ଦାନ୍ତ ମଝିରେ ଫାଙ୍କା ଅଛି କି? ଜାଣନ୍ତୁ କେମିତି ହେବ ଆପଣଙ୍କ ସ୍ୱଭାବ

ହାତରେଖା ଦେଖି ବ୍ୟକ୍ତିର ଭାଗ୍ୟ, ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଯେପରି ଜାଣି ହୋଇଥାଏ। ସେହିପରି ଆମର ଦାନ୍ତରୁ ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଜାଣି ହୋଇଥାଏ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତିର ଦାନ୍ତ ଅଲଗା ଅଲଗା ହୋଇଥାଏ। କାହାର ଦାନ୍ତ ପାଖାପାଖି ହୋଇଥିବା ବେଳେ କାହାର ଦାନ୍ତ ଛାଡ଼ି ଛାଡ଼ି। କିନ୍ତୁ ଜାଣିଛନ୍ତି କି, ଯେଉଁ ପୁରୁଷ ଓ ମହିଳାଙ୍କ ଆଗଦାନ୍ତ ମଧ୍ୟରେ ଫାଙ୍କା ସ୍ଥାନ ଥାଏ। ସେମାନେ ନିଃସ୍ୱାର୍ଥପର  ଓ ମନୋରଞ୍ଜକାରୀ ବା ଖୁସବାସିଆ ହୋଇଥାନ୍ତି। ସବୁବେଳେ ଶୃଙ୍ଖଳିତ […]

teeth,,,

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 08:14 AM IST

ହାତରେଖା ଦେଖି ବ୍ୟକ୍ତିର ଭାଗ୍ୟ, ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଯେପରି ଜାଣି ହୋଇଥାଏ। ସେହିପରି ଆମର ଦାନ୍ତରୁ ଭବିଷ୍ୟତ ଓ ବ୍ୟକ୍ତିତ୍ୱ ଜାଣି ହୋଇଥାଏ। କିନ୍ତୁ ପ୍ରତ୍ୟେକ ବ୍ୟକ୍ତିର ଦାନ୍ତ ଅଲଗା ଅଲଗା ହୋଇଥାଏ। କାହାର ଦାନ୍ତ ପାଖାପାଖି ହୋଇଥିବା ବେଳେ କାହାର ଦାନ୍ତ ଛାଡ଼ି ଛାଡ଼ି। କିନ୍ତୁ ଜାଣିଛନ୍ତି କି, ଯେଉଁ ପୁରୁଷ ଓ ମହିଳାଙ୍କ ଆଗଦାନ୍ତ ମଧ୍ୟରେ ଫାଙ୍କା ସ୍ଥାନ ଥାଏ। ସେମାନେ ନିଃସ୍ୱାର୍ଥପର  ଓ ମନୋରଞ୍ଜକାରୀ ବା ଖୁସବାସିଆ ହୋଇଥାନ୍ତି। ସବୁବେଳେ ଶୃଙ୍ଖଳିତ ଭାବେ କାମ କରନ୍ତି। ଶୃଙ୍ଖଳିତ ଭାବେ କାମ କରିବାକୁ ସେମାନେ ପସନ୍ଦ କରନ୍ତି।  ସବୁବେଳେ ସେମାନଙ୍କ ଚେହେରା ହସ ହସ ଥାଏ।

ଯେଉଁ ମହିଳାଙ୍କ ଆଗ ଦାନ୍ତ ମଧ୍ୟରେ ଫାଙ୍କ ସ୍ଥାନ ରହିଥାଏ। ସେମାନଙ୍କୁ ଭାଗ୍ୟଶାଳୀ କୁହାଯାଏ। ଏହି ମହିଳାମାନେ ଯେଉଁଠି ରହୁନ୍ତି ସୁଖଶାନ୍ତି ଭରି ଯାଇଥାଏ। ବିଶ୍ୱାସ ରହିଛି, ଏହି ମହିଳାମାନେ ଭଲ ଘରେ ବିବାହ ମଧ୍ୟ କରନ୍ତି।

ସେହିପରି ଯେଉଁ ପୁରୁଷଙ୍କ ଆଗ ଦାନ୍ତରେ ଫାଙ୍କା ରହିଥାଏ, ସେମାନଙ୍କୁ ଭାଗ୍ୟଶାଳୀ କୁହାଯାଏ। ଏଭଳି ପୁରୁଷଙ୍କ ଉପରେ ବିଶ୍ୱାସ କରାଯାଇପାରେ। ଏମାନେ ଅନ୍ୟମାନଙ୍କ ପାଇଁ ଭଲ ଚିନ୍ତା କରନ୍ତି।  ମାନସିକତା ଖୁବ୍ ଭଲ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଯେଉଁ ପୁରୁଷଙ୍କ ଆଗ ଦାନ୍ତରେ ଫାଙ୍କା ଥାଏ, ସେମାନେ ସବୁବେଳେ ଖୁସି ରହିଥାନ୍ତି। ଏପରି ଲୋକ କେବେ ଦୁଃଖୀ ହୁଅନ୍ତି ନାହିଁ। ଅନ୍ୟମାନଙ୍କ ସହ ବନ୍ଧୁତା କରିବାକୁ ପସନ୍ଦ କରନ୍ତି। ଏମାନେ କାହାକୁ ଧୋକା ଦିଅନ୍ତି ନାହିଁ,  ସବୁବେଳେ ସମସ୍ତଙ୍କ ମିଶି କାମ କରିବାକୁ ପସନ୍ଦ କରନ୍ତି।

 

 

 

Related story