Advertisment

ଅଧିକ ପାଣି ପିଇବା ହୋଇପାରେ କ୍ଷତିକାରକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଶରୀର ସୁସ୍ଥ ରହିବା ପାଇଁ ପାଣିର ବହୁତ ଆବଶ୍ୟକତା ରହିଥାଏ। ଡାକ୍ତର ମଧ୍ୟ ଆମକୁ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ଆପଣ ମଧ୍ୟ ପାଣି ପିଇବାର ଫାଇଦା ବିଷୟରେ ଜାଣିଥିବେ। କିନ୍ତୁ ଆପଣ ଜାଣିଛନ୍ତି କି, ଅଧିକା ପାଣି ପିଇବା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେବେ ଆପଣ ଯଦି ସୁସ୍ଥ ରହିବାକୁ ଅଧିକା ପାଣି ପିଉଛନ୍ତି, ତାହାଲେ ସତର୍କ ହୋଇଯାଆନ୍ତୁ। ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। […]

ଅଧିକ ପାଣି ପିଇବା ହୋଇପାରେ କ୍ଷତିକାରକ

d11

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆମ ଶରୀର ସୁସ୍ଥ ରହିବା ପାଇଁ ପାଣିର ବହୁତ ଆବଶ୍ୟକତା ରହିଥାଏ। ଡାକ୍ତର ମଧ୍ୟ ଆମକୁ ପାଣି ପିଇବାକୁ ପରାମର୍ଶ ଦେଇଥାନ୍ତି। ଆପଣ ମଧ୍ୟ ପାଣି ପିଇବାର ଫାଇଦା ବିଷୟରେ ଜାଣିଥିବେ।

Advertisment

କିନ୍ତୁ ଆପଣ ଜାଣିଛନ୍ତି କି, ଅଧିକା ପାଣି ପିଇବା ମଧ୍ୟ ଆମ ସ୍ୱାସ୍ଥ୍ୟ ପାଇଁ ହାନିକାରକ ହୋଇଥାଏ। ତେବେ ଆପଣ ଯଦି ସୁସ୍ଥ ରହିବାକୁ ଅଧିକା ପାଣି ପିଉଛନ୍ତି, ତାହାଲେ ସତର୍କ ହୋଇଯାଆନ୍ତୁ। ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେଣୁ ଜାଣନ୍ତୁ, ଅଧିକ ପାଣି ପିଇବା ଆମ ଶରୀର ପାଇଁ କେତେ କ୍ଷତିକାରକ ହୋଇଥାଏ।

publive-image

୧- ପାଣି ଆମ ଶରୀର ପାଇଁ ବହୁତ ଜରୁରୀ ହୋଇଥାଏ। କିନ୍ତୁ ଅଧିକ ପାଣି ପିଇବା ଦ୍ୱାରା ଆମ ଶରୀରରେ ରକ୍ତରେ ଥିବା ଲୁଣ ଅଂଶ କମି ଯାଇଥାଏ। ଏହି ସ୍ଥିତିକୁ Hyponatremia କୁହାଯାଏ।

Advertisment

୨-ଅନେକ ସମୟରେ ଲୋକମାନେ ଡିହାଇଡ୍ରେଟ୍‌ର ଶିକାର ହେଲେ ଆବଶ୍ୟକତାଠାରୁ ଅଧିକ ପାଣି ପିଇ ଦେଇଥାନ୍ତି। ଆଉ ଏଥିପାଇଁ ମୁଣ୍ଡ ବିନ୍ଧା, ବାନ୍ତି, ଅନେକଥର ପରିଶ୍ରା ଯିବା ଭଳି ସମସ୍ୟା ଦେଖାଦେଇଥାଏ।

publive-image

୩- ଯେତେବେଳେ କୌଣସି ବ୍ୟକ୍ତି କମ୍‌ ସମୟ ବ୍ୟବଧାନରେ ଅଧିକ ପାଣି ପିଇ ଦେଇଥାନ୍ତି, ସେତେବେଳେ କିଡ୍‌ନି ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିଥାଏ। କିଡ୍‌ନି ସହଜରେ ପାଣିକୁ ବାହାରକୁ ବାହାର କରିପାରିନ ଥାଏ। ଆଉ ଯେତେବଳେ ଆପଣଙ୍କ କିଡ୍‌ନି ଠିକ୍‌ରେ କାମ କରେ ନାହିଁ ସେତେବେଳେ ଶରୀରର କୋଷଗୁଡ଼ିକରେ ମଧ୍ୟ ପାଣି ଜମା ହୋଇଯାଇଥାଏ। ଏଥିଯୋଗୁ ଆପଣଙ୍କ ଶରୀର ଫୁଲିବାକୁ ଲାଗିଥାଏ।

୪-   ପାଣି ଅଧିକ ପିଇଲେ କିଛି କୋଷରେ ଅଧିକ ପାଣି ଜମା ହେବାର ଆଶଙ୍କ ଥାଏ। କିନ୍ତୁ ମସ୍ତିସ୍କରେ ଥିବା କୋଷରେ ପାଣି ଜମା ହୋଇପାରେ ନାହିଁ। ଆଉ ଯେତେବେଳେ ପାଣି ଜମା ନ ହୋଇ ଚାରିଆଡ଼େ ବ୍ୟାପିଥାଏ, ତାହା ଆମ ଶରୀର ପାଇଁ କ୍ଷତିକାରକ ସା‍‍ବ୍ୟସ୍ତ ହୋଇପାରେ।

publive-image

୫-ଅଧିକ ପାଣି ପିଇବା ଯୋଗୁ ଆପଣ ରାତିରେ ବାରମ୍ବାର ପରିଶ୍ରା ଯାଇଥାନ୍ତି। ଆଉ ଏଥିପାଇଁ ଆପଣଙ୍କ ନିଦ ମଧ୍ୟ ପୁରା ହୋଇପାରେ ନାହିଁ। ଫଳରେ କିଡ୍‌ନି ମଧ୍ୟ ଠିକ୍‌ରେ କାମ କରିପାରେ ନାହିଁ। କାରଣ ତା ଉପରେ ପାଣି ବାହାର କରିବାର ବୋଝ ବଢ଼ିଯାଇଥାଏ।

୬- ଖାଇବା ପରେ କେବେ ବି ସାଙ୍ଗେସାଙ୍ଗେ ପାଣି ପିଅନ୍ତୁ ନାହିଁ। କାରଣ ଖାଇଥିବା ଖାଦ୍ୟ ହଜମ କରିବା ପାଇଁ ଶରୀରକୁ ଗରମର ଆବଶ୍ୟକତା ହୋଇଥାଏ। କିନ୍ତୁ ପାଣି ପିଇବା ଯୋଗୁ ଶରୀରର ଗରମ କମ୍‌ ହୋଇଯାଏ। ଏବଂ ଖାଇବା ସହଜରେ ହଜମ ହୋଇପାରେ ନାହିଁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe