Advertisment

ଏମ୍ସରେ ଅସ୍ତ୍ରୋପଚାର : ବୃଦ୍ଧାଙ୍କ ଶରୀରରେ ପ୍ରତ୍ୟାରୋପଣ ହେଲା ‘ସୁନାର ଆଣ୍ଠୁ’

ନୂଆଦିଲ୍ଲୀ: ଏମିତି ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ସତ। ହେଲେ ପ୍ରକୃତ କଥା ହେଲା ପ୍ରତ୍ୟାରୋପଣ ହୋଇଥିବା ଆଣ୍ଠୁଟି ସୁନା ହୋଇ ନ ଥିବା ବେଳେ ଏହା ସୁନାପରି ଦେଖିବାକୁ। ଏହା ପଛରେ କ’ଣ କାରଣ ରହିଛି  ଆସନ୍ତୁ ଜାଣିବା। ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ୬୦ ବର୍ଷର ବୃଦ୍ଧା ଆଣ୍ଠୁରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରି ଚାଲିବା ପାଇଁ ଅସମର୍ଥ ହୋଇଥିଲେ। ଆଣ୍ଠୁଟି ତାଙ୍କୁ ଖୁବ୍‌ ଭାରି ଲାଗୁଥିଲା। ଡାକ୍ତର ତାଙ୍କୁ ଆଣ୍ଠୁ ପ୍ରତ୍ୟାରୋପଣ […]

ଅଦ୍ୟତନ ହୋଇଛି
ଏମ୍ସରେ ଅସ୍ତ୍ରୋପଚାର : ବୃଦ୍ଧାଙ୍କ ଶରୀରରେ ପ୍ରତ୍ୟାରୋପଣ ହେଲା  ‘ସୁନାର ଆଣ୍ଠୁ’

aims-1

Advertisment

ନୂଆଦିଲ୍ଲୀ: ଏମିତି ଶୀର୍ଷକ ପଢି ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ ସତ। ହେଲେ ପ୍ରକୃତ କଥା ହେଲା ପ୍ରତ୍ୟାରୋପଣ ହୋଇଥିବା ଆଣ୍ଠୁଟି ସୁନା ହୋଇ ନ ଥିବା ବେଳେ ଏହା ସୁନାପରି ଦେଖିବାକୁ। ଏହା ପଛରେ କ’ଣ କାରଣ ରହିଛି  ଆସନ୍ତୁ ଜାଣିବା। ମିଳିଥିବା ସୂଚନା ଅନୁଯାୟୀ ସମ୍ପୃକ୍ତ ୬୦ ବର୍ଷର ବୃଦ୍ଧା ଆଣ୍ଠୁରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରି ଚାଲିବା ପାଇଁ ଅସମର୍ଥ ହୋଇଥିଲେ। ଆଣ୍ଠୁଟି ତାଙ୍କୁ ଖୁବ୍‌ ଭାରି ଲାଗୁଥିଲା। ଡାକ୍ତର ତାଙ୍କୁ ଆଣ୍ଠୁ ପ୍ରତ୍ୟାରୋପଣ ପାଇଁ ପରାମର୍ଶ ଦେଇଥିଲେ। ସେହି ଅନୁଯାୟୀ ମହିଳା ଜଣକ ୨୦୧୫ରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ।

Advertisment

ସେବେଠାରୁ ତାଙ୍କର ଅସ୍ତ୍ରୋପଚାର ଆରମ୍ଭ ହୋଇଥିବା ବେଳେ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ। ଆଉ ଗତ ବୁଧବାର ଅର୍ଥାତ ଚଳିତ ମାସ(ମେ ୧୪ )ରେ ତାଙ୍କ ଆଣ୍ଠୁ ପ୍ରତ୍ୟାରୋପଣ ସଫଳ ହୋଇଥିଲା। ଏମ୍ସର ଶଲ୍ୟ ବିଭାଗ ତଥା ଟ୍ରମା କେୟାର ସେଣ୍ଟରର ମୁଖ୍ୟ ରାଜେସ ମଲହୋତ୍ରା କହିଛନ୍ତି ଯେ, ପ୍ରତ୍ୟାରୋପଣ ହୋଇ ଲାଗିଥିବା ନୂଆ ଆଣ୍ଠୁ ଚକିଟି ଏକ କ୍ରୋମିୟମ ଧାତୁ । ଏହି ଧାତୁ ଉପରେ ପୁଣି ୭ଟି ସ୍ତର ଦେଇ କୋଟିଂ କରାଯାଇଛି।

ଚର୍ମ ସହ ଏଡି ଧାତୁ ଯେପରି ସଂଯୋଗ ହୋଇ ନ ପାରିବ ସେଥିପାଇଁ  ଧାତୁ ଉପରେ ଏପରି କୋଟିଂ  କରାଯାଇ ଥିବା ଡାକ୍ତର ମଲହୋତ୍ରା କହିଛନ୍ତି। କାରଣ ଯଦି  ଧାତୁ ସହ ଚର୍ମ ଛୁଇଁଯାଏ ତେବେ ଇନଫେକ୍ସନ ହେବାର ଆଶଙ୍କା ରହିଛି। ଏହି ଧାତୁରେ କିଛି ନିକେଲର ମିଶ୍ରଣ ରହିଛି। ମୋଟାମୋଟି କହିବାକୁ ଗଲେ ଏହି ଧାତୁଟି ସୁନାପରି ଦେଖିବାକୁ।  ଆଣ୍ଠୁ ପ୍ରତ୍ୟାରୋପଣ ଆବଶ୍ୟକ ହେଲେ  ଏଭଳି ଆସ୍ତ୍ରୋପଚାର ଶରୀର ପାଇଁ ସବୁଠୁ ଉତ୍ତମ ଚିକିତ୍ସା  ବୋଲି ସେ କହିଛନ୍ତି।  ସେହିପରି ଏହି ଚିକିତ୍ସାରେ ପାର୍ଶ୍ୱ ପ୍ରତିକ୍ରିୟା ନାହିଁ ବୋଲି ସେ କହିଛନ୍ତି। ଏମିତି ସର୍ଜରୀ ବ୍ୟୟବହୁଳ ହୋଇଥିବା ବେଳେ ଏମ୍ସରେ ଏଥିପାଇଁ ୧.୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି।

Advertisment

Courtesy-hindustantimes

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe