ସୂର୍ଯ୍ୟାସ୍ତ ପରେ କରନ୍ତୁ ନାହିଁ ଏହି କାମ: ନହେଲେ ହୋଇପାରନ୍ତି କାଙ୍ଗାଳ

ଦୈନନ୍ଦିନ ଜୀବନରେ ଆମେ ଅନେକ କାମ କରିଥାଉ। କିଛି କାମ କରିବାର ସଠିକ ସମୟ ରହିଛି। ହିନ୍ଦୁ ଧର୍ମ ଓ ଗ୍ରନ୍ଥ ଅନୁସାରେ ସନ୍ଧ୍ୟା ଓ ରାତିରେ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଏହାକୁ ନମାନିଲେ ଜୀବନଧାରଣ ଉପରେ କୁପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା ରାତି ସମୟରେ କ’ଣ କରିବେ ନାହିଁ। ରାତିରେ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ: ସନ୍ଧ୍ୟା ସମୟରେ ତୁଳସୀ ଚଉରା ପାଖରେ ଦୀପ ଲଗାଇଲେ ପରିବାରରେ ଶାନ୍ତି ବଜାୟ ରହିଥାଏ। ଚଡରାରେ […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 01:17 PM IST

ଦୈନନ୍ଦିନ ଜୀବନରେ ଆମେ ଅନେକ କାମ କରିଥାଉ। କିଛି କାମ କରିବାର ସଠିକ ସମୟ ରହିଛି। ହିନ୍ଦୁ ଧର୍ମ ଓ ଗ୍ରନ୍ଥ ଅନୁସାରେ ସନ୍ଧ୍ୟା ଓ ରାତିରେ କିଛି କାର୍ଯ୍ୟ କରିବାକୁ ବାରଣ କରାଯାଇଛି। ଏହାକୁ ନମାନିଲେ ଜୀବନଧାରଣ ଉପରେ କୁପ୍ରଭାବ ପଡିଥାଏ। ଆସନ୍ତୁ ଜାଣିବା ରାତି ସମୟରେ କ’ଣ କରିବେ ନାହିଁ।

ରାତିରେ ତୁଳସୀ ପତ୍ର ଛିଣ୍ଡାନ୍ତୁ ନାହିଁ: ସନ୍ଧ୍ୟା ସମୟରେ ତୁଳସୀ ଚଉରା ପାଖରେ ଦୀପ ଲଗାଇଲେ ପରିବାରରେ ଶାନ୍ତି ବଜାୟ ରହିଥାଏ। ଚଡରାରେ ପୂଜା ପାଉଥିବା ତୁଳସୀକୁ ସକାଳ ସମୟରେ ଜଳଦାନ କରାଯାଏ। ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଜଳଦାନ କରାଯାଇ ନଥାଏ କି ତୁଳସୀପତ୍ର ଛିଣ୍ଡା ଯାଇ ନଥାଏ। ଯଦି ଏହାକୁ ପାଳନ କରିବେ ନାହିଁ ଘଣୁ ଲକ୍ଷ୍ମୀ ଛାଡି ଚାଲିଯିବେ।

ସନ୍ଧ୍ୟାରେ ଘରେ ଝାଡୁ କରନ୍ତୁ ନାହିଁ: ଶାସ୍ତ୍ର ଅନୁସାରେ ସନ୍ଧ୍ୟା ସମୟରେ ଘରେ ଝାଡୁ କରିବା ନିଷେଧ। ଏପରି କଲେ ଘରେ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାନ୍ତି। ତେଣୁ ସନ୍ଧ୍ୟା ପୂର୍ବରୁ ଘର ସଫା କରି ଦିଅନ୍ତୁ।

ସନ୍ଧ୍ୟାରେ ଶୁଅନ୍ତୁ ନାହିଁ: ସନ୍ଧ୍ୟାରେ ଶୁଅନ୍ତୁ ନାହିଁ। ସନ୍ଧ୍ୟା ସମୟରେ ଶୋଇବା ସ୍ୱାସ୍ଥ୍ୟହାନି ଘଟିଥାଏ। ରୋଗୀ,ବୃଦ୍ଧ ଓ ଗର୍ଭବତୀ ମହିଳାମାନେ ସନ୍ଧ୍ୟାରେ ଶାଇ ପାରିବେ। ସୁସ୍ଥ ବ୍ୟକ୍ତି ସନ୍ଧ୍ୟାରେ ଶୋଇବା ଉଚିତ ନୁହେଁ। ଏପରି କଲେ ଲକ୍ଷ୍ମୀଛଡା ହୋଇଯିବେ।

ରାତିରେ ନଖ କାଟନ୍ତୁ ନାହିଁ: ଘରେ ସୁଖ ସମୃଦ୍ଧି ଚାହୁଁଥିଲେ ଭୁଲରେ ରାତି ସମୟରେ ନଖ କାଟନ୍ତୁ ନାହିଁ। ଏହା ଅଶୁଭ ଲକ୍ଷଣ। ରାତିରେ ନଖ କାଟିଲେ ମାତା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡ଼ିଥାଏ।

ଗୁରୁବାରରେ ଚୁଟି କାଟନ୍ତୁ ନାହିଁ: ଗୁରୁବାର ଦିନ ଖିଅର ହୁଅନ୍ତୁ ନାହିଁ କି ଚୁଟି କାଟନ୍ତୁ ନାହିଁ। ଏହିଦିନ ଭାଗ୍ୟ ନିର୍ଦ୍ଧରଣ କରୁଥିବା ବୃହସ୍ପତିଙ୍କ ଦିନ। ତେଣୁ ଏହିଦିନ ଚୁଟି କାଟିଲ କିମ୍ବା ଖିଅର ହେଲେ ଦୁର୍ଭାଗ୍ୟ ପିଛା ଛାଡି ନଥାଏ।

Related story