କେଶ ଝଡ଼ିବାରୁ ରକ୍ଷା କରେ ଦୁଦୁରା

ଦୁଦୁରା ଫୁଲ ଭଗବାନ ଶିବଙ୍କର ଅତି ପ୍ରିୟ । ଦୁଦୁରା କେବଳ ଦେଖିବାକୁ ଖୁବ୍ ସୁନ୍ଦର ନୁହେଁ, ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ତେବେ ଦୁଦୁରାକୁ ଅଧିକ ବ୍ୟହାର କରିବା ଠିକ୍ ନୁହେଁ । କାରଣ ଏଥିରେ ବିଷକ୍ରିୟା ରହିଛି। ଯାହା ଆପଣଙ୍କ ପାଇଁ କ୍ଷତିକାର ସାବ୍ୟସ୍ତ ହୋଇପାରେ। ଏହାକୁ ବ୍ୟବହାର କରିବା ପୂର୍ବରୁ ବିଶେଷଞ୍ଜଙ୍କ ମତାମତ ନେବା ଉଚିତ। ଏହର ଚେର, ପତ୍ର ଓ ଫଳରେ ଔଷଧୀୟ ଗୁଣ ଭରି ରହିଛି। ଆସନ୍ତୁ ଜାଣିବା […]

dudura

Rakesh Mallick
  • Published: Saturday, 29 July 2017
  • , Updated: 13 September 2017, 01:09 PM IST

ଦୁଦୁରା ଫୁଲ ଭଗବାନ ଶିବଙ୍କର ଅତି ପ୍ରିୟ । ଦୁଦୁରା କେବଳ ଦେଖିବାକୁ ଖୁବ୍ ସୁନ୍ଦର ନୁହେଁ, ଏଥିରେ ବହୁ ଔଷଧୀୟ ଗୁଣ ରହିଛି। ତେବେ ଦୁଦୁରାକୁ ଅଧିକ ବ୍ୟହାର କରିବା ଠିକ୍ ନୁହେଁ । କାରଣ ଏଥିରେ ବିଷକ୍ରିୟା ରହିଛି। ଯାହା ଆପଣଙ୍କ ପାଇଁ କ୍ଷତିକାର ସାବ୍ୟସ୍ତ ହୋଇପାରେ। ଏହାକୁ ବ୍ୟବହାର କରିବା ପୂର୍ବରୁ ବିଶେଷଞ୍ଜଙ୍କ ମତାମତ ନେବା ଉଚିତ। ଏହର ଚେର, ପତ୍ର ଓ ଫଳରେ ଔଷଧୀୟ ଗୁଣ ଭରି ରହିଛି।

ଆସନ୍ତୁ ଜାଣିବା ଦୁଦୁରା ଆପଣଙ୍କ ପାଇଁ କେତେ ଲାଭଦାୟକ।

- ଗୋଡରେ ଆଘାତ ଲାଗିଥିଲେ ଦୁଦୁରା ପତ୍ରର ପେଷ୍ଟ୍‌ କରି ଲଗାଇବା ଦ୍ୱାରା ଭଲ ହୋଇଯାଏ।

- ଅନେକ ସମୟରେ ଦେଖା ଦେଇଛି ବୟସ ପୂର୍ବରୁ ଲୋକମାନଙ୍କ ଚୁଟି ଝଡ଼ିବାକୁ ଲାଗିଥାଏ। ତେଣୁ ପ୍ରତିଦିନ ଦୁଦୁରା ରସ ମୁଣ୍ଡରେ ଲଗାଇବା ଦ୍ୱାରା ଖୁବଶୀଘ୍ର  ନୂଆ ଚୁଟି ଉଠିଥାଏ।

-୨୫୦ ଗ୍ରାମ୍ ସୋରିଷ ତେଲ, ୬୦ ମିଲିଗ୍ରାମ ଗନ୍ଧକ ଓ ୫୦୦ ଗ୍ରାମ ଦୁଦୁରା ପତ୍ରର ରସ କମ୍ ଆଞ୍ଚରେ କିଛି ସମୟ ଫୁଟାନ୍ତୁ। ତା’ପରେ ଯେଉଁ ତେଲ ରହିବ ସେଥିରୁ ଦୁଇରୁ ତିନି ବୁନ୍ଦା କାନରେ ପକାଇବା ଦ୍ୱାରା କାନ ଯନ୍ତ୍ରଣାରୁ ଉପଶମ ମିଳେ।

Related story