ଏମିତି ପ୍ରସ୍ତୁତ କରନ୍ତୁ ସୁଗାର ଫ୍ରି ମାଣ୍ଡିଆ ଓଟ୍‌ସ ଲଡ଼ୁ

ଆବଶ୍ୟକ ସାମଗ୍ରୀ- ମାଣ୍ଡିଆ ଗୁଣ୍ଡ, ଓଟ୍‌ସ, ଖଜରା, ଘିଅ, କାଜୁ, ଗୁଜୁରାତି ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ ଏକ ପ୍ୟାନ୍‌ରେ ଓଟ୍‌ସ ଢାଳି ୨ରୁ ୩ ମିନିଟ୍‌ ଯାଏ ଭାଜି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ଗ୍ରାଇଣ୍ଡିଂ କରନ୍ତୁ। ଏବେ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ଘିଅ ପକାଇ ଗରମ କରନ୍ତୁ। ଏଥିରେ ମାଣ୍ଡିଆ ଗୁଣ୍ଡ ପକାଇ ୨ରୁ ୩ ମିନିଟ୍‌ ଭାଜନ୍ତୁ। ଏହାକୁ ଅଲଗା ଏକ ଗିନାରେ ରଖନ୍ତୁ। ଗ୍ରାଇଣ୍ଡରରେ ଖଜରା, ମାଣ୍ଡିଆ ଗୁଣ୍ଡ, ଓଟ୍‌ସ ଗୁଣ୍ଡକୁ […]

sweet

Biswobandita Swain
  • Published: Thursday, 07 February 2019
  • , Updated: 07 February 2019, 12:17 PM IST

ଆବଶ୍ୟକ ସାମଗ୍ରୀ- ମାଣ୍ଡିଆ ଗୁଣ୍ଡ, ଓଟ୍‌ସ, ଖଜରା, ଘିଅ, କାଜୁ, ଗୁଜୁରାତି ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ

ଏକ ପ୍ୟାନ୍‌ରେ ଓଟ୍‌ସ ଢାଳି ୨ରୁ ୩ ମିନିଟ୍‌ ଯାଏ ଭାଜି ଦିଅନ୍ତୁ। ଏହା ଥଣ୍ଡା ହୋଇଗଲା ପରେ ଗ୍ରାଇଣ୍ଡିଂ କରନ୍ତୁ। ଏବେ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ଘିଅ ପକାଇ ଗରମ କରନ୍ତୁ। ଏଥିରେ ମାଣ୍ଡିଆ ଗୁଣ୍ଡ ପକାଇ ୨ରୁ ୩ ମିନିଟ୍‌ ଭାଜନ୍ତୁ। ଏହାକୁ ଅଲଗା ଏକ ଗିନାରେ ରଖନ୍ତୁ। ଗ୍ରାଇଣ୍ଡରରେ ଖଜରା, ମାଣ୍ଡିଆ ଗୁଣ୍ଡ, ଓଟ୍‌ସ ଗୁଣ୍ଡକୁ ମିଶାଇ ଗ୍ରାଇଣ୍ଡିଂ କରନ୍ତୁ ଓ ଏଥିରେ ଗୁଜୁରାତି ଗୁଣ୍ଡ ପକାଇ ମିଶାନ୍ତୁ। ଏବେ ପ୍ୟାନ୍‌ରେ ୨ ଟେବଲସ୍ପୁନ୍‌ ଘିଅ ଗରମ କରନ୍ତୁ। ଏଥିରେ କାଜୁ ପକାଇ ୨ ମିନିଟ୍‌ ଭାଜନ୍ତୁ। ଏହା ପରେ ଗ୍ରାଇଣ୍ଡିଂ କରାଯାଇଥିବା ସାମଗ୍ରୀରେ କାଜୁକୁ ଭଲ ଭାବେ ମିଶାନ୍ତୁ। ଏବେ ଏହି ମିଶ୍ରଣକୁ ଥଣ୍ଡା କରିବା ପରେ ହାତରେ ଛୋଟ ଛୋଟ ଗୋଲା ତିଆରି କରନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ମାଣ୍ଡିଆ ଓଟ୍‌ସ ଖଜରା ଲଡୁ। ଏହାକୁ ଚା’ କିମ୍ବା ଖାଲିରେ ଖାଇପାରିବେ।

Related story