ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁସ୍ଥ ଜୀବନ ପାଇଁ ଅନେକ ଲୋକ ଯୋଗ, ପ୍ରାଣାୟମ ଆଦି କରନ୍ତି। ଅନେକ ବ୍ୟାୟାମ କରନ୍ତି। ତା’ସହିତ ସେମାନେ ନିଜ ଖାଦ୍ୟାଭ୍ୟାସ ଉପରେ ଯଥେଷ୍ଟ ଧ୍ୟାନ ଦିଅନ୍ତି। ତେବେ କିଛି ଲୋକ ଅଛନ୍ତି ବିଶେଷଜ୍ଞମାନଙ୍କ ପରାମର୍ଶ ନନେଇ ନିଜେ ନିଜେ କେଉଁ ଖାଦ୍ୟ କେତେ ଖାଇବେ, ସେ ନିଷ୍ପତ୍ତି ନେଇ ଯାଆନ୍ତି। ଏହା ଠିକ୍ ନୁହେଁ।
ଏକ ଗବେଷଣା ଅନୁଯାୟୀ, ଖାଦ୍ୟରେ କାର୍ବୋହାଇଡ୍ରେଡ୍ର ପରିମାଣ ୪୦ ପ୍ରତିଶତରୁ କମ୍ ବା ୭୦ ପ୍ରତିଶତରୁ ଅଧିକ ରହିଲେ, ଏହା ଆପଣଙ୍କ ପାଇଁ ମୃତ୍ୟୁର କାରଣ ହୋଇଥାଏ। କିନ୍ତୁ ଖାଦ୍ୟରେ ୫୦ରୁ ୫୫ ପ୍ରତିଶତ କାର୍ବୋହାଇଡ୍ରେଡ୍ ରହିଲେ ଜୀବନପ୍ରତି ବିପଦ ରହେ ନାହିଁ।
ବାଲ୍ଟର ତାଙ୍କ ଗବେଷଣାରେ ୪୫ରୁ ୬୪ ବର୍ଷ ବୟସର ପାଖାପାଖି ୧୫,୪୨୮ ଜଣ ଲୋକଙ୍କୁ ସାମିଲ୍ କରିଥିଲେ।
ଏହି ଗବେଷଣାରୁ ସେ ଜାଣିବାକୁ ପାଇଥିଲେ ଯେ ଉଚିତ୍ ମାତ୍ରାରେ କାର୍ବୋହାଇଡ୍ରେଡ୍ ଖାଉଥିବା ବ୍ୟକ୍ତିଙ୍କ ତୁଳନାରେ କମ୍ କାର୍ବୋହାଇଡ୍ରେଡ୍ ଖାଉଥିବା ବ୍ୟକ୍ତିଙ୍କର ଆୟୁଷ ୪ ବର୍ଷ କମ୍ ହୋଇଥାଏ। ସେହିଭଳି ଯେଉଁମାନେ ଅଧିକ କାର୍ବୋହାଇଡ୍ରେଡ୍ ଖାଆନ୍ତି ସେମାନଙ୍କ ଆୟୁଷ ବର୍ଷେ କମ୍ ହୋଇଥାଏ।
ଏହି ଗବେଷଣାମୂଳକ ରିପୋର୍ଟ ପବ୍ଲିକ୍ ହେଲଥ୍ ଜର୍ଣ୍ଣାଲ୍ରେ ପ୍ରକାଶ ପାଇଛି।