ଡାଇବେଟିସ୍ ରୋଗୀ ରସୁଣ ଖାଇବା ଉଚିତ୍‌ ନା ନାହିଁ

ନୂଆଦିଲ୍ଲୀ: ଆଜିକାଲି ଡାଇବେଟିସ୍ ବା ମଧୁମେହ ଏକ ସାଧାରଣ ରୋଗ ହୋଇଗଲାଣି। ଅବଶ୍ୟ କେହି କେହି ଡାକ୍ତର ଏହାକୁ ରୋଗ ନ କହି, ଶରୀରର ଏକ ସ୍ଥିତି ବୋଲି କହନ୍ତି, ଯାହା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଡାଇବେଟିସ୍ ରୋଗୀଙ୍କ ଖାଇବା,ପିଇବାରେ ଅନେକ ବାରଣ ଥାଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏହି ରୋଗୀମାନେ ଖାଦ୍ୟ ନ ଖାଇଲେ ଶରୀରରେ ସୁଗାରର ସ୍ତର ବଢ଼ିଯିବାର ସମ୍ଭାବନା ରହିଥାଏ, ଯାହା ଆଦୌ ଭଲ ନୁହେଁ। ଏବେ ଆସନ୍ତୁ ମୂଳ ପ୍ରସଙ୍ଗକୁ […]

garlic

Jitendra Garnayak
  • Published: Thursday, 19 September 2019
  • , Updated: 19 September 2019, 05:33 PM IST

ନୂଆଦିଲ୍ଲୀ: ଆଜିକାଲି ଡାଇବେଟିସ୍ ବା ମଧୁମେହ ଏକ ସାଧାରଣ ରୋଗ ହୋଇଗଲାଣି। ଅବଶ୍ୟ କେହି କେହି ଡାକ୍ତର ଏହାକୁ ରୋଗ ନ କହି, ଶରୀରର ଏକ ସ୍ଥିତି ବୋଲି କହନ୍ତି, ଯାହା ଅନେକ ରୋଗକୁ ଆମନ୍ତ୍ରଣ କରିଥାଏ। ଡାଇବେଟିସ୍ ରୋଗୀଙ୍କ ଖାଇବା,ପିଇବାରେ ଅନେକ ବାରଣ ଥାଏ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଏହି ରୋଗୀମାନେ ଖାଦ୍ୟ ନ ଖାଇଲେ ଶରୀରରେ ସୁଗାରର ସ୍ତର ବଢ଼ିଯିବାର ସମ୍ଭାବନା ରହିଥାଏ, ଯାହା ଆଦୌ ଭଲ ନୁହେଁ।

ଏବେ ଆସନ୍ତୁ ମୂଳ ପ୍ରସଙ୍ଗକୁ ଯିବା। ଡାଇବେଟିସ୍ ରୋଗୀମାନେ ରସୁଣ ଖାଇବା ଉଚିତ୍ କି ନୁହେଁ? ଏହାର ଉତ୍ତର ହେଉଛି, ସେମାନେ ନିଶ୍ଚିତ ଭାବେ ରସୁଣ ଖାଇବା ଉଚିତ୍। ୨୦୦୬ରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଥିଲା ଯେ, ଟାଇପ୍-୨ ଡାଇବେଟିସ୍‌ରେ ପୀଡ଼ିତ ଲୋକେ ରସୁଣ ଖାଇଲେ ରକ୍ତରେ ଥିବା ଶର୍କରାର ପରିମାଣ ହ୍ରାସ ପାଇପାରେ। ରସୁଣରେ ଭିଟାମିନ୍ ବି୬ ଅଛି ଯାହା କାର୍ବୋହାଇଡ୍ରେଡ୍‌ ମେଟାବୋଲିଜିମ୍‌ ଓ ଭିଟାମିନ୍ ‘ସି’ ସହିତ ସଂଶ୍ଳୀଷ୍ଟ ଏବଂ ଏହା ରକ୍ତରେ ଶର୍କରାର ସ୍ତରକୁ ଠିକ୍ ରଖିବାରେ ସାହାଯ୍ୟ କରିପାରେ। ଏହା ସହିତ ରସୁଣ ହୃତ୍‌ପିଣ୍ଡକୁ ମଧ୍ୟ ସୁସ୍ଥ ରଖିଥାଏ। ସାଧାରଣତଃ ୮୦% ଡାଇବେଟିସ୍ ରୋଗୀ ହୃଦ୍‌ରୋଗରେ ପୀଡ଼ିତ ହୁଅନ୍ତି।

ପରେ ୨୦୧୪ରେ ହୋଇଥିବା ଏକ ଗବେଷଣାରେ ମଧ୍ୟ ଏହି ସମାନ କଥା କୁହାଯାଇଥିଲା। ଏହା ବ୍ୟତୀତ ରସୁଣ ରକ୍ତଚାପ ସ୍ତର ସଠିକ୍ ରହିବାରେ ସାହାଯ୍ୟ କରେ। ରସୁଣ ଖାଇଲେ ଶରୀରରେ କ୍ୟାନ୍‌ସର ସେଲ୍‌ଗୁଡ଼ିକ ବଢ଼ି ପାରନ୍ତି ନାହିଁ। ତେଣୁ କେବଳ ଡାଇବେଟିସ୍ ରୋଗୀ ନୁହନ୍ତି, ଅନ୍ୟମାନେ ମଧ୍ୟ ରସୁଣ ଖାଇବା ସ୍ୱାସ୍ଥ୍ୟପକ୍ଷେ ହିତକର।

Related story