ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିର ଆଧୁନିକ ଯୁଗରେ ପ୍ରାୟ ସବୁ ମହିଳାଙ୍କ ପସନ୍ଦ ହାଇ ହିଲ୍। ପାର୍ଟି ବା ଫଙ୍କସନ୍ରେ ସାଧାରଣତଃ ମହିଳାମାନେ ଗ୍ଲାମରସ୍ ଓ ଷ୍ଟାଇଲିସ୍ ଦେଖାଯିବା ଲାଗି ହାଇ ହିଲ୍ ପିନ୍ଧି ଯାଇଥାନ୍ତିI ଏହାଦ୍ୱାରା କମ୍ ଉଚ୍ଚତା ଥିବା ମହିଳାମାନେ ଡେଙ୍ଗା ଦେଖାଯାଉଥିବା ବେଳେ ଅନ୍ୟମାନେ ଷ୍ଟାଇଲିସ୍ ଲୁକ୍ ପାଇଥାନ୍ତି।
ହେଲେ ଜାଣି ରଖନ୍ତୁ, ହାଇ ହିଲ୍ ପିନ୍ଧିବା ଦ୍ୱାରା ମହିଳାମାନଙ୍କର ଅନେକ କ୍ଷତି ହେଇଥାଏI ଆସନ୍ତୁ ଜାଣିବା କ’ଣ ପାଇଁ ଏହା କ୍ଷତିକାରକ।
- ସବୁବେଳେ ହାଇ ହିଲ୍ ପିନ୍ଧିବା ଦ୍ୱାରା ଗୋଡ଼ର ଗୋଇଠି, କଚଟି ଉପରେ ପ୍ରଭାବ ପଡ଼ିବା ସହ ପାଦର ସ୍ନାୟୁ ଓ ମାଂସପେଶୀ ଦୁର୍ବଳ ହୋଇଯାଏ।
- ହାଇ ହିଲ୍ ପିନ୍ଧିବା ଦ୍ୱାରା ଆଣ୍ଠୁରେ ଯନ୍ତ୍ରଣା ବଢିବାକୁ ଲାଗିଥାଏI ଯେତେବେଳେ ଆପଣ ଏହାକୁ ପିନ୍ଧି ଚାଲିଥାନ୍ତି ସେତେବେଳେ ଆପଣଙ୍କ ଗୋଡ଼ ସ୍ୱଭାବିକ ଭାବେ ବଙ୍କା ହୋଇ ନ ଥାଏ, ସେଥିପାଇଁ ଆପଣଙ୍କ ଆଣ୍ଠୁରେ ଚାପ ପଡ଼ିଥାଏ। ଏହା ଦ୍ୱାରା ତଳ ଅଣ୍ଟା ବ୍ୟଥା ଆରମ୍ଭ ହୋଇଯାଏ।
ଯଦି ଆପଣ ସବୁବେଳେ ହାଇ ହିଲସ ପିନ୍ଧୁଛନ୍ତି ତେବେ ଏହାକୁ କମ୍ କରନ୍ତୁ। ଏହା ବଦଳରେ ଆରାମଦାୟମ ଚପଲ ପିନ୍ଧନ୍ତୁ ଏବଂ ହାଇ ହିଲ ବ୍ୟବହାର ବେଳେବେଳେ କରନ୍ତୁ। ଫ୍ଲାଟସ୍ ପିନ୍ଧନ୍ତୁ। ଏହା ମଧ୍ୟ ଆପଣଙ୍କୁ ଏକ ଷ୍ଟାଇଲିସ୍ ଓ ସ୍ମାର୍ଟ ଲୁକ୍ ଦେବ।