୬ଟି କଥାକୁ ଗୁରୁତ୍ୱ ଦିଅନ୍ତୁ, ହାଇ ବ୍ଲଡ୍‌ ପ୍ରେସରରୁ ରକ୍ଷା ପାଆନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁଗ ବଦଳିବା ସହିତ ବଦଳି ଯାଇଛି ଲୋକଙ୍କ ଜୀବନଶୈଳୀ। ବ୍ୟସ୍ତବହୁଳ ଜୀବନରେ ଏବେ ଅଧିକାଂଶ ଲୋକ ଭଲରେ ଶୋଇପାରୁ ନାହାନ୍ତି। ସେମିତି ଖାଦ୍ୟାଭ୍ୟାସ୍ ବି ବଦଳି ଯାଇଛି। ଅନେକ ଲୋକ ଜଙ୍କ୍‌ ଫୁଡ୍ ଖାଉଛନ୍ତି। ଏସବୁ ଯୋଗୁ ହାଇ ବ୍ଲଡ୍‌ ପ୍ରେସର୍ ଓ ହୃଦ୍‌ରୋଗ ଭଳି ସମସ୍ୟା ବଢ଼ିଯାଇଛି। ତେଣୁ ବେଳ ଥାଉ ଥାଉ ଅଭ୍ୟାସ ନ ବଦଳାଇଲେ ଆପଣ ବି ଏ ସମସ୍ୟାରେ ପଡ଼ିପାରନ୍ତି। ଏଥିପାଇଁ ଖାଦ୍ୟାଭ୍ୟାସ ବଦଳାଇବା ସହିତ ଜୀବନଶୈଳୀରେ […]

pic1

Puspanjali Panda
  • Published: Saturday, 27 July 2019
  • , Updated: 27 July 2019, 12:22 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁଗ ବଦଳିବା ସହିତ ବଦଳି ଯାଇଛି ଲୋକଙ୍କ ଜୀବନଶୈଳୀ। ବ୍ୟସ୍ତବହୁଳ ଜୀବନରେ ଏବେ ଅଧିକାଂଶ ଲୋକ ଭଲରେ ଶୋଇପାରୁ ନାହାନ୍ତି। ସେମିତି ଖାଦ୍ୟାଭ୍ୟାସ୍ ବି ବଦଳି ଯାଇଛି। ଅନେକ ଲୋକ ଜଙ୍କ୍‌ ଫୁଡ୍ ଖାଉଛନ୍ତି। ଏସବୁ ଯୋଗୁ ହାଇ ବ୍ଲଡ୍‌ ପ୍ରେସର୍ ଓ ହୃଦ୍‌ରୋଗ ଭଳି ସମସ୍ୟା ବଢ଼ିଯାଇଛି। ତେଣୁ ବେଳ ଥାଉ ଥାଉ ଅଭ୍ୟାସ ନ ବଦଳାଇଲେ ଆପଣ ବି ଏ ସମସ୍ୟାରେ ପଡ଼ିପାରନ୍ତି। ଏଥିପାଇଁ ଖାଦ୍ୟାଭ୍ୟାସ ବଦଳାଇବା ସହିତ ଜୀବନଶୈଳୀରେ ବି ପରିବର୍ତ୍ତନ ଆଣିବାକୁ ପଡ଼ିବ। ତା’ହେଲେ ହାଇ ବ୍ଲଡ୍ ପ୍ରେସର ଭଳି ସମସ୍ୟାରୁ ରକ୍ଷା ପାଇବା ପାଇଁ ଆପଣଙ୍କୁ କ’ଣ ସବୁ କରିବାକୁ ପଡ଼ିବ, ପଢ଼ନ୍ତୁ।

୧. ପ୍ରତିଦିନ ଚାଲନ୍ତୁ ଓ ବ୍ୟାୟାମ କରନ୍ତୁ

ଯଦି ହାଇ ବ୍ଲଡ୍‌ ପ୍ରେସରର ଶିକାର ନହେବାକୁ ଚାହୁଁଛନ୍ତି, ତା’ହେଲେ ପ୍ରତିଦିନ ସକାଳେ ଅବା ସନ୍ଧ୍ୟାରେ ଚାଲନ୍ତୁ। ତା’ସହିତ ବ୍ୟାୟାମ ବି କରନ୍ତୁ। ଡାକ୍ତରମାନଙ୍କ କହିବା ଅନୁସାରେ, ପ୍ରତିଦିନ ଅତିକମ୍‌ରେ ଅଧାଘଣ୍ଟା ଚାଲନ୍ତୁ। କିନ୍ତୁ ମନେ ରଖିବେ, ଧୀରେ ଧୀରେ ଚାଲିବେନି। ଦ୍ରୁତ ଗତିରେ ଚାଲିବେ। ଏହା ହୃତ୍‌ପିଣ୍ଡ ପାଇଁ ବି ଭଲ। ଏହା ଦ୍ୱାରା ହୃତ୍‌ପିଣ୍ଡ ସୁସ୍ଥ ରହେ।

 


୨. ଓଜନ ଉପରେ ନିୟନ୍ତ୍ରଣ ରଖନ୍ତୁ

ଆଜିକାଲି ଛୋଟଛୁଆଙ୍କଠାରୁ ଆରମ୍ଭ କରି ଯୁବକଯୁବତୀଙ୍କ ପର୍ଯ୍ୟନ୍ତ, ପ୍ରାୟ ସମସ୍ତେ ଜଙ୍କ୍ ତଥା ଫ୍ରାଏଡ୍ ଖାଦ୍ୟ ଖାଇଉଛନ୍ତି। ଫଳରେ ମୋଟାପଣ ସମସ୍ୟା ବଢ଼ି ଚାଲିଛି। ମୋଟାପଣର ହାଇ ବ୍ଲଡ୍‌ ପ୍ରେସର ସହିତ ବି ସଂପର୍କ ରହିଛି। ମୋଟା ଲୋକଙ୍କୁ ଶୀଘ୍ର ହାଇବ୍ଲଡ୍‌ ପ୍ରେସର ହୋଇଥାଏ। ତେଣୁ ନିଜ ଉଚ୍ଚତା ଅନୁସାରେ ନିଜ ଓଜନକୁ ନିୟନ୍ତ୍ରଣ କରନ୍ତୁ। ଏଥିପାଇଁ ଆପଣ କୌଣସି ବିଶେଷଜ୍ଞ ପରାମର୍ଶ ନେଇପାରିବେ।

 


୩. ଲୁଣ କମ୍‌ ଖାଆନ୍ତୁ

ଅନେକ ଲୋକ ଖାଦ୍ୟରେ ଅଧିକ ଲୁଣ ବ୍ୟବହାର କରନ୍ତି। କିନ୍ତୁ ଏହା ଭଲ ନୁହେଁ। କମ୍ ଲୁଣ ଶରୀର ପାଇଁ ଭଲ। ହାଇ ବ୍ଲଡ୍‌ ପ୍ରେସର ଥିବା ଲୋକଙ୍କୁ ସବୁବେଳେ କମ୍ ଲୁଣ ଖାଇବା ପାଇଁ କୁହାଯାଏ। ଆଜିକାଲି ପ୍ୟାକେଟ୍ ଖାଦ୍ୟ ଯେପରିକି ଚିପ୍‌ସ ଓ କୁର୍‌କୁରେ ଖାଇବାକୁ ଅନେକ ଭଲ ପାଆନ୍ତି। ଏହା ପାଟିକୁ ସ୍ୱାଦ କିନ୍ତୁ ଦେହକୁ ଖରାପ। ଏଥିରେ ଅଧିକ ଲୁଣ ରହିଥାଏ, ଯାହା ଆପଣଙ୍କୁ ହାଇବ୍ଲଡ୍ ପ୍ରେସର ଭଳି ସମସ୍ୟା ଆଡ଼କୁ ଟାଣି ନେଇଥାଏ।

 


୪. ଅଧିକ ଅଙ୍ଗୁରୁ କୋଳି ଖାଆନ୍ତୁ

ସାଧାରଣତଃ ଅଙ୍ଗୁରୁ କୋଳିରେ ଭରପୂର ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ରହିଛି। ସେଥିପାଇଁ ଏହାକୁ ‘ସୁପରଫୁଡ୍‌’ ବୋଲି କୁହାଯାଇଥାଏ। ତେଣୁ ବିଭିନ୍ନ ପ୍ରକାର ଅଙ୍ଗୁର କୋଳିକୁ ନିଜ ଖାଦ୍ୟରେ ସାମିଲ କରନ୍ତୁ। ଏହା ଆପଣଙ୍କ ବ୍ଳଡ୍ ପ୍ରେସରକୁ ନର୍ମାଲ୍ ରଖିବାରେ ସାହାଯ୍ୟ କରିବ। ତେବେ ତା’ସହିତ ଆପଣଙ୍କୁ ଆପଣଙ୍କ ଜୀବନ ଶୈଳୀ ଉପରେ ବି ଧ୍ୟାନ ଦେବାକୁ ପଡ଼ିବ। ବ୍ଳଡ୍‌ ପ୍ରେସରରେ ଶିକାର ଲୋକେ ବି ଅଙ୍ଗୁର କୋଳି ଖାଇଲେ ଭଲ।

 


୫. ଡାର୍କ ଚକୋଲେଟ୍‌ ଖାଆନ୍ତୁ

ଡାର୍କ ଚକୋଲେଟ୍‌ କେବଳ ସ୍ୱାଦରେ ଭଲ ନୁହେଁ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଏହା ଖୁବ୍‌ ଉପକାରୀ। ଏଥିରେ ‘ଫ୍ଲେବନୋଲ୍‌ସ’ ନାମକ ଏକ ତତ୍ତ୍ୱ ରହିଛି। ଏହି ତତ୍ତ୍ୱ ହୃତ୍‌ପିଣ୍ଡର ଧମନୀରେ ବାହାରେ ଥିବା ‘ଏଣ୍ଡୋଥିଲିୟମ୍‌’କୁ ନାଇଟ୍ରିକ୍‌ ଅକ୍ସାଇଡ୍‌ ଉତ୍ପାଦନ କରିବା ପାଇଁ ପ୍ରୋତ୍ସାହିତ କରିଥାଏ। ଏହା ଯୋଗୁ ବ୍ଲଡ୍‌ ପ୍ରେସର ନିୟନ୍ତ୍ରଣ ହୋଇଥାଏ। ତେବେ ଏହାକୁ କେତେ ପରିମାଣରେ ଖାଇବେ, ସେ ନେଇ କୌଣସି ବିଶେଷଜ୍ଞ ପରାମର୍ଶ ନେଲେ ଭଲ।

 


୬. ୭/୮ ଘଣ୍ଟା ଶୁଅନ୍ତୁ

ରାତିରେ ଆବଶ୍ୟକ ମାତ୍ରାରେ ନ ଶୋଇଲେ କେବଳ ଥକା ଲାଗି ନଥାଏ, ଦିନସାରା ଚିଡ଼ିଚିଡ଼ା ଲେଗେ। ତା’ସହିତ ମାନସିକ ଅବସାଦ ଓ ଚିନ୍ତା ଭଳି ସମସ୍ୟା ବି ବଢ଼େ। ଆଉ ଏହା ଆପଣଙ୍କୁ ହାଇ ବ୍ଲଡ୍ ପ୍ରେସର ଭଳି ସମସ୍ୟାରେ ପକାଇ ଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଣେ ବୟସ୍କ ବ୍ୟକ୍ତି ଅତି କମ୍‌ରେ ଦିନକୁ ୭ ରୁ ୮ ଘଣ୍ଟା ଶୋଇବା ଉଚିତ୍‌। ବ୍ଲଡ୍‌ ପ୍ରେସରକୁ ନିୟନ୍ତ୍ରଣରେ ରଖିବା ପାଇଁ ଏହା ବହୁତ ଜରୁରୀ।

 

Related story