ହୃଦ୍‌ଘାତରୁ ରକ୍ଷା କରେ ବେଲପତ୍ର

ସାଧାରଣତଃ ଆମେ ବେଲ ପତ୍ରକୁ ପୂଜା ବେଳେ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଆସନ୍ତୁ ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ। – ପ୍ରତିଦିନ ସକାଳେ ବେଲପତ୍ର ଖାଇବା ଦ୍ୱାରା ଗରମରୁ ରକ୍ଷା ମିଳିବା ସହିତ ମାନସିକ ରୋଗୀଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଛି। – ପାଟିରେ ଘା’ ହୋଇଥିଲେ ପ୍ରତିଦିନ ସକାଳେ ବେଲପତ୍ର ଚୋବାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ। – ବେଲପତ୍ର ନିୟମିତ ଖାଇବା ଦ୍ୱାରା […]

bela

Rakesh Mallick
  • Published: Friday, 28 July 2017
  • , Updated: 13 September 2017, 01:10 PM IST

ସାଧାରଣତଃ ଆମେ ବେଲ ପତ୍ରକୁ ପୂଜା ବେଳେ ବ୍ୟବହାର କରିଥାଉ। କିନ୍ତୁ ଆପଣ ଜାଣିଛନ୍ତି ବେଲପତ୍ର ସ୍ୱାସ୍ଥ୍ୟ ପାଇଁ ବହୁ ଲାଭଦାୟକ। ଆସନ୍ତୁ ଜାଣିବା ଏହାର ଲାଭଦାୟକ ଗୁଣ ବିଷୟରେ।

- ପ୍ରତିଦିନ ସକାଳେ ବେଲପତ୍ର ଖାଇବା ଦ୍ୱାରା ଗରମରୁ ରକ୍ଷା ମିଳିବା ସହିତ ମାନସିକ ରୋଗୀଙ୍କ ପାଇଁ ଲାଭକାରୀ ସାବ୍ୟସ୍ତ ହୋଇଛି।

- ପାଟିରେ ଘା’ ହୋଇଥିଲେ ପ୍ରତିଦିନ ସକାଳେ ବେଲପତ୍ର ଚୋବାଇବା ଦ୍ୱାରା ଏଥିରୁ ମୁକ୍ତି ମିଳିଥାଏ।

- ବେଲପତ୍ର ନିୟମିତ ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିବା ସହ ହୃଦ୍‌ଘାତରୁ ରକ୍ଷା ମିଳିଥାଏ।

- ଜ୍ୱର ହୋଇଥିଲେ ବେଲପତ୍ର କାଢ଼ା କରି ପିଇବା ଦ୍ୱାରା ଜ୍ୱରରୁ ଉପଶମ ମିଳିଥାଏ। ଏହାସହିତ ଖବ୍‌ଶୀଘ୍ର ଆରାମ ଲାଗିଥାଏ।

Related story