ଓଜନ ହ୍ରାସ କରିବ ରସୁଣ ଓ ମହୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରର ଓଜନ ବଢ଼ିଲେ ପ୍ରାୟ ସମସ୍ତେ ଚିନ୍ତାରେ ପଡ଼ିଯା’ନ୍ତି। ଓଜନ କମାଇବାକୁ ଲୋକେ ଅନେକ ଉପାୟ ଆପଣାନ୍ତି। କିଏ ଖାଇବା ନିୟନ୍ତ୍ରଣ କରନ୍ତି ତ ଆଉ କିଏ ଏହା ସହିତ ବ୍ୟାୟାମ କରନ୍ତି। ଓଜନ କମାଇବା ପାଇଁ ଆପଣ ଜଙ୍କ୍ ଫୁଡ୍‌ରୁ ଦୂରେଇ ରହିବା ସହିତ ପ୍ରତିଦିନ ବ୍ୟାୟାମ ମଧ୍ୟ କରନ୍ତୁ। ତେବେ ତା’ସହିତ କଞ୍ଚା ରସୁଣ ଓ ମହୁ ମଧ୍ୟ ଖା’ନ୍ତୁ। ଏହା ଓଜନ ହ୍ରାସ୍‌ କରିବାରେ ବଢ଼ିଆ କାମ କରେ।  […]

r2

Puspanjali Panda
  • Published: Friday, 27 September 2019
  • , Updated: 27 September 2019, 01:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରର ଓଜନ ବଢ଼ିଲେ ପ୍ରାୟ ସମସ୍ତେ ଚିନ୍ତାରେ ପଡ଼ିଯା’ନ୍ତି। ଓଜନ କମାଇବାକୁ ଲୋକେ ଅନେକ ଉପାୟ ଆପଣାନ୍ତି। କିଏ ଖାଇବା ନିୟନ୍ତ୍ରଣ କରନ୍ତି ତ ଆଉ କିଏ ଏହା ସହିତ ବ୍ୟାୟାମ କରନ୍ତି। ଓଜନ କମାଇବା ପାଇଁ ଆପଣ ଜଙ୍କ୍ ଫୁଡ୍‌ରୁ ଦୂରେଇ ରହିବା ସହିତ ପ୍ରତିଦିନ ବ୍ୟାୟାମ ମଧ୍ୟ କରନ୍ତୁ। ତେବେ ତା’ସହିତ କଞ୍ଚା ରସୁଣ ଓ ମହୁ ମଧ୍ୟ ଖା’ନ୍ତୁ। ଏହା ଓଜନ ହ୍ରାସ୍‌ କରିବାରେ ବଢ଼ିଆ କାମ କରେ।  ତା’ହେଲେ ଆସନ୍ତୁ ଜାଣିବା ଏ ଦୁଇଟି ଜିନିଷକୁ ଆପଣ ଓଜନ କମାଇବା ପାଇଁ କିପରି ବ୍ୟବହାର କରିବେ।

୩ରୁ ୪ କୋଲା ରସୁଣ ନିଅନ୍ତୁ। ରସୁଣର ଚୋପା ଛଡ଼ାଇ ଛୋଟ ଛୋଟ କରି କାଟି ଦିଅନ୍ତୁ। ଗୋଟିଏ ଛୋଟ କପ୍‌ରେ ମହୁ ନେଇ ଏଥିରେ କାଟି ରଖିଥିବା ରସୁଣକୁ ପକାନ୍ତୁ।

ଏହି ମିଶ୍ରଣକୁ ରାତିରେ ପ୍ରସ୍ତୁତ କରି ରଖନ୍ତୁ ଏବଂ ସକାଳେ ଖାଲି ପେଟରେ ପିଅନ୍ତୁ। ମହୁ ଓ ରସୁଣର ମିଶ୍ରଣକୁ ତିଆରି କରି ଆପଣ ପାଖାପାଖି ୩ ଦିନ ପର୍ଯ୍ୟନ୍ତ ଫ୍ରିଜ୍‌ରେ ରଖିପାରିବେ। ମହୁ ଓ ରସୁଣର ସ୍ୱାଦ ପାଟିକୁ ଖରାପ ଲାଗିପାରେ। ତେବେ ଏହା ଆପଣଙ୍କ ଓଜନକୁ ହ୍ରାସ କରିବ।

ଆଉ କି ଫାଇଦା ମିଳେ?

  • ରସୁଣ ଓ ମହୁର ଏହି ମିଶ୍ରଣ ହଜମ ପ୍ରକ୍ରିୟାକୁ ଠିକ୍‌ ରଖିବା ସହିତ ଶରୀରରୁ ଟକ୍ସିନ୍‌କୁ ବାହାର କରିବାରେ ସାହାଯ୍ୟ କରିଥାଏ।
  • ଜ୍ୱର ଓ ଥଣ୍ଡା ସହିତ ଲଢ଼ିବା ପାଇଁ ଶରୀରକୁ ଶକ୍ତି ଦେଇଥାଏ।
  • ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

 

Related story