ସନ୍ଧ୍ୟା ପୂଜାରେ ଏହି ସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ଠାକୁର ହୋଇପାରନ୍ତି ଅସନ୍ତୁଷ୍ଟ

ଭୁବନେଶ୍ୱର: ଭଗବାନଙ୍କୁ ପୂଜା ପାଠ କରିବା ଦ୍ୱାରା ମନ ଶାନ୍ତ ରହିଥାଏ।  ଏହାସହିତ ଆମେ ଠାକୁରଙ୍କ ଆଶୀର୍ବାଦ ମଧ୍ୟ ପାଇଥାଉ। ତେବେ ହିନ୍ଦୁ ଧର୍ମରେ ପୂଜା ପାଠ କରିବା ସମୟର ବିଶେଷ ମହତ୍ତ୍ୱ ରହିଛି। ଆମେ ସକାଳେ ଓ ସନ୍ଧ୍ୟା ସମୟରେ ପୂଜା କରିଥାଉ।  କିନ୍ତୁ ଆପଣ ଜାଣିଛନ୍ତି ସନ୍ଧ୍ୟା ବେଳେ ପୂଜା କରିବା ସମୟରେ କିଛିଟା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେବା ଦରକାର। ଆସନ୍ତୁ ଜାଣିବା ସନ୍ଧ୍ୟା ସମୟରେ ଠକୁର ପୂଜା କରିବା ବେଳେ […]

worship

Rakesh Mallick
  • Published: Thursday, 13 July 2017
  • , Updated: 13 July 2017, 09:10 AM IST

ଭୁବନେଶ୍ୱର: ଭଗବାନଙ୍କୁ ପୂଜା ପାଠ କରିବା ଦ୍ୱାରା ମନ ଶାନ୍ତ ରହିଥାଏ।  ଏହାସହିତ ଆମେ ଠାକୁରଙ୍କ ଆଶୀର୍ବାଦ ମଧ୍ୟ ପାଇଥାଉ। ତେବେ ହିନ୍ଦୁ ଧର୍ମରେ ପୂଜା ପାଠ କରିବା ସମୟର ବିଶେଷ ମହତ୍ତ୍ୱ ରହିଛି। ଆମେ ସକାଳେ ଓ ସନ୍ଧ୍ୟା ସମୟରେ ପୂଜା କରିଥାଉ।  କିନ୍ତୁ ଆପଣ ଜାଣିଛନ୍ତି ସନ୍ଧ୍ୟା ବେଳେ ପୂଜା କରିବା ସମୟରେ କିଛିଟା ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦେବା ଦରକାର।

ଆସନ୍ତୁ ଜାଣିବା ସନ୍ଧ୍ୟା ସମୟରେ ଠକୁର ପୂଜା କରିବା ବେଳେ କେଉଁ ବିଷୟ ଉପରେ ଅଧିକ ଧ୍ୟାନ ଦେବା ଜରୁରୀ।

୧-ସନ୍ଧ୍ୟା ସମୟରେ ଠାକୁର ପୂଜା କରିବା ବେଳେ ଶଙ୍ଖ କିମ୍ୱା ଘଣ୍ଟି ବଜାଇବା ଉଚିତ ନୁହଁ। ସାଧାରଣରେ କୁହାଯାଏ ସନ୍ଧ୍ୟା ସମୟରେ ଦେବୀ-ଦେବତା ଶୟନ ପାଇଁ ଚାଲି ଯାଆନ୍ତି, ତେଣୁ ତାଙ୍କୁ ଉଠାଯାଏ ନାହିଁ।

୨-ଭଗବାନଙ୍କୁ ଫୁଲ ଚଢ଼ାଇବା ଦ୍ୱାରା ବିଶେଷ ଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସନ୍ଧ୍ୟାରେ ଫୁଲ କିମ୍ୱା ପତ୍ର  ତୋଳିବା ଶୁଭ ବୋଲି ଗ୍ରହଣ କରାଯାଇ ନ ଥାଏ। ତେଣୁ ସନ୍ଧ୍ୟା ସମୟରେ ପୂଜା କରିବା ସମୟରେ ଫୁଲ ତୋଳନ୍ତୁ ନାହିଁ।

୩-ଠାକୁର ପୂଜା କରିବା ସମୟରେ ତୁଳସୀର ବିଶେଷ ମହତ୍ତ୍ୱ ରହିଥାଏ। ଭଗବାନ ବିଷ୍ଣୁଙ୍କୁ ତୁଳସୀ ଅଧକ ପସନ୍ଦ ହୋଇଥିବାରୁ ସନ୍ଧ୍ୟାରେ ତୁଳସୀ ପତ୍ର କେବେ ତୋଳନ୍ତୁ ନାହିଁ।

୪-ପ୍ରତିଦିନ ସକାଳେ ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେବାର ପରମ୍ପରା ରହିଆସିଛି। କିନ୍ତୁ ସନ୍ଧ୍ୟାରେ ଏପରି କରିବା ଅନୁଚିତ।

Related story