/odisha-reporter/media/post_attachments/uploads/2020/11/kobu.jpg)
kobi
ଦିନ ଥିଲା ଫୁଲକୋବି ଏକ ଋତୁକାଳୀନ ପରିବାରେ ଭାବେ ଲୋକପ୍ରିୟ ଥିଲା। ହେଲେ ଆଜିକାଲି ଏହା ବାରମାସି ହୋଇଗଲାଣି। ଆପଣ ଯେତେବେଳେ ପରିବା ବଜାରରେ ଖୋଜିବେ ଫୁଲକୋବି ପାଇଯିବେ। ତେବେ ଖାଲି ସ୍ୱାଦରେ ନୁହେଁ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ୍ ଲାଭକାରୀ ଫୁଲକୋବି। ସେଥିପାଇଁ ହୁଏତ ପରିବା ଭିତରେ ଏହା ସବୁଠାରୁ ଅଧିକ ଲୋକପ୍ରିୟ।
/odisha-reporter/media/post_attachments/cdn-prod.medicalnewstoday.com/content/images/articles/282/282844/cauliflower-is-rich-in-nutrients-and-fiber.jpg)
ପ୍ରକୃତରେ ଫୁଲକୋବିରେ ଏଭଳି ଅନେକ ପୋଷକ ତତ୍ୱ ରହିଛି, ଯାହା ଶରୀରର ବିଭିନ୍ନ ଦିଗରେ ଯତ୍ନ ନେଇଥାଏ। ଏହି କାରଣରୁ ଯଦି ଆପଣଙ୍କୁ ଫୁଲକୋବି ପସନ୍ଦ ନୁହେଁ, ତଥାପି ଆମେ କହିବୁ ଯେ ଏହାକୁ ନିଜ ହିସାବରେ ହେଉ ପଛେ ଖାଇବା ଅଭ୍ୟାସ ଆରମ୍ଭ କରିଦିଅନ୍ତୁ।
/odisha-reporter/media/post_attachments/media/images/RFO-1400x919-CauliflowerPopcorn-93c1eda9-bfc2-4a4b-8e9d-c77be74ff24b-0-1400x919.jpg)
ଫୁଲକୋବି ଆମକୁ ଅନେକ ପ୍ରକାରର ରୋଗ ବ୍ୟାଧିଠାରୁ ଦୂରରେ ରଖିଥାଏ। ଫୁଲକୋବି ଶରୀରକୁ ମଜବୁତ୍ କରିଥାଏ। ତେବେ ଏହା ଡାଏଟ୍ ଫ୍ରେଣ୍ଡଲୀ ମଧ୍ୟ। ହଁ, ଆପଣ ଠିକ୍ ବୁଝିଛନ୍ତି। ଯଦି ଆପଣ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି, ତା'ହେଲେ ମନ ଖୋଲି ଫୁଲକୋବି ଖାଇପାରିବେ। ଏହାକୁ ଆପଣ ହେଲଦି ସ୍ନାକ୍ସ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରିପାରିବେ। ଶରୀର ପାଇଁ କ୍ଷତିକାରକ ଖାଦ୍ୟର ଏହ ସୁସ୍ୱାଦୁ ବିକଳ୍ପ ହେଉଛି ଫୁଲକୋବି। ତେବେ ଆସନ୍ତୁ ଫୁଲକୋବିର ବିଭିନ୍ନ ଲାଭକାରୀ ଗୁଣ ବିଷୟରେ ଜାଣିବା...
/odisha-reporter/media/post_attachments/wp-content/uploads/2009/03/cauliflower.jpg)
ପେଟ ପାଇଁ ଉପକାରୀ ଫୁଲକୋବି
ଫୁଲକୋବିରେ ଖୁବ୍ ଫାଇବର ରହିଛି। ଏଣୁ ନିଶ୍ଚିତ ଭାବରେ ଏହା ପେଟ ପାଇଁ ଖୁବ୍ ଉପକାରୀ। ଫାଇବର ପେଟ ପାଇଁ ସ୍ୱାସ୍ଥ୍ୟକର କାରଣ ଏହା ପେଟର ଥିବା ହଜମକାରୀ ଭୂତାଣୁଗୁଡ଼ିକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଣୁ ଆପଣ ଯେତେ ଫାଇବର ସେବନ କରିବେ, ସେତିକି ସୁସ୍ଥ ରହିବି। କେବଳ ଏତିକି ନୁହେଁ, ଫୁଲକୋବିରେ ଥିବା ଫାଇବର ମୋଟାପଣକୁ ରୋକିଥାଏ। କାରଣ ଫୁଲକୋବି ଖାଇବା ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ଲାଗି ନ ଥାଏ। ଏଣୁ ବାରମ୍ବାର ଖାଇବା ଅଭ୍ୟାସରୁ ମୁକ୍ତି ମିଳିଥାଏ।
ପ୍ରଚୁର ଆଣ୍ଟିଅକ୍ସିଡେଣ୍ଟ
ଆମ ଶରୀରକୁ ଫ୍ରି ରାଡିକଲ୍ସ ଏବଂ ଏହାର କ୍ଷତିଠାରୁ ରକ୍ଷା କରିଥାଏ ଆଣ୍ଟିଅକ୍ସିଡାଣ୍ଟ। ଫୁଲକୋବିରେ ଭରପୂର ଆଣ୍ଟିଅକ୍ସିଡାଣ୍ଟ ରହିଛି। ଏହି ଆଣ୍ଟିଅକ୍ସିଡାଣ୍ଟ କ୍ୟାନସର ସେଲସଗୁଡ଼ିକୁ ବଢ଼ିବାକୁ ଦିଏନାହିଁ। ଫୁଲକୋବିରେ ଭିଟାମିନ୍-ସି ମଧ୍ୟ ପ୍ରଚୁର ରହିଛି। ଭିଟାମିନ୍-ସି ମଧ୍ୟ ଏକ ଆଣ୍ଟିଅକ୍ସିଡାଣ୍ଟ ଭଳି କାମ କରିଥାଏ।
ଓଜନ କମାଇଥାଏ- ଓଜନ କମାଇଥାଏ ଫୁଲକୋବି। ପ୍ରକୃତରେ ଫୁଲକୋବିରେ ପାଣିର ମାତ୍ରା ଅଧିକ ଥାଏ। ଏହି କାରଣରୁ ଫୁଲକୋବି ଖାଇଲେ ଅଧିକ ସମୟ ପର୍ଯ୍ୟନ୍ତ ପେଟ ଭର୍ତ୍ତି ଥିଲା ଭଳି ଲାଗେ। ଫଳରେ ବାରମ୍ବାର ଖାଇବା ଅଭ୍ୟାସରୁ ମୁକ୍ତି ମିଳିବା ସହ ଶରୀରରେ ପାଣିର ଅଭାବ ମଧ୍ୟ ହୁଏନାହିଁ।
ମାନସିକ ସ୍ୱାସ୍ଥ୍ୟ ପାଇଁ ଉପକାରୀ
ଫୁଲକୋବିରେ ପ୍ରଚୁର ମାତ୍ରାରେ କୋଲିନ ନାମକ ଏକ ପୋଷକ ତତ୍ୱ ରହିଛି। ଏହା ଆମ ଶରୀରର ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏଭଳି ବହୁତ କମ୍ ଖାଦ୍ୟ ପଦାର୍ଥ ଅଛି, ଯେଉଁଥିରେ କୋଲିନ୍ ମିଳିଥାଏ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
