Advertisment

କେଉଁଠି ଓ କେମିତି କରିବେ ଠାକୁର ଘର; କ’ଣ କହୁଛି ବାସ୍ତୁ

ପ୍ରାୟ ସମସ୍ତଙ୍କ ଘରେ ରହିଛି ଠାକୁର ଘର। ଘରଟିଏ ନିର୍ମାଣ କରିବା ବେଳେ ଆମେ ସାଧାରଣତଃ ବାସ୍ତୁକୁ ଗୁରୁତ୍ୱ ଦେଇଥାଉ। ଯେମିତିକି ଘରର ମୁଖ୍ୟ ଦ୍ୱାର କେଉଁ ଦିଗକୁ ରହିବ, ରୋଷେଇ ଘର ଓ ବେଡ୍ ରୁମ୍ କେଉଁ ଦିଗକୁ ରହିବ ଇତ୍ୟାଦି। ଠିକ୍ ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘର ସହ ଦିଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେବୀଦେବତାଙ୍କ ମୂର୍ତ୍ତି ସ୍ଥାପନ କରିବାର ନିର୍ଦ୍ଦିଷ୍ଟ ନିୟମ ରହିଛି। ଏସବୁ ଦିଗ ପ୍ରତି ଧ୍ୟାନ ନ ଦେଲେ […]

କେଉଁଠି ଓ କେମିତି କରିବେ ଠାକୁର ଘର; କ’ଣ କହୁଛି ବାସ୍ତୁ

GODroom

Advertisment

ପ୍ରାୟ ସମସ୍ତଙ୍କ ଘରେ ରହିଛି ଠାକୁର ଘର। ଘରଟିଏ ନିର୍ମାଣ କରିବା ବେଳେ ଆମେ ସାଧାରଣତଃ ବାସ୍ତୁକୁ ଗୁରୁତ୍ୱ ଦେଇଥାଉ। ଯେମିତିକି ଘରର ମୁଖ୍ୟ ଦ୍ୱାର କେଉଁ ଦିଗକୁ ରହିବ, ରୋଷେଇ ଘର ଓ ବେଡ୍ ରୁମ୍ କେଉଁ ଦିଗକୁ ରହିବ ଇତ୍ୟାଦି। ଠିକ୍ ସେହିପରି ବାସ୍ତୁଶାସ୍ତ୍ର ଅନୁସାରେ ଠାକୁର ଘର ସହ ଦିଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଦେବୀଦେବତାଙ୍କ ମୂର୍ତ୍ତି ସ୍ଥାପନ କରିବାର ନିର୍ଦ୍ଦିଷ୍ଟ ନିୟମ ରହିଛି। ଏସବୁ ଦିଗ ପ୍ରତି ଧ୍ୟାନ ନ ଦେଲେ ଘର ପାଇଁ ଅଶୁଭ ହୋଇଥାଏ ବୋଲି କୁହାଯାଏ। ତା’ହେଲେ ଆସନ୍ତୁ ଜାଣିବା ଠାକୁର ଘରଟିଏ ନିର୍ମାଣ କରିବା ବେଳେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ।

Advertisment

୧. ପୂଜା ଘରକୁ ଐଶାନ୍ୟ (ଉତ୍ତର-ପୂର୍ବ ଦିଗ )ରେ ସ୍ଥାପିତ କଲେ ଜ୍ଞାନ ବୁଦ୍ଧି ବଢିବା ସହ ଆତ୍ମା ଶୁଦ୍ଧି ହୋଇଥାଏ।

୨. ଭଗବାନ ଗଣେଶଙ୍କ ମୂର୍ତ୍ତି ସ୍ଥାପନା କେବେ ହେଲେ ପୂର୍ବ ବା ପଶ୍ଚିମ ଦିଗରେ କରନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ ଗଣେଶ ଭଗବାନଙ୍କ ମୂର୍ତ୍ତି ଦକ୍ଷିଣ ଦିଗକୁ ମୁହଁ କରି ରହିଲେ ଶୁଭ।

Advertisment

୩. ପୂଜା ଘରେ ଦେବୀଦେବତାଙ୍କ ପ୍ରତିମା ପୂର୍ବ ଓ  ଉତ୍ତର ଦିଗ କାନ୍ଥ ପାଖରେ ଲଗାଇ ରଖନ୍ତୁ।

୪. ଶୟନ କକ୍ଷରେ କୌଣସି ଦେବୀଦେବତାଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।

୫. ପୂଜା ଘର ପାଖାପାଖି ଶୌଚାଳୟ କିମ୍ବା ସ୍ନାନାଗାର ରଖନ୍ତୁ ନାହିଁ।

୬. ପୂଜାରେ ବ୍ୟବହୃତ ଦ୍ରବ୍ୟକୁ ପଶ୍ଚିମ ଦକ୍ଷିଣ ଦିଗ ଆଡକୁ ମୁହଁ କରି ରଖନ୍ତୁ।

୭. ପୂଜା ଘର ଭିତରେ ଭଙ୍ଗା ମୂର୍ତ୍ତି କିମ୍ବା ଚିତ୍ର ରଖନ୍ତୁ ନାହିଁ।

୮.  ହନୁମାନଙ୍କ ମୂର୍ତ୍ତିକୁ ଉତ୍ତର ଦିଗରେ ଏପରି ସ୍ଥାପିତ କରନ୍ତୁ ଯେପରି ମୂର୍ତ୍ତିର ଦୃଷ୍ଟି ଦକ୍ଷିଣ ଦିଗ ଆଡକୁ ରହିବ।

୯. ଘର ଭିତରେ ଶିବାଳୟ ସ୍ଥାପିତ କରିବା ବର୍ଜିତ ହୋଇଥାଏ। ଆପଣ ଅନ୍ୟ ଦେବୀଦେବତାଙ୍କ ସହ ଶିବଙ୍କ ମୂର୍ତ୍ତି ରଖତ୍ପାରିବେ।

୧୦. ପୂଜାରେ ବ୍ୟବହୃତ ଦ୍ରବ୍ୟକୁ ଆପଣ ନଦୀ କିମ୍ବା ଜଳ ସ୍ରୋତରେ ପକାଇ ଦିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe