ମୋଟାପଣରୁ ନିସ୍ତାର ଦେଇଥାଏ ଦେଶୀ ଘିଅ, ଜାଣିଛନ୍ତି କି ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ):  ଆମ ମନରେ ଏକ ଧାରଣା  ବସା ବାନ୍ଧି ରହିଯାଇଛି ଯେ, ଦେଶୀ ଘିଅ ନିୟମିତ ଭାବେ ଖାଇବା ଶରୀର ଲାଗି କ୍ଷତିକାରକ। ଏହାଦ୍ୱାରା ଓଜନ କ୍ଷିପ୍ର ବେଗରେ ବୃଦ୍ଧି ପାଇଥାଏ। ହେଲେ ଆମର ଏପରି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଘିଅ ଖାଇଲେ ମୋଟାପଣ ଦୂର ହେବା ସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ଠିକ୍‌ ରଖିଥାଏ। ଆସନ୍ତୁ ଜାଣିବା ଘିଅ ଖାଇବାର ୫ଟି ଫାଇଦା ସମ୍ପର୍କରେ ମୋଟାପଣ […]

ghee-3...

Niharika Rout
  • Published: Friday, 19 April 2019
  • , Updated: 19 April 2019, 07:50 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର ):  ଆମ ମନରେ ଏକ ଧାରଣା  ବସା ବାନ୍ଧି ରହିଯାଇଛି ଯେ, ଦେଶୀ ଘିଅ ନିୟମିତ ଭାବେ ଖାଇବା ଶରୀର ଲାଗି କ୍ଷତିକାରକ। ଏହାଦ୍ୱାରା ଓଜନ କ୍ଷିପ୍ର ବେଗରେ ବୃଦ୍ଧି ପାଇଥାଏ। ହେଲେ ଆମର ଏପରି ଧାରଣା ସମ୍ପୂର୍ଣ୍ଣ ଭୁଲ୍‌। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଘିଅ ଖାଇଲେ ମୋଟାପଣ ଦୂର ହେବା ସହ ଏହା ପାଚନ ତନ୍ତ୍ରକୁ ମଧ୍ୟ ଠିକ୍‌ ରଖିଥାଏ। ଆସନ୍ତୁ ଜାଣିବା ଘିଅ ଖାଇବାର ୫ଟି ଫାଇଦା ସମ୍ପର୍କରେ

ମୋଟାପଣ ଦୂର କରେ

ଘିଅର ନିୟମିତ ସେବନ ଦ୍ୱାରା ବ୍ୟକ୍ତି ନିଜ ମୋଟାପଣରୁ ମୁକ୍ତି ପାଇପାରିଥାଏ। ଦେଶୀ ଘିଅରେ ମହଜୁଦ ଥିବା ତତ୍ତ୍ୱ ମେଟାବୋଲିଜିମ୍‌କୁ ଠିକ୍‌ ରଖିଥାଏ। ଏହାଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ। ଗାଈ  ଘିଅରେ କୋଲେଷ୍ଟୋରଲ୍‌  ନ ଥାଏ । ବରଂ ଏହାର ଶରୀରରେ ଜମି ରହିଥିବା ଚର୍ବିକୁ ତରଳାଇ ମେଟାବୋଲିଜମ୍‌କୁ ବଢାଇବାରେ ସାହାଯ୍ୟ କରିଥାଏ। ଏଥିଯୋଗୁ ବ୍ୟକ୍ତି ମୋଟାପଣରୁ ନିସ୍ତାର ପାଇଥାଏ।

କବଜ୍‌ ସମସ୍ୟାରୁ ମୁକ୍ତି ଦିଏ

ଗାଇ ଘିଅ ଶରୀର ଲାଗି ବହୁତ ହିତକର ଅଟେ। ଏହାକୁ ଖାଇବା ଦ୍ୱାରା କବଜ୍‌ ପରି ବହୁ ସମସ୍ୟାରୁ ମୁକ୍ତି ମିଳିଥାଏ। ଆର୍ୟୁବେଦ ଶାସ୍ତ୍ର ଅନୁଯାୟୀ, ଦେଶୀ ଘିଅ ଶରୀରରେ ଥିବା ପିତ୍ତକୁ ବାହାର କରି ଦେଇଥାଏ। ଏହାକୁ ସେବନ କରିବା ଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ଅତି ସହଜରେ ବାହାରି ଯାଇଥାଏ।  ଏହାଦ୍ୱାରା କବଜ୍‌ ସମସ୍ୟାରୁ ମୁକ୍ତି ମିଳିଥାଏ।

ହର୍ମୋନ ସନ୍ତୁଳନ ରଖିଥାଏ।

ଦେଶୀ ଘିଅରେ ଭିଟାମିନ ଏ, ଭିଟାମିନ କେ ୨, ଭିଟାମିନ୍‌ ଡି, ଭିଟାମିନ ଇ ପରି ପୋଷକ ତତ୍ତ୍ୱ ମହଜୁଦ ରହିଥାଏ। ଏଥିଯୋଗୁ ଶରୀରରେ ହର୍ମୋନ ତିଆରି ହେବା ସହ ସନ୍ତୁଳିତ ଅବସ୍ଥାରେ ଥାଏ। ଏଥିନିମନ୍ତେ ଗର୍ଭବତୀଙ୍କ ସମେତ ପ୍ରସବ ପରେ ମଧ୍ୟ ମହିଳାଙ୍କୁ ଦେଶୀ ଘିଅ ଖାଇବାକୁ ପରାମର୍ଶ ଦିଆଯାଇଥାଏ।

ହାଡ଼ ହୋଇଥାଏ ଶକ୍ତ

ଘିଅରେ ଭରପୁର ମାତ୍ରାରେ ଭିଟାମିନ କେ୨ ମହଜୁଦ ଥାଏ।  ଏହା ଶରୀରର ହାଡ଼କୁ କ୍ୟାଲସିୟମ ପହଞ୍ଚାଇବାରେ ସାହାଯ୍ୟ କରିଥାଏ।  ଆର୍ୟୁବେଦ ଶାସ୍ତ୍ର ଅନୁସାରେ ଏଥିରେ ଏପରି କିଛି ଉପାଦାନ ରହିଛି ଯାହା ହାଡ ପାଇଁ ଆବଶ୍ୟକ ତରଳ ପଦାର୍ଥ ତିଆରି କରିଥାଏ। ଏହାଦ୍ୱାରା ବିଭିନ୍ନ ସ୍ଥାନରେ ଥିବା ଗଣ୍ଠି ପରି ଜାଗା ମଜବୁତ ହୋଇଥାଏ। 

ତ୍ୱଚା ଏବଂ କେଶ ପାଇଁ ବି ଲାଭଦାୟକ

ଦେଶୀ ଘିଅକୁ ଦ୍ୱାରା ନିୟମିତ ଭାବେ ଫେସ୍‌ ମସାଜ କରିବା ଦ୍ୱାରା ତ୍ୱଚା ଚମକଦାର ଲାଗିଥାଏ। ଏହାଦ୍ୱାରା ତ୍ୱଚାରୁ ଶୁଷ୍କତା ଦୂର ହୋଇଯାଇଥାଏ । ମୁଣ୍ଡରେ ମଧ୍ୟ ଆପଣ ଏହାକୁ ଲଗାଇ ଭରପୁର ଫାଇଦା ପାଇପାରିବେ। ଏହାଦ୍ୱାରା ଚୁଟି ଘନ, କଳା ହେବା ସହ ଚମକ ବଜାୟ ବଢିଥାଏ। 

Related story