ପ୍ରତିଦିନ ଖାଉଥିବା ଏହି ୧୦ଟି ଫଳଠୁ ଦୂରେଇ ରୁହନ୍ତୁ

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ।  ତେବେ ପୁଷ୍ଟିକର ଯୁକ୍ତ ଖାଦ୍ୟ ଖାଉଥିବା ବେଳେ କିଛି ଏଭଳି କଥା ରହିଛି ଯାହା ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । ନଚେତ ଏହା ଲାଭ ପରିବର୍ତ୍ତେ ଶରୀରକୁ କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ? ଚେରି ମଞ୍ଜି: ଚେରି ହୃଦରୋଗ ଜନିତ ସମସ୍ୟାକୁ କମ୍ କରିବା ସହ ପାଚନ […]

food...

Madhupriya Mistry
  • Published: Tuesday, 01 December 2020
  • , Updated: 01 December 2020, 05:17 PM IST

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟପେୟ ଉପରେ ଅଧିକ ଧ୍ୟାନ ଦେବା ଉଚିତ।  ତେବେ ପୁଷ୍ଟିକର ଯୁକ୍ତ ଖାଦ୍ୟ ଖାଉଥିବା ବେଳେ କିଛି ଏଭଳି କଥା ରହିଛି ଯାହା ଉପରେ ବିଶେଷ ଧ୍ୟାନ ଦେବା ନିହାତି ଆବଶ୍ୟକ । ନଚେତ ଏହା ଲାଭ ପରିବର୍ତ୍ତେ ଶରୀରକୁ କ୍ଷତି ପହଞ୍ଚାଇପାରେ । ତେବେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ?

  • ଚେରି ମଞ୍ଜି: ଚେରି ହୃଦରୋଗ ଜନିତ ସମସ୍ୟାକୁ କମ୍ କରିବା ସହ ପାଚନ କ୍ରିୟାକୁ ସଠିକ୍ ରଖିଥାଏ । କିନ୍ତୁ ଏହାର ମଞ୍ଜି ଶରୀର ପାଇଁ କ୍ଷତିକାରକ ହୋଇପାରେ । ଚେରି ମଞ୍ଜି ବହୁତ କଠିନ ଏବଂ ଏଥିରେ ପ୍ରୁସିକ୍ ଏସିଡ୍ ଥାଏ, ଯାହା ଅତ୍ୟଧିକ ବିଷାକ୍ତ ବୋଲି ଧରାଯାଏ । ତେଣୁ ଚେରି ଖାଇବା ସମୟରେ ଏହାର ମଞ୍ଜି ଚୋବାଇବା ଠାରୁ ଦୂରେଇ ରୁହନ୍ତୁ ।
  • ନୀଳ ଆଳୁ: ନୀଳ ବା ସବୁଜ ଆଳୁ ମଧ୍ୟ ଶରୀର ପାଇଁ ବିଷାକ୍ତ । ନୀଳ ଆଳୁରେ ଗ୍ଲାଇକୋସାଇଡ ନାମକ ଏକ ବିଷାକ୍ତ ପଦାର୍ଥ ରହିଛି । ତେଣୁ ନୀଳ ଆଳୁ ଖାଇବା ଦ୍ୱାରା ବାନ୍ତି, ଝାଡା ଏବଂ ମୁଣ୍ଡବିନ୍ଧାର ସମସ୍ୟା ଦେଖାଦେଇପାରେ ।
  • ସେଓ ମଞ୍ଜି: ସେଓ ମଞ୍ଜିରେ କିଛି ପରିମାଣର ସିଆନାଇଡ୍ ଥାଏ, ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏହି କାରଣରୁ, ନିଶ୍ୱାସ ନେବା ଠାରୁ ଆରମ୍ଭ କରି ହାର୍ଟ ଆଟାକ ପର୍ଯ୍ୟନ୍ତ ସମସ୍ୟା ହୋଇପାରେ । ତଥାପି, ଯଦି ଆପଣ ଏହାକୁ ଭୁଲରେ ଖାଇଛନ୍ତି, ତେବେ ଚିନ୍ତା କରିବାର କିଛି ନାହିଁ । ସେଓ ମଞ୍ଜିରେ ଏକ ପ୍ରତିରକ୍ଷା ଆବରଣ ଅଛି ଯାହା ସିଆନାଇଡ୍ ଶରୀରରେ ପ୍ରବେଶ କରିବାରେ ରୋକିଥାଏ । ସେଓ ଖାଇବା ସମୟରେ ସାବଧାନ ରୁହନ୍ତୁ ଏବଂ ଏହାର ମଞ୍ଜି ବାହାର କରି ଖାଆନ୍ତୁ ।
  • କଷା ବାଦାମ: କଷା ବା ପିତା ଯୁକ୍ତ ଆଲମଣ୍ଡ ତଥା ବାଦାମ ମଧ୍ୟ ଶରୀର ପାଇଁ କ୍ଷତି ହୋଇପାରେ । ଏହି ଭଳି ବାଦାମରେ ଆମିଗଡାଲିନ ନାମକ ଏକ ରାସାୟନିକ ପଦାର୍ଥ ରହିଛି । ଏହା ଶରୀରରେ ସିଆନାଇଡ୍ ତିଆରି କରିଥାଏ । ଏହାକୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି ଏବଂ ଝାଡା ହୋଇପାରେ। ତେଣୁ କଷା ବାଦାମ ଖାଇବା ଠାରୁ ଦୂରେଇ ରୁହନ୍ତୁ ।
  • ଜାଇଫଳ: ଜାଇଫଳ ପାଉଡରକୁ ସାଧାରଣତଃ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ ବ୍ୟବହାର କରାଯାଇଥାଏ । କିନ୍ତୁ ଏହି ଜାଇଫଳ ପାଉଡରର ମାତ୍ରା ଅଧିକ ହେଲେ ଶରୀର ପାଇଁ କ୍ଷତିକାରକ ହୋଇପାରେ । ଜାଇଫଳରେ ଅଧିକ ମାତ୍ରାରେ  ମିରାଇଷ୍ଟାଇସିନ୍ ନାମକ ଏକ ରାସାୟନିକ ପଦାର୍ଥ ରହିଛି । ଯାହା ଦ୍ୱାରା ମୁଣ୍ଡ ବୁଲାଇବା, ହେଲୁସିନେସନ, ଆଟାକ ଭଳି ସମସ୍ୟା ଦେଖାଦେଇପାରେ ।
  • କଞ୍ଚା କାଜୁ: ସାଧାରଣତଃ ବଜାରରେ ମିଳଥିବା ପ୍ୟାକେଟ କାଜୁ କଞ୍ଚା ନଥାଏ । କିନ୍ତୁ ବିକ୍ରି ପୂର୍ବରୁ କାଜୁକୁ ଗରମ କରି ଫୁଟା ଯାଇଥାଏ । ସେତେବେଳେ ଏଥିରୁ ଉରିଶିଓଲ ନାମକ ଏକ ବିଷାକ୍ତ ପଦାର୍ଥ ବାହାରିଥାଏ, ଯାହା ଶରୀର ପାଇଁ ହାନୀକାରକ । ଏଭଳି କଞ୍ଚା କାଜୁ ଖାଇବା ଦ୍ୱାରା ଆଲର୍ଜି ସମସ୍ୟା ଦେଖାଦେଇପାରେ ।
  • ଛତୁ: ଛତୁ ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟରୁ ଗୋଟିଏ । ଏହା ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ । କିନ୍ତୁ କେଉଁ ଛତୁ ଖାଇବା ଶରୀର ପାଇଁ ଲଭାଦାୟକ ତାକୁ ଚିହ୍ନି ରଖିବା ଉଚିତ । ଜଙ୍ଗଲି ଛତୁ ଖାଇବା ଦ୍ୱାରା ପେଟ ଯନ୍ତ୍ରଣା, ବାନ୍ତି, ଝାଡା, ଡିହାଇଡ୍ରେସନ ଏବଂ ଯକୃତ ସମସ୍ୟା ଦେଖା ଦେଇପାରେ।
  • କଞ୍ଚା ଆମ୍ବ: କଞ୍ଚା ଆମ୍ବ, ଚୋପା ଏବଂ ଏହାର ପତ୍ରରେ ବିଷାକ୍ତ ପଦାର୍ଥ ରହିଥାଏ । ଯଦି ଆପଣଙ୍କୁ ଆଲର୍ଜି ସମସ୍ୟା ଥାଏ ତେବେ ଏଥିରୁ ଦୂରେଇ ରହିବା ଉଚିତ । ନଚେତ କୁଣ୍ଡେଇ ହେବା କିମ୍ବା ଗୋଡ ହାତ ଫୁଲିବା ଭଳି ସମସ୍ୟା ଦେଖାଦେଇପାରେ ।
  • କଞ୍ଚା ରାଜମା: ବିନ୍ସର ସମସ୍ତ ପ୍ରଜାତିରେ ସବୁଠୁ ଅଧିକ ଲ୍ୟାକ୍ଟିନ କଞ୍ଚା ରାଜମାରେ ହିଁ ମିଳିଥାଏ । ଲ୍ୟାକ୍ଟିନ ଏକ ଏଭଳି ବିଷାକ୍ତ ପଦାର୍ଥ ଯାହା ପେଟ ସମସ୍ୟା ସୃଷ୍ଟି କରିପାରେ ।  କଞ୍ଚା ରାଜମା ଖାଇବା ଦ୍ୱାରା ବାନ୍ତି ମଧ୍ୟ ହୋଇପାରେ । ତେଣୁ ରାଜମା ଖାଇବା ପୂର୍ବରୁ ଏହାକୁ ଭଳ ଭାବେ ସିଝାଇ ଖାଇବା ଉଚିତ ।
  • କରମଙ୍କା: ଯଦି ଆପଣଙ୍କ କିଡନୀ ଜନିତ ସମସ୍ୟା ରହିଛି ତେବେ କରମଙ୍କା ଠାରୁ ଦୂରେଇ ରୁହନ୍ତୁ । କିଡନୀ ଖରାପ ଥିବା ବ୍ୟକ୍ତି କରମଙ୍କା ଖାଇବା ଦ୍ୱାରା କିଡନୀ ଆହୁରି ନଷ୍ଟ ହୋଇଯିବା ଆଶଙ୍କା ରହିଥାଏ ।  ଏଥିସହ ମାନିସିକ ଭ୍ରମ ଏବଂ ହାର୍ଟଆଟାକ ଭଳି ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇପାରେ ।

Related story