ଅମୃତଭଣ୍ଡା ଆମ ଶରୀର ପାଇଁ ଅତ୍ୟନ୍ତ ଉପଯୋଗୀ। ଏହାକୁ ଖାଇବା ଦ୍ୱାରା କିଛି ମାରାତ୍ମକ ରୋଗରୁ ବି ରକ୍ଷା ମିଳିଥାଏ। ପାଚିଲା ଅମୃତଭଣ୍ଡା ପରି କଞ୍ଚା ଅମୃତଭଣ୍ଡାରେ ମଧ୍ୟ ଅନେକ ଫାଇଦା ରହିଛି। କଞ୍ଚା ଭଣ୍ଡାରେ ଭିଟାମିନ୍, ଏନଜାଇମ୍ ଓ ନ୍ୟୁଟ୍ରିଏଣ୍ଟ୍ ରହିଥାଏ, ଯାହା ହଜମ ପକ୍ରିୟାକୁ ସାହାଯ୍ୟ କରିଥାଏ। ଆସନ୍ତୁ ଜାଣିବା ମ୍ୟାଗ୍ନେସିୟମ୍, ପୋଟାସିୟମ୍, ଭିଟାମିନ-ଏ,ଭିଟାମିନ୍-ସି, ଓ ଭିଟାମିନ୍-ଇରେ ଭରପୂର ଥିବା କଞ୍ଚା ଅମୃତଭଣ୍ଡା ଖାଇଲେ କଣ ସବୁ ଫାଇଦା ମିଳେ।
୧.ଲିଭରକୁ ମଜଭୁତ କରିଥାଏ: କଞ୍ଚା ଅମୃତଭଣ୍ଡା ଆପଣଙ୍କ ଲିଭର ବା ଯକୃତକୁ ମଜଭୁତ କରିଥାଏ। ଜଣ୍ଡିସ୍ ବା କାମଳ ରୋଗର ନିରାକାରଣ ପାଇଁ କଞ୍ଚା ଭଣ୍ଡା ବହୁତ ଉପକାରୀ।
୨.ରୋଗ ସଂକ୍ରମଣରୁ ରକ୍ଷା କରିଥାଏ: କଞ୍ଚା ଭଣ୍ଡାରେ ଭିଟାମିନ ମାତ୍ରା ଭରପୂର ଭାବେ ରହିଥିବାରୁ ଏହା ଆମ ଶରୀରକୁ ବ୍ୟାକ୍ଟେରିଆ ଆକ୍ରମଣରୁ ସୁରକ୍ଷା ଦେଇଥାଏ।
୩.ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ: କଞ୍ଚା ଭଣ୍ଡା ଖାଇବା ଦ୍ୱାରା ଶର୍ଦ୍ଦି ଓ ଜ୍ୱର ଭଳି ରୋଗ ହୋଇନଥାଏ।
୪.ମଧୁମେହ ପାଇଁ ଉପକାରୀ: ଏହାକୁ ଖାଇବା ଦ୍ୱାରା ରକ୍ତରେ ଶର୍କରା ନିୟନ୍ତ୍ରଣ ହୋଇଥାଏ ଓ ଶରୀରରେ ଇନ୍ସୁଲିନ୍ ମାତ୍ରାକୁ ବଢାଇଥାଏ।
୫.ପେଟ ସମସ୍ୟା ଦୂର କରେ: କଞ୍ଚା ଭଣ୍ଡାରେ ପେପିନ୍ ମାତ୍ରା ଅଧତ୍କ ଥିବାରୁ ଏହା ପେଟ ଜନିତ ସମସ୍ୟା ଦୂର କରିଥାଏ।
୬.ଭିଟାମିନ୍ରେ ଭରପୂର: ନିୟମିତ କଞ୍ଚାଭଣ୍ଡା ଖାଇବା ଦ୍ୱାରା ଶରୀରରେ ଭିଟାମିନ୍ ପରିମାଣ ବୃଦ୍ଧି ପାଇଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।