗର ଶିକାର ହୋଇଛନ୍ତି। ଏପରି ଲକ୍ଷଣକୁ ସ୍ୱାସ୍ଥ୍ୟ ବିଶେଷଜ୍ଞ Psychological Disorder ବା ମାନିସକ ଅସନ୍ତୁଳନ କହିଥା'ନ୍ତି। ଏହାକୁ 'ହୋର୍ଡିଙ୍ଗ୍' ଡିଜ୍ଅର୍ଡର୍ ଏବଂ ଏପରି ମାନସିକତା ରଖୁଥିବା ବ୍ୟକ୍ତିଙ୍କୁ 'ହୋର୍ଡର୍' ବୋଲି କୁହାଯାଏ। ଏହି ଲୋକମାନଙ୍କୁ ଅନୁଭବ ହୋଇଥାଏ ଯେ, ପୁରୁଣା ସମାଗ୍ରୀସବୁକୁ ସାଇତି ରଖିବା ନିହାତି ଦରକାର। ଏହି ଅଭ୍ୟାସରୁ ନିବୃତ୍ତ ରହିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କୁ ମନୋବିଜ୍ଞାନୀଙ୍କ ପରାମର୍ଶ ନେବାକୁ ପଡ଼ିଥାଏ।
ଏହାର ପ୍ରଭାବ:
'ହୋର୍ଡିଙ୍ଗ୍' ଯୋଗୁ ଅନ୍ୟାନ୍ୟ ସମସ୍ୟା:
ଏହି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଏପରି ଅନୁଭବ ହୋଇଥାଏ ଯେ ସେ ଯେଉଁ ଜିନିଷ ସାଇତି ରଖିଛନ୍ତି, ତାହା ଭବିଷ୍ୟତରେ କାମରେ ଆସିବ। କିମ୍ୱା ଏପରି ଲାଗିଥାଏ ଯେ ଏହି ଜିନିଷଗୁଡ଼ିକର ଭାବନାତ୍ମକ ମହତ୍ତ୍ୱ ରହିଛି, ସେଥିପାଇଁ ଏଗୁଡ଼ିକୁ ଫିଙ୍ଗିବା ଅସମ୍ଭବ। ଏହି ଜିନିଷ ସବୁକୁ ସେମାନେ ନିଜର ସ୍ମୃତି ସହିତ ଯୋଡ଼ି ରଖିଥା'ନ୍ତି ଆଉ ଭାବିଥା'ନ୍ତି ଯେ ଏଗୁଡ଼ିକୁ ଫିଙ୍ଗିଦେଲେ, ସେମାନଙ୍କ ସ୍ମୃତି ବି ଚାଲିଯିବ।
ଏହି ରୋଗର କିଛି ଲକ୍ଷଣ:
. ପୁରୁଣା ଜିନିଷ ଆଦୌ ନଫିଙ୍ଗିବା ବା ଏସବୁକୁ ଫିଙ୍ଗିବା ପାଇଁ ନିଷ୍ପତ୍ତି ନେଇ ନପାରିବା
. ଯଦି କେହି ଏହିସବୁ ପୁରୁଣା ଜିନିଷ ଫିଙ୍ଗିବାକୁ ଚେଷ୍ଟା କରେ, ତେବେ ଏହାକୁ ନେଇ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିବା।
. ସାଇତି ଅକିଥିବା ଜିନିଷକୁ ବ୍ୟବସ୍ଥିତ ଭାବେ ସଜାଡ଼ିବାକୁ ଯୋଜନା କରିବା
. ସାଇତା ହୋଇଥିବା ଜିନିଷ ପାଇଁ ସବୁବେଳେ ଚିନ୍ତାଗ୍ରସ୍ତ ରହିବା।