ଖରାଦିନେ ଖାଆନ୍ତୁ ଏହିସବୁ ଖାଦ୍ୟ, ଉଚ୍ଚ ରକ୍ତଚାପ ହେବ କମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆମ ଦେଶରେ ଅଧାରୁ ଅଧିକ ଲୋକ ରକ୍ତଚାପର ରୋଗରେ ପୀଡ଼ିତ ହୋଇଛନ୍ତି। ଉଚ୍ଚ ରକ୍ତଚାପ ଶରୀରର ରକ୍ତ ପ୍ରବାହ ଉପରେ ପ୍ରଭାବ ପକାଇଥାଏ। ଶରୀରର ରକ୍ତବାହିକା ଉପରେ ପ୍ରଭାବ ପଡ଼ିବାରୁ କିଡ଼୍‍ନି ଜନିତ ସମସ୍ୟା, ହୃଦ୍‌ଜନିତ ସମସ୍ୟା ଦେଖାଯାଇଥାଏ। ତେବେ ଯେଉଁ ବ୍ୟକ୍ତିଙ୍କର ଏହି ସମସ୍ୟା ରହିଛି, ସେମାନଙ୍କୁ ନିଜ ଶରୀରର ଖାସ୍‌ ଧ୍ୟାନ ରଖିବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି। ଖରାଦିନେ ରକ୍ତଚାପ ଥିବା ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ଥିବା […]

blood-pressure

Chinmayee Roy
  • Published: Sunday, 07 April 2019
  • , Updated: 07 April 2019, 10:20 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଆମ ଦେଶରେ ଅଧାରୁ ଅଧିକ ଲୋକ ରକ୍ତଚାପର ରୋଗରେ ପୀଡ଼ିତ ହୋଇଛନ୍ତି। ଉଚ୍ଚ ରକ୍ତଚାପ ଶରୀରର ରକ୍ତ ପ୍ରବାହ ଉପରେ ପ୍ରଭାବ ପକାଇଥାଏ। ଶରୀରର ରକ୍ତବାହିକା ଉପରେ ପ୍ରଭାବ ପଡ଼ିବାରୁ କିଡ଼୍‍ନି ଜନିତ ସମସ୍ୟା, ହୃଦ୍‌ଜନିତ ସମସ୍ୟା ଦେଖାଯାଇଥାଏ। ତେବେ ଯେଉଁ ବ୍ୟକ୍ତିଙ୍କର ଏହି ସମସ୍ୟା ରହିଛି, ସେମାନଙ୍କୁ ନିଜ ଶରୀରର ଖାସ୍‌ ଧ୍ୟାନ ରଖିବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି। ଖରାଦିନେ ରକ୍ତଚାପ ଥିବା ରୋଗୀଙ୍କ ଜୀବନ ପ୍ରତି ଅଧିକ ବିପଦ ଥିବା ବେଳେ ଏଥିରୁ ମୁକ୍ତି ପାଇବା ପାଇଁ ଏହି ୫ଟି ଜିନିଷ ଖାଇବାକୁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି। ତେବେ ଆସନ୍ତୁ ଜାଣିବା ସେସବୁ କ’ଣ? ୧) ଖରାଦିନେ ରକ୍ତଚାପ ଥିବା ରୋଗୀଙ୍କୁ ଜାମୁକୋଳି ଖାଇବା ପାଇଁ କୁହାଯାଇଥାଏ। ଏଥିରେ ଫ୍ଲାଭୋନଏଡ୍‌ର ପରିମାଣ ଅଧିକ ଥିବାରୁ ଏହା ଶରୀରରୁ ହୃଦ୍‌ଜନିତ ସମସ୍ୟା ଦୂରେଇ ରଖିଥାଏ। ଖରାଦିନେ ପ୍ରତିଦିନ ଖାଇବା ପରେ ଏହାକୁ ଖାଆନ୍ତୁ। ଏଥିରେ ଥିବା ଆଣ୍ଟି-ଅକ୍ସିଡ଼ାଣ୍ଟ ରକ୍ତଚାପକୁ କମାଇଥାଏ।

୨) ଫୁଟା କ୍ଷୀରରେ ଅଧିକ ପରିମାଣରେ କ୍ୟାଲ୍‌ସିୟମ ଏବଂ ଭିଟାମିନ୍‌ ଡି ରହିଛି। ଏହା ଉଚ୍ଚ ରକ୍ତଚାପକୁ କମାଇଥାଏ। ନ୍ୟାସ୍‌ନାଲ ହେଲ୍‌ଥ ସର୍ଭେ ଦେଇଥିବା ମତ ଅନୁଯାୟୀ, ପ୍ରତିଦିନ ଗୋଟେ ଗ୍ଲାସ ଫୁଟା କ୍ଷୀର ପିଇବା ଦ୍ୱାରା ରକ୍ତଚାପ କମିଯାଏ।

୩) ଖରାଦିନେ  ସବୁ ଦିନ ଥଣ୍ଡା ଦହି ପିଅନ୍ତୁ। ଦହି ପିଇବା ଦ୍ୱାରା ଶରୀରରେ ଜଳୀୟ ଅଂଶ ଠିକ୍‌ ରହିବା ସହ ରକ୍ତଚାପ ମଧ୍ୟ ନିୟନ୍ତ୍ରିତ ହୋଇ ରହିଥାଏ।

୪) ଖରାଦିନେ ସମସ୍ତେ ତରଭୁଜ ଖାଇବା ଭଲ। ଏହା ରକ୍ତଚାପକୁ ନିୟନ୍ତ୍ରିତ କରି ରଖିବା ସହ ଧମନୀ ଏବଂ ହୃତପିଣ୍ଡ ଉପରେ ପଡ଼ୁଥିବା ଚାପକୁ କମ୍‌ କରିଥାଏ।

୫) ଖାଲି ପେଟରେ କଦଳୀ ଖାଇବା ପାଇଁ ଡ଼ାକ୍ତର ପରାମର୍ଶ ଦେଇଥାନ୍ତି। ଏଥିରେ ପୋଟାସିୟମର ପରିମାଣ ଅଧିକ ଥିବା ସହ ପ୍ରତିଦିନ ଗୋଟେ କଦଳୀ ଖାଇବା ଦ୍ୱାରା ୧ ପ୍ରତିଶତ କ୍ୟାଲ୍‌ସିୟମ, ୮ପ୍ରତିଶତ ମ୍ୟାଗ୍‌ନେସିୟମ ଏବଂ ୧୨ ପ୍ରତିଶତ ପୋଟାସିୟମ ଶରୀରକୁ ମିଳିଥାଏ।

Related story