ବର୍ଷା ଦିନେ ପିମ୍ପୁଡ଼ି ସମସ୍ୟାରୁ ରକ୍ଷା ପାଇବେ କେମିତି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ ଲୋକେ ନିଜ ଘର ଏବଂ ଅଗଣାରେ ଜନ୍ଦା ଓ ପିମ୍ପୁଡ଼ି ହେଉଥିବାରୁ ସମସ୍ୟାରେ ପଡ଼ିଥାନ୍ତି। ଘରେ ପିମ୍ପୁଡ଼ି ଅଧିକ ହେଲେ ଆପଣଙ୍କ ରୋଷେଇ ଘରେ ଥିବା ମିଠା ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଖରାପ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ରହିଛି, ଯାହାକୁ ପ୍ରୟୋଗ କଲେ ଘରକୁ ଜନ୍ଦା, ପିମ୍ପୁଡ଼ି ଆସିବେ ନାହିଁ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ? ଲେମ୍ୱୁ: ପିମ୍ପୁଡ଼ିଙ୍କୁ ଘରୁ ବାହାର […]

lifestyle

Rakesh Mallick
  • Published: Tuesday, 24 July 2018
  • , Updated: 17 August 2018, 06:03 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବର୍ଷାଦିନେ ଲୋକେ ନିଜ ଘର ଏବଂ ଅଗଣାରେ ଜନ୍ଦା ଓ ପିମ୍ପୁଡ଼ି ହେଉଥିବାରୁ ସମସ୍ୟାରେ ପଡ଼ିଥାନ୍ତି। ଘରେ ପିମ୍ପୁଡ଼ି ଅଧିକ ହେଲେ ଆପଣଙ୍କ ରୋଷେଇ ଘରେ ଥିବା ମିଠା ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ଖରାପ ହୋଇଥାଏ। ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ରହିଛି, ଯାହାକୁ ପ୍ରୟୋଗ କଲେ ଘରକୁ ଜନ୍ଦା, ପିମ୍ପୁଡ଼ି ଆସିବେ ନାହିଁ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ?
ଲେମ୍ୱୁ: ପିମ୍ପୁଡ଼ିଙ୍କୁ ଘରୁ ବାହାର କରିବା ପାଇଁ ଘରର ଯେଉଁ ସ୍ଥାନରେ ପିମ୍ପୁଡ଼ି ହେଉଛନ୍ତି, ସେଠାରେ ଲେମ୍ୱୁ ଚୋପା ରଖନ୍ତୁ। ଏପରି କରିବା ଦ୍ୱାରା ଘରେ ପିମ୍ପୁଡ଼ି ପଶିବେ ନାହିଁ।

ତେଜପତ୍ର: ତେଜପତ୍ରର ବାସ୍ନା ପିମ୍ପୁଡ଼ିଙ୍କୁ ଭଲ ଲାଗେ ନାହିଁ। ଏହାର ବ୍ୟବହାର ଆପଣ ପିମ୍ପୁଡ଼ି ହେଉଥିବା ସ୍ଥାନରେ କରିପାରିବେ।
ଭିନେଗାର୍‌: ଘରର ଚଟାଣକୁ ପାଣିରେ ଭିନେଗାର୍‌ ମିଶାଇ ପୋଛନ୍ତୁ। ଏପରି କଲେ ପିମ୍ପୁଡ଼ି ରହିବେ ନାହିଁ।
ପୋଦିନା ପତ୍ର: ଯଦି ଆପଣଙ୍କ ଚିନି ଡବାରେ ପିମ୍ପୁଡ଼ି ହେଉଛନ୍ତି, ତେବେ ସେଥିରେ ଶୁଖିଲା ପୋଦିନା ପତ୍ର ଏବଂ ଲବଙ୍ଗ ରଖନ୍ତୁ। ଦେଖିବେ ପିମ୍ପୁଡ଼ି ହେବେ ନାହିଁ।
ହଳଦୀ: ପିମ୍ପୁଡ଼ିଙ୍କୁ ବାହାର କରିବା ପାଇଁ ଆପଣ ହଳଦୀର ବ୍ୟବହାର ମଧ୍ୟ କରି ପାରିବେ। ଯେଉଁଠି ପିମ୍ପୁଡ଼ି ହେଉଛନ୍ତି, ସେଠାରେ ହଳଦୀ ପାଉଡର୍‌ ଛିଞ୍ଚି ଦିଅନ୍ତୁ।
କଫି ପାଉଡର୍‌: ପିମ୍ପୁଡ଼ି ହେଉଥିବା ସ୍ଥାନରେ କଫି ପାଉଡର୍‌ ପକାନ୍ତୁ। ପିମ୍ପୁଡ଼ି ରହିବେ ନାହିଁ।
ସାବୁନ୍‌: ସାବୁନ୍‌କୁ ଫେଣ କରି ପିମ୍ପୁଡ଼ି ହେଉଥିବା ସ୍ଥାନରେ ରଖନ୍ତୁ କିମ୍ବା ସ୍ପ୍ରେ କରନ୍ତୁ। ଘରେ ପିମ୍ପୁଡ଼ି ରହିବେ ନାହିଁ।
ଚକ୍‌ ଖଡ଼ି: ଯେଉଁଠାରେ ପିମ୍ପୁଡ଼ି ହେଉଛନ୍ତି, ଚକ୍‌ ଖଡ଼ିରେ ସେଠାରେ ଏକ ଗୋଲ୍‌ ତିଆରି କରନ୍ତୁ। ଦେଖିବେ ପିମ୍ପୁଡ଼ି ଗୋଲ୍‌ ବାହାରକୁ ଯିବେ ନାହିଁ।

Related story