ଶାଶୂଙ୍କ ସହିତ ମତାନ୍ତର ହେଉଛି କି? ଏହି ୫ଟି ଉପାୟ ଆପଣାନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଘରଗୁଡ଼ିକରେ ଶାଶୂ-ବୋହୂଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥାଏ। ଯଦି ଆପଣଙ୍କର ବି ଶାଶୂଙ୍କ ସହିତ ମତାନ୍ତର ହେଉଛି ଓ ସେଥିପାଇଁ ପରିବାରରେ ଅଶାନ୍ତି ଲାଗି ରହୁଛି, ତା’ହେଲେ ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ। ହୋଇପାରେ ଶାଶୂଙ୍କ ସହିତ ଆପଣଙ୍କ ସଂପର୍କ ଧୀରେ ଧୀରେ ଭଲ ହୋଇପାରେ। ୧. ଯଦି ଆପଣଙ୍କ ଶାଶୂ ପ୍ରତି କଥା ଆପଣଙ୍କର ଭୁଲ୍‌ ବାହାର କରୁଛନ୍ତି ଏବଂ ଏଥିପାଇଁ ଘରେ ବିଶୃଙ୍ଖଳା ହେଉଛି, ତେବେ […]

inlaw

Jitendra Garnayak
  • Published: Sunday, 22 September 2019
  • , Updated: 22 September 2019, 04:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ସମୟରେ ଘରଗୁଡ଼ିକରେ ଶାଶୂ-ବୋହୂଙ୍କ ମଧ୍ୟରେ ମତାନ୍ତର ଲାଗି ରହିଥାଏ। ଯଦି ଆପଣଙ୍କର ବି ଶାଶୂଙ୍କ ସହିତ ମତାନ୍ତର ହେଉଛି ଓ ସେଥିପାଇଁ ପରିବାରରେ ଅଶାନ୍ତି ଲାଗି ରହୁଛି, ତା’ହେଲେ ୫ଟି କଥା ଉପରେ ଧ୍ୟାନ ଦିଅନ୍ତୁ। ହୋଇପାରେ ଶାଶୂଙ୍କ ସହିତ ଆପଣଙ୍କ ସଂପର୍କ ଧୀରେ ଧୀରେ ଭଲ ହୋଇପାରେ।

୧. ଯଦି ଆପଣଙ୍କ ଶାଶୂ ପ୍ରତି କଥା ଆପଣଙ୍କର ଭୁଲ୍‌ ବାହାର କରୁଛନ୍ତି ଏବଂ ଏଥିପାଇଁ ଘରେ ବିଶୃଙ୍ଖଳା ହେଉଛି, ତେବେ ଆପଣ ନିଜ ବ୍ୟବହାରରେ ପରିବର୍ତ୍ତନ ଆଣନ୍ତୁ। ପ୍ରତି କଥାରେ ନିଜର ରାୟ ନ ଦେଇ ଚୁପ୍‌ ରୁହନ୍ତୁ। ଏପରି କଲେ ଦେଖିବେ, ଶାଶୂଙ୍କ ବ୍ୟବହାରରେ ମଧ୍ୟ ପରିବର୍ତ୍ତନ ଆସିବ।

୨. ଯଦି ଆପଣଙ୍କ ଶାଶୂ ତାଙ୍କ ନିଜ ଗୁଣର ପ୍ରଶଂସା କରୁଛନ୍ତି କିମ୍ୱା ଆପଣଙ୍କ ସ୍ୱାମୀ ମା’ ହାତ ତିଆରି ଖାଇବାକୁ ପ୍ରଶଂସା କରୁଛନ୍ତି, ତା’ହେଲେ ତାକୁ ନେଇ ରାଗନ୍ତୁ ନାହିଁ କି କିଛି କୁହନ୍ତୁ ନାହିଁ।

୩. ଯଦି ଆପଣଙ୍କୁ ଲାଗୁଛି ଯେ ଅଧିକ କଥା ହେବା ଦ୍ୱାରା ଶାଶୂଙ୍କ ସହିତ ଝଗଡ଼ା ହେଉଛି, ତେବେ ଚୁପ୍‌ ରୁହନ୍ତୁ। ଆପଣଙ୍କ ଚୁପ୍‌ ରହିବା ତାଙ୍କୁ ସମସ୍ୟାରେ ପକାଇବ। ତାଙ୍କୁ ଯୁକ୍ତିତର୍କ କରିବାର କୌଣସି ମଉକା ଦିଅନ୍ତୁ ନାହିଁ।

୪. ସେହିପରି ଆପଣ ନିଜ ପିଲା ଓ ଶାଶୂଙ୍କ ମଝିରେ ରୁହନ୍ତୁ ନାହିଁ। ଅଧିକାଂଶ ଘରର ଜେଜେମା’ ସେମାନଙ୍କ ନାତି-ନାତୁଣୀଙ୍କୁ ବହୁତ ଭଲ ପା’ନ୍ତି। ଆପଣଙ୍କ ଘରେ ବି ଏ କଥା ଦେଖିବାକୁ ମିଳୁଥିଲେ, ଆପଣ ଏଥିରେ ଖୁସି ହୁଅନ୍ତୁ। ଛୁଆମାନେ ଜେଜେବାପା ଓ ଜେଜେମା’ଙ୍କଠାରୁ ବହୁତ କିଛି ଶିଖିଥା’ନ୍ତି।

୫. ଆପଣ ଘରର ବୋହୂ, ମେସିନ୍‌ ନୁହନ୍ତି, ଏକଥା ମନେ ରଖନ୍ତୁ। ଏକାସଙ୍ଗରେ ସମସ୍ତ କାମ କରନ୍ତୁ ନାହିଁ। । ଯେତିକି ସମ୍ଭବ ସେତିକି ହିଁ କରନ୍ତୁ। ଆବଶ୍ୟକତାଠାରୁ ଅଧିକ କାମ କଲେ ଥକିଯିବେ ଓ ସେଥିପାଇଁ ଚିଡ଼ିଚିଡ଼ା ଲାଗିବ। ସେଥିଯୋଗୁ ମଧ୍ୟ ଶାଶୂଙ୍କ ସହିତ ଝଗଡ଼ା ଅବା ମତାନ୍ତର ହୋଇପାରେ। ତେଣୁ ଏ କଥା ପ୍ରତି ବି ଧ୍ୟାନ ଦିଅନ୍ତୁ।

୬. ଶାଶୂଙ୍କ ସବୁ କଥାକୁ ଗୁରୁତ୍ୱ ଦେଲେ ଝଗଡ଼ା ହେବ। ତେଣୁ ଯଥା ସମ୍ଭବ ତାଙ୍କର ଅଯଥା କଥାଗୁଡ଼ିକୁ ଏଡ଼ାଇ ଦିଅନ୍ତୁ।

Related story