ଚାକିରି ମିଳୁନି? ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି କ’ଣ କଲେ ସୃଷ୍ଟି ହୋଇପାରେ ସମ୍ଭାବନା

ଚାକିରିଟିଏ ପାଇବା କାଠିକର ପାଠ। ଏଥିପାଇଁ ଆମକୁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ନିଜର ଯୋଗ୍ୟତା ଥିଲେ ମଧ୍ୟ ମନ ପସନ୍ଦର ଚାକିରି ମିଳି ନଥାଏ। ଯେଉଁ କାମ କରିଥାଉ ସେଥିରେ ଆମେ ଖୁସି ନଥାଉ। ଯାହାକୁ ନେଇ ଆମ ମନରେ ଚିନ୍ତା ବଢ଼ି ବଢ଼ି ଯାଏ। ବେଳେବେଳେ ହାରିଗଲା ପରି ଲାଗେ। ଯଦି ଆପଣଙ୍କ ଜୀବନରେ ଏପରି ସ୍ଥିତି ଲାଗି ରହିଛି, ତେବେ ଆପଣଙ୍କ ରାଶି ଅନୁସାରେ  ଏହାର ନିରାକରଣ କରିପାରିଲେ, ଶୀଘ୍ର ଚାକିରି […]

zodiac-jobs,,

Rakesh Mallick
  • Published: Saturday, 12 August 2017
  • , Updated: 12 August 2017, 03:08 PM IST

ଚାକିରିଟିଏ ପାଇବା କାଠିକର ପାଠ। ଏଥିପାଇଁ ଆମକୁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିଥାଏ। ନିଜର ଯୋଗ୍ୟତା ଥିଲେ ମଧ୍ୟ ମନ ପସନ୍ଦର ଚାକିରି ମିଳି ନଥାଏ। ଯେଉଁ କାମ କରିଥାଉ ସେଥିରେ ଆମେ ଖୁସି ନଥାଉ। ଯାହାକୁ ନେଇ ଆମ ମନରେ ଚିନ୍ତା ବଢ଼ି ବଢ଼ି ଯାଏ। ବେଳେବେଳେ ହାରିଗଲା ପରି ଲାଗେ। ଯଦି ଆପଣଙ୍କ ଜୀବନରେ ଏପରି ସ୍ଥିତି ଲାଗି ରହିଛି, ତେବେ ଆପଣଙ୍କ ରାଶି ଅନୁସାରେ  ଏହାର ନିରାକରଣ କରିପାରିଲେ, ଶୀଘ୍ର ଚାକିରି ମିଳିଯିବ। ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କଣ କଲେ ମିଳିପାରେ ଚାକିରି।

ମେଷ: ଏହି ରାଶିର ବ୍ୟକ୍ତିଙ୍କ ଉପରେ ବୁଧ ଗ୍ରହର ପ୍ରଭାବ ରହିଥାଏ। ଯଦି ଏହି କାରଣରୁ ଚାକିରି ମିଳୁନି ତେବେ ନିରାକରଣ ପାଇଁ ସକାଳେ ଶ୍ରୀଗଣେଶଙ୍କୁ ଦୁବଘାସ ଚଢ଼ାନ୍ତୁ।

ବୃଷ: ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶୁକ୍ର ଗ୍ରହର ପ୍ରଭାବ ରହିଥାଏ। ଏଥିପାଇଁ ଏମାନଙ୍କୁ ନିଜର ଯୋଗ୍ୟତା ଅନୁସାରେ ଚାକିରି ମିଳି ନଥାଏ। ଶୁଭଫଳ ପାଇଁ ଆପଣ ଦେବଦେବ ମହାଦେବଙ୍କୁ  ସୁଗନ୍ଧ ଜଳ ଓ ଫୁଲ ଅର୍ପଣ କରନ୍ତୁ।

ମିଥୁନ: ମଙ୍ଗଳ ଗ୍ରହର ପ୍ରଭାବ ଏହି ରାଶିର ବ୍ୟକ୍ତିଙ୍କ ଉପରେ ପଡ଼ିଥାଏ। ଏମାନେ  ସବୁବେଳେ ସକାଳେ ହନୁମାନ ଚାଲିଶା ପାଠ କରନ୍ତୁ। ଚାକିରି ସମସ୍ୟା ଥିଲେ ଦୂର ହେବ ବୋଲି ବିଶ୍ୱାସ ରହିଛି।

କର୍କଟ: ଏହି ରାଶିର ବ୍ୟକ୍ତିଙ୍କ ଚାକିରି ପାଇଁ ଶନିଗ୍ରହ ଦାୟୀ ହୋଇଥାନ୍ତି। ଏମାନେ ଶୀଘ୍ର ଚାକିରି ପାଇବା ପାଇଁ ଶନିବାର ଶନି ମନ୍ଦିରରେ ଦୀପ ଜାଳନ୍ତୁ।

ସିଂହ: ଏହି ରାଶିର ବ୍ୟକ୍ତିଙ୍କ ଚାକିରି ଚନ୍ଦ୍ର ଗ୍ରହ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ଯଦି ଏହି ରାଶିର ବ୍ୟକ୍ତି ଶୀଘ୍ର ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଶିବଲିଙ୍ଗରେ ଜଳ ଅଭିଷେକ କରନ୍ତୁ। ଶୀଘ୍ର ଚାକିରି ମିଳିଯିବ।

କନ୍ୟା: ଏହି ରାଶିର ବ୍ୟକ୍ତିଙ୍କ ଉପରେ ସୂର୍ଯ୍ୟଦେବଙ୍କ ପ୍ରଭାବ ରହିଥାଏ। ଏମାନେ ଚାକିରି ପାଇବା ପାଇଁ  ସୂର୍ଯ୍ୟଙ୍କ ସମ୍ମୁଖରେ ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ। ଶୁଭଫଳ ମିଳିବ।

ତୁଳା: ଏହି ରାଶିର ବ୍ୟକ୍ତିଙ୍କ ଉପରେ ବୃହସ୍ପତି ଗ୍ରହଙ୍କ ପ୍ରଭାବ ଥାଏ। ଚାକିରି ମିଳିବାରେ ସମସ୍ୟା ଦେଖା ଯାଉଥିଲେ, ଏମାନେ  କଦଳୀ ଦାନ କରନ୍ତୁ।

ବିଚ୍ଛା: ଏହି ରାଶିର ବ୍ୟକ୍ତିଙ୍କ ଉପରେ ଶୁକ୍ର ଗ୍ରହର ପ୍ରଭାବ ରହିଲେ ଚାକିରି ମିଳିଥାଏ। ଶୁକ୍ର ଗ୍ରହର ପ୍ରିୟ ରଙ୍ଗ ଧଳା। ସେଥିପାଇଁ ସନ୍ଧ୍ୟାରେ ଧଳାବସ୍ତୁ ଦାନ କଲେ ଚାକିରି ଶୀଘ୍ର ମିଳିଯାଇ ପାରେ ବୋଲି ବିଶ୍ୱାସ ରହିଛି।

ଧନୁ: ଏହି ରାଶିର ବ୍ୟକ୍ତିଙ୍କୁ ମଙ୍ଗଳ ଗ୍ରହର ପ୍ରଭାବରେ ଚାକିରି ମିଳିଥାଏ। ଏମାନେ ସବୁବେଳେ ସକାଳେ ହନୁମାନ ଚାଳିଶା ପାଠ କଲେ ଶୁଭଫଳ ମିଳିବ।

ମକର: ଏହି ରାଶିର ବ୍ୟକ୍ତିଙ୍କୁ ବୁଧ ଗ୍ରହର କୃପାରେ ଚାକିରି ମିଳିଥାଏ। ଏମାନେ ଗଣେଶଙ୍କୁ ଲଡୁ ଅର୍ପଣ କଲେ ଚାକିରି  ମିଳିବ ବୋଲି ବିଶ୍ୱାସ ରହିଛି।

କୁମ୍ଭ: ଏହି ରାଶିର ବ୍ୟକ୍ତିଙ୍କ ଉପରେ ଚନ୍ଦ୍ରମା ଗ୍ରହର ପ୍ରଭାବ ରହିଥାଏ। ଏଥିପାଇଁ ଏମାନେ ଶିବଲିଙ୍ଗ ଉପରେ ଚନ୍ଦନ ଚଢ଼ାନ୍ତୁ। ଆପଣଙ୍କ ସୁଫଳ ମିଳିବ।

ମୀନ: ଶନି ଗ୍ରହର କୃପା ଏହି ରାଶିର ବ୍ୟକ୍ତିଙ୍କ ଉପରେ ରହିଥାଏ। ଏଥିପାଇଁ  ଏମାନେ ୯ ଦିନ ପିପଲରେ ସୋରିଷ ତେଲ ଦେଇ ଦୀପ ଜଳାନ୍ତୁ। ଚାକିରି ମିଳିବାରେ ସହଜ ହୋଇପାରେ।

Related story