ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତ ଦିନ ଆସିଲେ ଜଳବାୟୁ ପରିବର୍ତ୍ତନ ଯୋଗୁ ଶରୀରକୁ ଅନେକ ରୋଗ ମାଡ଼ି ବସିଥାଏ। ବିଶେଷ କରି ଥଣ୍ଡା, ଜ୍ୱର ଓ କାଶ ତ ସବୁବେଳେ ଲାଗି ରହେ। ତେବେ ଆପଣ ବୋଧହୁଏ ଅନୁମାନ କରି ନ ଥିବେ ଯେ ଶୀତ ଦିନେ ଶରୀରର ଓଜନ ମଧ୍ୟ ବଢ଼ିବାକୁ ଲାଗେ। ଅଧିକାଂଶ ଲୋକ ଭାବିଥା'ନ୍ତି ଯେ ସେମାନେ ଖାଉଥିବା ଖାଦ୍ୟ ପାଇଁ ଶରୀରର ଓଜନ ବଢ଼ୁଛି। ହେଲେ କେବଳ ଖାଦ୍ୟ ନୁହେଁ, ବରଂ ଏମିତି ଅନେକ କାରଣ ରହିଛି, ଯାହା ଶୀତ ଦିନେ ଶରୀରର ଓଜନ ବୃଦ୍ଧି କରିଥାଏ।
ଏବେ ଆସନ୍ତୁ ଜାଣିବା, ଶୀତ ଦିନେ ଓଜନ ବୃଦ୍ଧିର କାରଣ ଏବଂ ଏହାର ନିରାକରଣ।
ଓଜନ ବଢ଼ିବାର କାରଣ
୨. ଶୀତ ଦିନେ ପରିବେଶ ଥଣ୍ଡା ଯୋଗୁ ଶରୀରରୁ ଅଧିକ ପରିମାଣର ଝାଳ ବାହାରେ ନାହିଁ। କାରଣ ଶୀତ ଦିନେ ଶରୀର ଏତେ ଶୀଘ୍ର ଗରମ ହୁଏ ନାହିଁ। ଫଳରେ ଶରୀରରେ ଜମିଥିବା ଚର୍ବି ମିଳାଇବାରେ ଅସୁବିଧା ହୁଏ।
୪. ଶୀତଦିନରେ ଅତ୍ୟଧିକ ଥଣ୍ଡା ଲଗୁଥିବାରୁ ଅନେକ ଲୋକ ପାଣି ପିଇବାରେ ଅବହେଳା କରନ୍ତି। ଶରୀରକୁ ଯଥେଷ୍ଟ ପରିମାଣରେ ପାଣି ନ ମିଳିଲେ ଏହା ହାଇଡ୍ରେଟ୍ ରହି ନ ଥାଏ ଓ ମେଟାବଲିଜିମ୍ ହ୍ରାସ ପାଇଥାଏ। ଫଳରେ ଓଜନ ବୃଦ୍ଧି ହୋଇଥାଏ।
ଓଜନ ବୃଦ୍ଧିକୁ କେମିତି ରୋକିବେ
୨. ଅଳସୁଆ ନ ହୋଇ ଶୀତ ଦିନେ ନିୟମିତ ସକାଳୁ ଉଠି ବ୍ୟାୟାମ୍ କିମ୍ବା ମର୍ଣିଂୱାକ୍ କରନ୍ତୁ। ଏହା ଆପଣଙ୍କୁ ଫିଟ୍ ରଖିବା ସହ ଆପଣଙ୍କ ମୁଡ୍କୁ ସତେଜ ରଖିବ। ଫଳରେ ଦିନସାରା ଆଉ ମାନ୍ଦା ଲାଗିବ ନାହିଁ।
୪. ଶୀତ ଋତୁରେ ଅଧିକ ସମୟ ଶୁଅନ୍ତୁ ନାହିଁ, କାରଣ ଏହାଁ ହିଁ ଆପଣଙ୍କ ଶରୀର ପାଇଁ ସବୁଠୁ ବଡ଼ ଶତ୍ରୁ। ଆବଶ୍ୟକରୁ ଅଧିକ ଶୋଇଲେ ଓଜନ ବଢ଼ିଥାଏ।