Advertisment

ରୋଗପ୍ରତିରୋଧକ ଶକ୍ତି ବଢ଼ାଏ ରସୁଣକ୍ଷୀର

ଭୁବନେଶ୍ୱର: କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ। ଯେତବେଳେ କ୍ଷୀର ସହ ରସୁଣ ଖାଇବାକୁ ପଡ଼େ ତାହା ଆହୁରି ସ୍ୱାଦହୀନ ହୋଇପଡ଼େ। କିନ୍ତୁ ଏହି ସ୍ୱାଦହୀନ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ଭୂମିକା ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ। ତେବେ କେଉଁ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ରସୁଣକ୍ଷୀର ପିଇବାର ରହିଛି ଆବଶ୍ୟକତା ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ ସୂଚନା। ଶ୍ୱାସ ଓ ନିମୋନିଆ: ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନି ରୁ ଚାରି […]

ଅଦ୍ୟତନ ହୋଇଛି
ରୋଗପ୍ରତିରୋଧକ ଶକ୍ତି ବଢ଼ାଏ ରସୁଣକ୍ଷୀର   

garlic-milk-health

Advertisment

ଭୁବନେଶ୍ୱର: କଞ୍ଚା ରସୁଣ ଖାଇବାକୁ ସବୁ ଲୋକେ ପସନ୍ଦ କରନ୍ତି ନାହିଁ। ଯେତବେଳେ କ୍ଷୀର ସହ ରସୁଣ ଖାଇବାକୁ ପଡ଼େ ତାହା ଆହୁରି ସ୍ୱାଦହୀନ ହୋଇପଡ଼େ। କିନ୍ତୁ ଏହି ସ୍ୱାଦହୀନ ଖାଦ୍ୟ ଶରୀରକୁ ସୁସ୍ଥ ରଖିବାରେ ଭୂମିକା ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ। ତେବେ କେଉଁ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ରସୁଣକ୍ଷୀର ପିଇବାର ରହିଛି ଆବଶ୍ୟକତା ଜାଣନ୍ତୁ ସେ ସଂପର୍କରେ କିଛି ଖାସ୍‌ ସୂଚନା।

Advertisment

ଶ୍ୱାସ ଓ ନିମୋନିଆ: ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନି ରୁ ଚାରି କୋଲା ରସୁଣ ଚୋବାଇ ଖାଆନ୍ତୁଏବଂ ନିମୋନିଆ ଲକ୍ଷଣ ଆରମ୍ଭ ହେଉଥିଲେ କ୍ଷୀରରେ ରସୁଣ ସିଝାଇ ଦିନକୁ ଦୁଇ ରୁ ତିନିଥର ପିଅନ୍ତୁ।

ହୃଦ୍‌ ସମସ୍ୟା: ରକ୍ତରେ କୋଲେଷ୍ଟ୍ରଲ୍‌ର ମାତ୍ରା ବଢ଼ିଲେ ହୃଦ୍‌ ଜନିତ ସମସ୍ୟା ଆରମ୍ଭ ହୁଏ। ଧମନୀରେ ରକ୍ତ ସୂଚାରୁ ରୂପେ ସଞ୍ଚାଳନ ହୋଇପାରେ ନାହିଁ। ତେବେ ରକ୍ତରେ କୋଲେଷ୍ଟ୍ରଲର ମାତ୍ରା କମ୍‌ କରିବା ପାଇଁ ରସୁଣ କ୍ଷୀର ବେଶ୍‌ ଉପଯୋଗୀ।

Advertisment

ଜଣ୍ଡିସ୍‌: ଶରୀରରେ ଟକ୍ସିନ୍‌ର ମାତ୍ରା ବଢ଼ିଲେ କଲିଜା ଜଳିବା ପରି ଅନୁଭବ ହୁଏ ଏବଂ ଜଣ୍ଡିସ୍‌ ପରି ସମସ୍ୟା ଦେଖାଯାଏ। ତେବେ ଏପରି  କିଛି ଲକ୍ଷଣ ଅନୁଭବ କଲେ ରସୁଣକ୍ଷୀର ପିଇବାରେ ଜମା ବି ହେଳା କରନ୍ତୁ ନାହିଁ। ଏହା ଶରୀରର ବିଷାକ୍ତ ପଦାର୍ଥ ଦୂର କରେ।

ଆ‌ର୍ଥ୍ରାଇଟିସ୍‌: ଆଣ୍ଡୁ ଗଣ୍ଠି ଜନିତ ଯନ୍ତ୍ରଣା ଅର୍ଥାତ୍ ଆ‌ର୍ଥ୍ରାଇଟିସ୍‌ ସମସ୍ୟା ଥିଲେ ଔଷଧ ଅପେକ୍ଷା ରସୁଣକ୍ଷୀର ତୁରନ୍ତ କାମ କରେ।

ଇନ୍‌ସୋମନିଆ: ଇନ୍‌ସୋମନିଆ ଅର୍ଥାତ୍ ଅନିଦ୍ରା ପରି ସମସ୍ୟାର ସାମ୍ନା କରୁଥିଲେ ଶୋଇବା ପୂର୍ବରୁ ଏକ ଗ୍ଲାସ୍‌ ରସୁଣକ୍ଷୀର ପିଅନ୍ତୁ। ଅଳ୍ପ କିଛିଦିନର ଏହି ଅଭ୍ୟାସ ଆପଣଙ୍କୁ ଦେବ ସୁନିଦ୍ରା।

କଫ: ଯଦି କଫ ଜମି ଖାସ ହେଉଛି ତେବେ ଏକ ଗ୍ଲାସ୍‌ ରସୁଣକ୍ଷୀରରେ ଟିକେ ହଳଦୀ ପକାଇ ଫୁଟାଇ ଦିଅନ୍ତୁ ଓ ଗରମ ଗରମ ପିଅନ୍ତୁ ଦେଖିବେ ଏହା କଫ୍‌ ସିରପ ଠାରୁ ମଧ୍ୟ ଶୀଘ୍ର ଅରାମ ଦେବ।

ପେଟ ସମସ୍ୟା ଥିଲେ: ଖାଦ୍ୟ ହଜମ ହେଉନଥିଲେ ଏକ ଗ୍ଲାସ୍‌ ଉଷୁମ ରସୁଣକ୍ଷୀର ପିଇବାକୁ ଭୁଲନ୍ତୁ ନାହିଁ। ହଜମ ଶକ୍ତି ବଢ଼ାଇବା ସହ ଶରୀରର ରୋଗପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଏ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe