Advertisment

କେବଳ ଡାକ୍ତରୀ ଔଷଧ ନୁହେଁ ଘରୋଇ ଉପାୟରେ ବି ଦୂର ହୁଏ ଗ୍ୟାଷ୍ଟ୍ରିକ୍‌

ଭୁବନେଶ୍ୱର: ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ସବୁ ବର୍ଗର ଲୋକମାନଙ୍କ ଠାରେ ଏବେ ଗୋଟିଏ ସମସ୍ୟା ଦେଖାଯାଉଛି ଗ୍ୟାଷ୍ଟ୍ରିକ୍‌ ବା ଅମ୍ଳ ଦୋଷ। ଗ୍ୟାଷ୍ଟ୍ରିକ୍‌ରୁ ପେଟ ଫୁଲିବା, ଛାତି ଜଳିବା, ଶରୀର କିମ୍ବା ପେଟ ଓଜନିଆ ଭଳି ସମସ୍ୟା ଉପୁଜିଥାଏ। ଏହି ସମସ୍ୟା ଠାରୁ ଦୂରେଇବାକୁ ଚାହୁଁଥିଲେ ନିମ୍ନ ଲିଖିତ ଘରୋଇ ଉପଚାର ମଧ୍ୟରୁ ଯେକୌଣସି ଗୋଟିଏ ଉପଚାରକୁ ନିୟମିତ ପାଳନ କରନ୍ତୁ। ହେଙ୍ଗୁ: ଏକ କପ୍‌ ଉଷୁମ ପାଣିରେ ଅଧ ଚାମଚ ହେଙ୍ଗୁ […]

ଅଦ୍ୟତନ ହୋଇଛି
କେବଳ ଡାକ୍ତରୀ ଔଷଧ ନୁହେଁ ଘରୋଇ ଉପାୟରେ ବି ଦୂର ହୁଏ ଗ୍ୟାଷ୍ଟ୍ରିକ୍‌

gastric

Advertisment

ଭୁବନେଶ୍ୱର: ଛୋଟ ପିଲା ଠାରୁ ଆରମ୍ଭ କରି ବୟସ୍କ ଲୋକ ସବୁ ବର୍ଗର ଲୋକମାନଙ୍କ ଠାରେ ଏବେ ଗୋଟିଏ ସମସ୍ୟା ଦେଖାଯାଉଛି ଗ୍ୟାଷ୍ଟ୍ରିକ୍‌ ବା ଅମ୍ଳ ଦୋଷ। ଗ୍ୟାଷ୍ଟ୍ରିକ୍‌ରୁ ପେଟ ଫୁଲିବା, ଛାତି ଜଳିବା, ଶରୀର କିମ୍ବା ପେଟ ଓଜନିଆ ଭଳି ସମସ୍ୟା ଉପୁଜିଥାଏ। ଏହି ସମସ୍ୟା ଠାରୁ ଦୂରେଇବାକୁ ଚାହୁଁଥିଲେ ନିମ୍ନ ଲିଖିତ ଘରୋଇ ଉପଚାର ମଧ୍ୟରୁ ଯେକୌଣସି ଗୋଟିଏ ଉପଚାରକୁ ନିୟମିତ ପାଳନ କରନ୍ତୁ।

Advertisment

ହେଙ୍ଗୁ: ଏକ କପ୍‌ ଉଷୁମ ପାଣିରେ ଅଧ ଚାମଚ ହେଙ୍ଗୁ ମିଶାଇ ପ୍ରତିଦିନ ପଇବା ଅଭ୍ୟାସ କରନ୍ତୁ। ହେଙ୍ଗୁ ଗ୍ୟାସ୍‌କୁ ଅଧିକ ବଢ଼ିବାକୁ ଦିଏ ନାହିଁ। ଏହା ଶରୀରର ବାତ ଦୋଷକୁ ନିୟନ୍ତ୍ରଣ କରେ।

ଜିରା ପାଣି: ଏକ ଚାମଚ ଜିରା କୁ ଦୁଇ କପ୍‌ ପାଣିରେ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଫୁଟାଇ  ପାଣିକୁ ଥଣ୍ଡା କରି ମିଲ୍‌ ଖାଇବା ପରେ ପିଅନ୍ତୁ। ଏହି ପାଣି ପ୍ରତିଦିନ ପିଇଲେ ହଜମ ଶକ୍ତି ବୃଦ୍ଧିପାଏ।

Advertisment

ଜୁଆଣୀ: ଅଧଚାମଚ ଜୁଆଣୀକୁ ଏକ କପ୍‌ ପାଣିରେ ଭିଜାଇ ପ୍ରତିଦିନ ଥରେ ପିଇପାରିବେ। ଜୁଆଣୀରେ ଥିବା ଥାଇମଲ (thymol) ହଜମ ଶକ୍ତି ବଢ଼ାଏ।

ଅଦା: ଏକ ଚାମଚ ଅଦା ଛେଚା କିମ୍ବା କୋରା ଯାଇଥିବା ଅଦା ସହ ଏକ ଚାମଚ ଲେମ୍ବୁ ରସକୁ ପ୍ରତିଦିନ ମିଲ୍‌ ଖାଇବା ପରେ ପିଇଲେ ଗ୍ୟାସ ସମସ୍ୟା ରୁହେ ନାହିଁ।

ତ୍ରିଫଳା: ଅଧ ଚାମଚ ତ୍ରିଫଳା (ହରିଡ଼ା, ବାହାଡ଼ା ଓ ଅଅଁଳା) ଚୂର୍ଣ୍ଣକୁ ଏକ କପ୍‌ ଗରମ ପାଣିରେ ଗୋଳାଇ ରାତିରେ ଶୋଇବା ପୂର୍ବରୁ ପିଇପାରିବେ। ଧ୍ୟାନ ଦେବେ ତ୍ରିଫଳାର ମାତ୍ରା ଯେପରି ବେଶୀ ନ ହୁଏ। କାରଣ ଏଥିରେ ଅଧିକ ମାତ୍ରାରେ ଫାଇବର ରହିଛି ଯାହା ପେଟ ଫୁଲାଇବା ସମସ୍ୟା କରାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe