ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସବୁ ମାଆ ଛୋଟ ପିଲାମାନଙ୍କର ଅନେକ ଯତ୍ନ ନେଇଥାନ୍ତି। ହେଲେ ଏତେ ଯତ୍ନ ନେଲା ପରେ ବି ପିଲାର ସବୁବେଳେ ଦେହ ଖରାପ ହୁଏ। ଏହାର କାରଣ ପିଲାଙ୍କୁ ଗାଧୋଇବାବେଳେ ହେଉଥିବା କିଛି ଭୁଲ୍।
ଛୋଟ ପିଲାଙ୍କୁ ସଠିକ୍ ସମୟରେ ଗାଧୋଇବା ଓ ମାଲିସ୍ କରିବା ଉଚିତ୍। ସେମାନଙ୍କୁ ଗାଧୋଇବା ସମୟରେ ଏପରି କିଛି ଭୁଲ୍ କରନ୍ତୁ ନାହିଁ ଯାହାଫଳରେ ତାକୁ କିଛି ସମସ୍ୟା ଭୋଗିବାକୁ ପଡ଼ିବ। ଆଜି ଆମେ ଆପଣଙ୍କୁ ଶିଶୁଙ୍କୁ ଗାଧୋଇବା ବେଳେ କିଛି ସାବଧାନତା ଅବଲମ୍ବନ କରିବାର ଟିପ୍ସ ଦେବୁ।
୧) ଶିଶୁକୁ କେବେ ହେଲେ ତା’ର ଶୋଇବା ସମୟରେ କି ଭୋକ ଲାଗୁଥିବା ଅବସ୍ଥାରେ ଗାଧାନ୍ତୁ ନାହିଁ।
୨) ଗାଧୋଇବା ସମୟରେ ପିଲାକୁ ଯେପରି ଥଣ୍ଡା ନ ଲାଗେ ସେଥିପ୍ରତି ଧ୍ୟନ ଦିଅନ୍ତୁ। ତେଣୁ ପିଲାକୁ ସମ୍ପୁର୍ଣ୍ଣ ଥଣ୍ଡା ପାଣିରେ ନ ଗାଧୋଇ ଟିକେ ଉଷୁମ ପାଣିରେ ଗାଧାନ୍ତୁ।
୪) ଗାଧୋଇବା ପୂର୍ବରୁ ପିଲାକୁ ମାଲିଶ୍ କରନ୍ତୁ ଓ ଗାଧୋଇବା ପରେ ଶରୀରରେ ମୟଶ୍ଚରାଇଜର୍ ଲଗାଇବାକୁ ଭୁଲନ୍ତୁ ନାହିଁ।
୫) ଯଦି ପ୍ରଥମ ଥର ଶିଶୁକୁ ସାବୁନ କିମ୍ବା ଶାମ୍ପୁ ଲଗାଇବାକୁ ଯାଉଛନ୍ତି ତେବେ ପ୍ରଥମେ ତାଙ୍କ ତ୍ୱଚାରେ ଟିକେ ଲଗାଇ ଦେଖନ୍ତୁ ଏହା ତାଙ୍କୁ ସୁଟ୍ କରୁଛି କି ନାହିଁ। ଯଦି ଏହା ଲଗାଇବା ଦ୍ୱାରା ତ୍ୱଚା ଲାଲ୍ ପଡ଼ିଯାଉଛି କିମ୍ବା କୁଣ୍ଡେଇ ହୋଇ ଫଳିଯାଉଛି ତେବେ ସେ ସାବୁନ କିମ୍ବା ଶାମ୍ପୁ ବ୍ୟବହାର କରନ୍ତୁ ନାହିଁ।
୭) ଗାଧୋଇ ସାରିବା ପରେ ପିଲାକୁ ଭଲ ଭାବେ ପୋଛିବା ପରେ ଡ୍ରେସ୍ ପିନ୍ଧାନ୍ତୁ। ଏହାପରେ ତୁରନ୍ତ ତାଙ୍କୁ ଖାଇବାକୁ ଦିଅନ୍ତୁ। କାରଣ ଗାଧୋଇ ସାରିବା ବେଶି ସମୟ ଖାଲିପେଟରେ ରହିଲେ ଥଣ୍ଡା ହୋଇଥାଏ।