ଦୈନିକ ଅଣ୍ଡା ଖାଇଲେ ଟାଇପ୍-୨ ଡାଇବେଟିସ୍‌ ଆଶଙ୍କା କମ୍‌ ରୁହେ : ରିପୋର୍ଟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିକଟରେ ଏକ ଷ୍ଟଡି ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ, ଦିନରେ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ଟାଇପ୍-୨ ଡାଇବେଟିସ୍‌ ହେବା ଆଶଙ୍କାରୁ ବର୍ତ୍ତିପାରିବେ। ଏ ସମ୍ପର୍କିତ ହୋଇଥିବା ଅଧ୍ୟୟନ ରିପୋର୍ଟ molecular nutrition and food research ଜର୍ନାଲରେ ପ୍ରକାଶ ପାଇଛି। ଫ୍ରିନ୍‌ଲାଣ୍ଡ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ରିପୋର୍ଟ ଆସିବା ପରେ ଅନ୍ୟ ବୈଜ୍ଞାନିକମାନେ ଏହି ଥିଉରୀକୁ ବିରୋଧ କରିଛନ୍ତି। ମୁଖ୍ୟତଃ ଡାଇବେଟିସ୍‌ ଓ ଅଣ୍ଡାକୁ ନେଇ ବିଶେଷଜ୍ଞଙ୍କ ରାୟ […]

dia-1

Tapas Behera
  • Published: Thursday, 17 January 2019
  • , Updated: 17 January 2019, 08:44 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ନିକଟରେ ଏକ ଷ୍ଟଡି ରିପୋର୍ଟ ସାମ୍ନାକୁ ଆସିଛି। ଏଥିରେ କୁହାଯାଇଛି ଯେ, ଦିନରେ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ଟାଇପ୍-୨ ଡାଇବେଟିସ୍‌ ହେବା ଆଶଙ୍କାରୁ ବର୍ତ୍ତିପାରିବେ। ଏ ସମ୍ପର୍କିତ ହୋଇଥିବା ଅଧ୍ୟୟନ ରିପୋର୍ଟ molecular nutrition and food research ଜର୍ନାଲରେ ପ୍ରକାଶ ପାଇଛି। ଫ୍ରିନ୍‌ଲାଣ୍ଡ ୟୁନିଭରସିଟି ପକ୍ଷରୁ କରାଯାଇଥିବା ଏହି ଅଧ୍ୟୟନ ରିପୋର୍ଟ ଆସିବା ପରେ ଅନ୍ୟ ବୈଜ୍ଞାନିକମାନେ ଏହି ଥିଉରୀକୁ ବିରୋଧ କରିଛନ୍ତି। ମୁଖ୍ୟତଃ ଡାଇବେଟିସ୍‌ ଓ ଅଣ୍ଡାକୁ ନେଇ ବିଶେଷଜ୍ଞଙ୍କ ରାୟ ଭିନ୍ନ ଭିନ୍ନ ରହିଛି।

କେତେକଙ୍କ କହିବା ଅନୁଯାୟୀ ଅଣ୍ଡା ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ଓ ଆଉ କେତେକଙ୍କ କହିବା ଅନୁଯାୟୀ ଏହା କ୍ଷତିକାରକ। ତେବେ ଫ୍ରିନ୍‌ଲାଣ୍ଡ ୟୁନିଭରସିଟି  ପକ୍ଷରୁ ତାଜା ଗବେଷଣା ଅନୁଯାୟୀ ଦିନକୁ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ଟାଇପ୍‌-2 ଡାଇବେଟିସ୍‌ ବିପଦରୁ ମଣିଷ ରକ୍ଷା ପାଇଥାଏ। ଗବେଷଣା ମୁତାବକ ଯେଉଁ ପୁରୁଷମାନେ ଦୈନିକ ଅଣ୍ଡା ଖାଉଛନ୍ତି ସେମାନଙ୍କ ରକ୍ତରେ ଅଳ୍ପମାତ୍ରାରେ ଲିପିଡ୍‌ ମିଳିଥିଲା।

ତେଣୁ ଦୈନିକ ଅଣ୍ଡା ଖାଇଲେ କୌଣସି ସମସ୍ୟା ନାହିଁ। ଏଥିରେ ପ୍ରୋଟିନ୍‌, କ୍ୟାଲ୍ ସିୟମ୍‌, ଓମେଗା-୩ ଫ୍ୟାଟି ଏସିଡ୍‌, ଭିଟାମିନ୍‌ ଏ ,ବି ଏବଂ ସେଲେନିୟମ୍ , କପର୍ ମାତ୍ରା ରହିଥାଏ । ଅଣ୍ଡାର ସେବନ କରିବା ଦ୍ୱାରା ଖରାପ କୋଲେଷ୍ଟ୍ରଲର ମାତ୍ରା କମ ହୋଇଥାଏ । ସେହିପରି ଅଣ୍ଡାରେ ଏମିନୋ ଏସିଡ୍ ଥିବାରୁ ତାହା ଶରୀରକୁ ଶକ୍ତି ଯୋଗାଇଥାଏ । ଦୈନିକ ସକାଳ ଗୋଟିଏ ସିଝା ଅଣ୍ଡା ଖାଇଲେ ଓଜନ ମଧ୍ୟ କମିଥାଏ।

Related story