Advertisment

ଶ୍ୱାସ ରୋଗରୁ ଉପଶମ ପାଇଁ ଖାଆନ୍ତୁ ମାଛ

ନୂଆଦିଲ୍ଲୀ: ଶ୍ୱାସ ଏକ ଗମ୍ଭୀର ରୋଗ। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ନିଃଶ୍ୱାସ ନେବାରେ କଷ୍ଟ ଅନୁଭୂତ କରିଥାଏ। ଅନେକ ସମୟରେ ଏହି ରୋଗ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ। ଶ୍ୱାସ ବା ଆଜ୍‌ମାରେ ପୀଡ଼ିତ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସାରେ ରହିବାକୁ ପଡ଼ିଥାଏ। ହେଲେ ଜାଣିଛନ୍ତି, ଚିକିତ୍ସାରେ ରହି ମଧ୍ୟ ଅନ୍ୟ ଉପାୟରେ ଆପଣ ଶ୍ୱାସ ରୋଗକୁ ନିୟନ୍ତ୍ରଣ କରିପାରିବେ। ଯାହାକି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି। ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମନ୍‌, […]

ଶ୍ୱାସ ରୋଗରୁ ଉପଶମ ପାଇଁ ଖାଆନ୍ତୁ ମାଛ

as

Advertisment

ନୂଆଦିଲ୍ଲୀ: ଶ୍ୱାସ ଏକ ଗମ୍ଭୀର ରୋଗ। ଏହି ରୋଗରେ ପୀଡ଼ିତ ବ୍ୟକ୍ତି ନିଃଶ୍ୱାସ ନେବାରେ କଷ୍ଟ ଅନୁଭୂତ କରିଥାଏ। ଅନେକ ସମୟରେ ଏହି ରୋଗ ମୃତ୍ୟୁର କାରଣ ମଧ୍ୟ ହୋଇଥାଏ।
ଶ୍ୱାସ ବା ଆଜ୍‌ମାରେ ପୀଡ଼ିତ ବ୍ୟକ୍ତିଙ୍କୁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସାରେ ରହିବାକୁ ପଡ଼ିଥାଏ। ହେଲେ ଜାଣିଛନ୍ତି, ଚିକିତ୍ସାରେ ରହି ମଧ୍ୟ ଅନ୍ୟ ଉପାୟରେ ଆପଣ ଶ୍ୱାସ ରୋଗକୁ ନିୟନ୍ତ୍ରଣ କରିପାରିବେ।

Advertisment

ଯାହାକି ଏକ ଗବେଷଣାରୁ ସ୍ପଷ୍ଟ ହୋଇଛି।

ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ ସେମନ୍‌, ଟ୍ରାଉଟ୍‌ ଓ ସାର୍ଡାଇନ୍‌ ପରି ପ୍ରୋଟିନ୍‌ ଯୁକ୍ତ ମାଛକୁ ଖାଦ୍ୟରେ ସାମିଲ୍‌ କରିବା ଦ୍ୱାରା ଶ୍ୱାସ ରୋଗରୁ ଆପଣ କିଛି ମାତ୍ରାରେ ଉପଶମ ପାଇପାରିବେ।
ଅଷ୍ଟ୍ରେଲିଆର ଟ୍ରୋବ୍‌ ବିଶ୍ୱବିଦ୍ୟାଳୟରେ ହୋଇଥିବା ଗବେଷଣାରେ ଏହା ଜଣାପଡ଼ିଛି ଯେ, ଏହି ସବୁ ମାଛରେ ଫ୍ୟାଟି ଏସିଡ୍‌ ଅଧିକ ରହିଛି।

ଯଦି ଏହି ମାଛକୁ ୬ମାସ ପର୍ଯ୍ୟନ୍ତ ଛୁଆଙ୍କ ଖାଦ୍ୟରେ ସାମିଲ୍‌ କରାଯାଏ, ତେବେ ସେମାନଙ୍କ ଗଳାର ସମସ୍ତ ପ୍ରଣାଳୀ ଠିକ୍‌ ରହିବା ସହିତ ଶ୍ୱାସ ରୋଗ ମଧ୍ୟ ଠିକ୍‌ ହୋଇଥାଏ।
ଏହି ଗବେଷଣାର ରିପୋର୍ଟ 'Human Nutrition and Dietetics' ପ୍ରକାଶ ପାଇଛି।

Advertisment

ଏହି ଗବେଷଣାରେ ଏହା ମଧ୍ୟ କୁହାଯାଇଛି ଯେ, ସେମନ୍‌,ଟ୍ରାଉଟ୍‌ ଓ ସାର୍ଡାଇନ୍‌ ମାଛରେ ଅଧିକ ପ୍ରୋଟିନ୍‌ ରହିଛି। ଯାହା ଛୁଆଙ୍କ ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ। ଛୋଟବେଳୁ ଛୁଆଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦିଆଗଲେ,ଭବିଷ୍ୟତରେ ଶ୍ୱାସ ରୋଗର ସମସ୍ୟା ଦେଖାଦିଏ ନାହିଁ।

ଟ୍ରୋବ୍‌ ବିଶ୍ୱବିଦ୍ୟାଳୟର ଗବେଷକ Maria Pappmichelଙ୍କ କହିବା ଅନୁସାରେ, ଆମେ ପ୍ରଥମରୁ ଏହା ଜାଣିଥିଲୁ ଯେ, ଚିନି ଓ ଲୁଣ ଅତ୍ୟଧିକ ଖାଇବା ଯୋଗୁ ଶ୍ୱାସ ରୋଗ ବଢ଼ିଥାଏ। କିନ୍ତୁ ବର୍ତ୍ତମାନ ଆମ ପାଖରେ ପ୍ରମାଣ ରହିଛି ଯେ, ପୌଷ୍ଟିକ ଖାଦ୍ୟ ଗ୍ରହଣ କରିବା ଦ୍ୱାରା ଶ୍ୱାସ ରୋଗକୁ ନିୟନ୍ତ୍ରଣ କରାଯାଇପାରିବ। ସେମନ୍‌, ଟ୍ରାଉଟ୍‌ ଓ ସାର୍ଡାଇନ୍‌(ଚୁନାମାଛ) ମାଛରେ ଓମେଗା-୩ ଫ୍ୟାଟି ଏସିଡ୍‌ ଅଧିକ ରହିଛି। ଯାହା ଶ୍ୱାସ ରୋଗକୁ ଅଧିକ ବଢ଼ିବାକୁ ଦେଇନଥାଏ। ଅଧ୍ୟୟନରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ସପ୍ତାହରେ ଦୁଇ ଥର ମାଛ ଖାଇବା ଦ୍ୱାରା ଆପଣଙ୍କ ଶରୀରରୁ ଉପଯୁକ୍ତ ଫ୍ୟାଟି ଏସିଡ୍‌ ମିଳିଥାଏ।
ଏହା ସହିତ ଶ୍ୱାସ ରୋଗକୁ ହେଉଥିବା ଯନ୍ତ୍ରଣା ମଧ୍ୟ କମ୍‌ ହୋଇଥାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe