ପ୍ରତିଦିନ ୨ ଘଣ୍ଟା କାର୍ ଡ୍ରାଇଭିଂ କରୁଛନ୍ତି? ଦେଖାଦେଇ ପାରେ ଏସବୁ ସମସ୍ୟା

ଆପଣ ଜାଣିଛନ୍ତି ଡ୍ରାଇଭିଂ କରିବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଯଦି ଆପଣ ଦିନରେ ୨ ଘଣ୍ଟା ଡ୍ରାଇଭିଂ କରୁଛନ୍ତି ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିପାରେ। ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼ିପାରେ ୧- ଡ୍ରାଇଭିଂ କରିବା ସମୟରେ ଷ୍ଟ୍ରେସ୍‌ ଲେବଲ୍ ବଢ଼ିଯାଏ। ୨-ଅଧିକ ସମୟ କିମ୍ୱା ଲଗାତାର ଡ୍ରାଇଭିଂ କରିବା ଦ୍ୱାରା ଶରୀର ଥକି ଯାଏ। ଅନ୍ୟ କୌଣସି କାମ […]

young-woman-driving

Rakesh Mallick
  • Published: Monday, 24 July 2017
  • , Updated: 24 July 2017, 12:09 PM IST

ଆପଣ ଜାଣିଛନ୍ତି ଡ୍ରାଇଭିଂ କରିବା ଦ୍ୱାରା ଏହାର ସିଧାସଳଖ ପ୍ରଭାବ ଶରୀର ଉପରେ ପଡ଼ିଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଯଦି ଆପଣ ଦିନରେ ୨ ଘଣ୍ଟା ଡ୍ରାଇଭିଂ କରୁଛନ୍ତି ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପଡ଼ିପାରେ।

ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ଉପରେ କ’ଣ ପ୍ରଭାବ ପଡ଼ିପାରେ

୧- ଡ୍ରାଇଭିଂ କରିବା ସମୟରେ ଷ୍ଟ୍ରେସ୍‌ ଲେବଲ୍ ବଢ଼ିଯାଏ।

୨-ଅଧିକ ସମୟ କିମ୍ୱା ଲଗାତାର ଡ୍ରାଇଭିଂ କରିବା ଦ୍ୱାରା ଶରୀର ଥକି ଯାଏ। ଅନ୍ୟ କୌଣସି କାମ କରିବାକୁ ଆଗ୍ରହ ହୁଏ ନାହିଁ।

୩- ଯେଉଁମାନେ ଅଧିକ ସମୟ ଧରି ଡ୍ରାଇଭିଂ କରନ୍ତି ସେମାନଙ୍କୁ ଠିକ୍ ସେ ନିଦ ହୋଇ ନ ଥାଏ। ଫଳରେ ଅବସାଦ ସମସ୍ୟା ଦେଖାଦିଏ।

୪- ଗୋଟିଏ ସିଟ୍‌ରେ ଦୀର୍ଘ ସମୟ ଧରି ବସିବା ଦ୍ୱାରା ପିଠି ଓ ମେରୁଦଣ୍ଡରେ ଯନ୍ତ୍ରଣା ହୁଏ।

୫- ଡ୍ରାଇଭିଂ ଅଭ୍ୟାସରେ ପରିଣତ ହେଲେ ବ୍ଲଡ୍ ପ୍ରେସର, ସୁଗାର ଓ ମୋଟାପଣ ଶିକାର ହୋଇପାରନ୍ତି।

 ଏହି ସମସ୍ୟାରୁ କିପରି ମୁକ୍ତି ପାଇବେ ଆସନ୍ତୁ ଜାଣିବା

୧- ଅଧା ଘଣ୍ଟାରୁ ଅଧିକ ସମୟ ଡ୍ରାଇଭିଂ କରନ୍ତୁ ନାହିଁ। ଜରୁରୀ ଥିଲେ କିଛି ସମୟ ବିରତି ନେଇ ଗାଡ଼ି ଚଲାନ୍ତୁ।

୨- ପ୍ରତିଦିନ ୨ ଘଣ୍ଟା ଡ୍ରାଇଭିଂ କରିବା ଜରୁରୀ ଥିଲେ ଯୋଗ କରିବାକୁ ଭୁଲନ୍ତୁ ନାହିଁ।

୩- ଗାଡ଼ିରେ ବସିବା କ୍ଷଣି ଏସି ଚଲାନ୍ତୁ ନାହିଁ। କିଛି ସମୟ ଗାଡିର ଝରକା ଖୋଲା ରଖନ୍ତୁ।ଏହାପରେ ଏସି ଚଲାନ୍ତୁ।

Related story