ହାତ ରେଖା, କପାଳ ରେଖା ଭଳି ପାଦରୁ ମଧ୍ୟ ଲୋକଙ୍କ ସ୍ୱଭାବ ଜାଣିହେବ। ପାଦର ଗଠନ ଆପଣଙ୍କ ଆପଣଙ୍କ ଭଲମନ୍ଦ ବିଷୟରେ ବହୁତ କିଛି କହିଥାଏ। ଆପଣ ଜଣଙ୍କ ପାଦ ଦେଖି ତା’ର ସ୍ୱଭାବ ବିଷୟରେ ଧାରଣା ଲଗାଇପାରିବେ। ଆସନ୍ତୁ ଜାଣିବା ପାଦର ଗଠନ କିପରି ଥିଲେ ବ୍ୟକ୍ତିର ସ୍ୱଭାବ କେଉଁପରି ହୋଇଥାଏ।
୨. ଯଦି ପାଦର ଆଙ୍ଗୁଠି ଯୋଡା ଯୋଡା ରହିଥାଏ ତେବେ ସେହି ବ୍ୟକ୍ତି ଭଲ ସ୍ୱଭାବର ହେବା ସହ ବହୁତ ଗପୁଡା ହୋଇଥାନ୍ତି। ଏହି ବ୍ୟକ୍ତି ଧନୀ ହୋଇଥାନ୍ତି। ଯେଉଁ ସୁଖ ପାଇଁ ଇଚ୍ଛା କରିଥାନ୍ତି ତାହା ପୂରଣ ହୋଇଥାଏ।
୩. ପୁରୁଷର ବୁଢା ଆଙ୍ଗୁଠି ପାଖ ଆଙ୍ଗୁଠି ବଡ ହୋଇଥିଲେ ସେମାନେ ପତ୍ନୀଙ୍କୁ ଗୁଲାମ ଭଳି ରଖିଥାନ୍ତି। ଯଦି ମହିଳାଙ୍କ ଏହି ଆଙ୍ଗୁଠି ବଡ଼ ହୋଇଥାଏ ତେବେ ପତି ପତ୍ନୀର କଥାରେ ଚାଲିଥାଏ।
୫. ପାଦର ସବୁ ଆଙ୍ଗୁଠି ବାହାରକୁ ମେଲା ହୋଇଥିଲେ ଏହା ଆପଣଙ୍କ ପାଇଁ ଭଲ ନୁହେଁ। ଏହା ଭାଗ୍ୟହୀନତାର ସଂକେତ ଦେଇଥାଏ।
୬. ପାଦ ମାଂସାଳ ହୋଇଥିଲେ ଓ ଆଙ୍ଗୁଠି ସଠିକ ଭାବେ ଯୋଡି ହୋଇ ରହିଥିଲେ ବ୍ୟକ୍ତି ଶାନ୍ତ ସ୍ୱଭାବର ହୋଇଥାଏ। ଏହି ଶ୍ରେଣୀର ଲୋକେ ଗହଳିରୁ ଯଥା ସମ୍ଭବ ଦୂରେଇ ରହିବାକୁ ପସନ୍ଦ କରନ୍ତି।