ବାଡ଼ି ଓ ଘର ଚଟାଣରେ ଉଠୁଥିବା ଅମରପୋଇ ଗଛ ଏମିତି ଉପକାରୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅମରପୋଇ ଗଛ ପ୍ରାୟ ସମସ୍ତଙ୍କ ବାଡ଼ି ଅବା ଘରର ଚଟାଣରେ ମଧ୍ୟରେ ଥିବା ଫଟା ସ୍ଥାନରେ ଉଠିଥାଏ। ଏହାର ପତ୍ର ମୋଟା ଏବଂ ଅଣ୍ଡାକାର ହୋଇଥିବାବେଳେ ଉପର ଅଂଶ ସବୁଜ ଏବଂ ପତ୍ର ତଳ ଅଂଶ ଇଷତ୍‌ ଲାଲ୍‌ ରଙ୍ଗର ହୋଇଥାଏ। ବିଜ୍ଞାନରେ ଏହି ଗଛକୁ Bryophyllum pinnatum ବୋଲି କୁହାଯାଏ। ଅମରପୋଇ ଗଛର ଆୟୁର୍ବେଦିକ ଉପଚାର ଭାରତୀୟମାନେ ଅନେକ ଦିନରୁ କରିଆସୁଛନ୍ତି। କିଡ୍‌ନୀରେ ଷ୍ଟୋନ୍‌ ବା ଅନ୍ୟ ଅଙ୍ଗରେ ହୋଇଥିବା ଷ୍ଟୋନ୍‌କୁ ଏହା ଭଲ […]

amar2

Puspanjali Panda
  • Published: Tuesday, 09 October 2018
  • , Updated: 09 October 2018, 08:49 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅମରପୋଇ ଗଛ ପ୍ରାୟ ସମସ୍ତଙ୍କ ବାଡ଼ି ଅବା ଘରର ଚଟାଣରେ ମଧ୍ୟରେ ଥିବା ଫଟା ସ୍ଥାନରେ ଉଠିଥାଏ। ଏହାର ପତ୍ର ମୋଟା ଏବଂ ଅଣ୍ଡାକାର ହୋଇଥିବାବେଳେ ଉପର ଅଂଶ ସବୁଜ ଏବଂ ପତ୍ର ତଳ ଅଂଶ ଇଷତ୍‌ ଲାଲ୍‌ ରଙ୍ଗର ହୋଇଥାଏ। ବିଜ୍ଞାନରେ ଏହି ଗଛକୁ Bryophyllum pinnatum ବୋଲି କୁହାଯାଏ।

ଅମରପୋଇ ଗଛର ଆୟୁର୍ବେଦିକ ଉପଚାର ଭାରତୀୟମାନେ ଅନେକ ଦିନରୁ କରିଆସୁଛନ୍ତି। କିଡ୍‌ନୀରେ ଷ୍ଟୋନ୍‌ ବା ଅନ୍ୟ ଅଙ୍ଗରେ ହୋଇଥିବା ଷ୍ଟୋନ୍‌କୁ ଏହା ଭଲ କରିଥାଏ । ଏହା ସହ ଆହୁରି ଅନେକ ରୋଗ ଭଲ କରିବାରେ ଅମରପୋଇ ଗଛର ପତ୍ର ସହାୟକ ହୋଇଥାଏ।

ଏବେ ଆସନ୍ତୁ ଜାଣିବା, ଏହି ଔଷଧୀୟ ବୃକ୍ଷର ଉପାଦେୟତା ଏବଂ ଏହାକୁ କିପରି ବ୍ୟବହାର କରିବା।ଦେହର କୌଣସି ସ୍ଥାନରେ ଆଘାତ ଲାଗି ଫୁଲି ଯାଇଥିଲେ, ଅମରପୋଇ ପତ୍ରକୁ ଗରମ କରି ଏକ କପଡ଼ାରେ ଭର୍ତ୍ତି କରି ସେହି ସ୍ଥାନରେ ବାନ୍ଧି ଦିଅନ୍ତୁ। ଏହା ଆପଣଙ୍କୁ ଆରାମ ଦେବ।
ଏହାକୁ କ୍ଷତ ସ୍ଥାନରେ ମଧ୍ୟ ବ୍ୟବହାର କରିପାରିବେ। ଅମରପୋଇ ପତ୍ରକୁ ବାଟି କ୍ଷତ ସ୍ଥାନରେ ବାନ୍ଧିବା ଦ୍ୱାରା ରକ୍ତସ୍ରାବ କମିଯାଏ ଏବଂ କ୍ଷତ ଶୀଘ୍ର ଶୁଖି ଯାଇଥାଏ।

ଆଖି ପାଇଁ ମଧ୍ୟ ଅମରପୋଇ ଖୁବ୍‌ ଲାଭଦାୟକ। ଯଦି ଆପଣଙ୍କ ଆଖିରେ ଯନ୍ତ୍ରଣା ବା ପୀଡ଼ା ଅନୁଭବ ହେଉଥାଏ, ତେବେ ଏହାର ପତ୍ରକୁ ବାଟି ଏକ କପଡ଼ାରେ ବାନ୍ଧି ଆଖି ଉପରେ ରଖନ୍ତୁ। ଏହା ଦ୍ୱାରା ଆଖିର ପୀଡ଼ାରୁ ଆରାମ ମିଳିଥାଏ।
ଛୋଟ ପିଲାଙ୍କର ଦାନ୍ତ ଉଠିବାରେ ବିଳମ୍ବ ହେଉଥିଲେ ଏହି ପତ୍ରକୁ ଦାନ୍ତ ମୂଳରେ ଘଷନ୍ତୁ। ଏହା ଦ୍ୱାରା ଦାନ୍ତ ଶୀଘ୍ର ଉଠିବ।
ପରିସ୍ରା ପୋଡ଼ା ହେଉଥିଲେ ମଧ୍ୟ ଅମରପୋଇ ଦ୍ୱାରା ଏହି ଯନ୍ତ୍ରଣା ଦୂର କରାଯାଇପାରିବ। ଗୋଟେ ଗ୍ଲାସ୍‌ କ୍ଷୀରରେ ଏକ ଚାମଚ ଅମରପୋଇ ଡାଳର ଗୁଣ୍ଡ ପକାଇ ପିଇଲେ, ପରିସ୍ରା ପୋଡ଼ା ଉପଶମ ହୁଏ।ପେଟରେ ଷ୍ଟୋନ୍‌ ହୋଇଥିଲେ ଏହାର ପତ୍ର ଓ ଫୁଲ ଡାଳକୁ ପାଣିରେ ଭିଜାଇ ସେହି ପାଣିକୁ ଦିନରେ ୩ ଥର ପିଅନ୍ତୁ। ଏହା ଦ୍ୱାରା ଷ୍ଟୋନ୍‌ ଆପେ ଆପେ ମିଳାଇ ଯାଇଥାଏ।
ପେଟରେ ଦରଜ ହୋଇଥିଲେ, ଦୁଇରୁ ତିନିଟି ଅମରପୋଇ ପତ୍ରକୁ ଲୁଣ ସହ ଖାଆନ୍ତୁ। ପତ୍ରର ରସ ବାହାର କରି ମଧ୍ୟ ଗୋଟେ ଚାମଚ ପିଇଲେ, ପେଟ ଦରଜରୁ ଆରାମ ମିଳିଥାଏ।
କାଶ କିମ୍ବା କଫ ହେଉଥିଲେ, ଅମରପୋଇ ପତ୍ର ଏବଂ ଗଛ ମୂଳର ଗୁଣ୍ଡକୁ ଏକ ଚାମଚ ମହୁରେ ମିଶାଇ ଖାଆନ୍ତୁ। ଏହା ଦ୍ୱାରା କାଶ ବା କଫ ସମସ୍ୟା ରୁହେନାହିଁ।

Related story