ଆଙ୍ଗୁଳି ଫୁଟାଉଛନ୍ତି କି? ହୋଇପାରେ ଏହି ସବୁ ସମସ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ଲୋକ ଫୁରୁସତ୍‌ ପାଇଲେ ଆଙ୍ଗୁଳି ଫୁଟାଇବାକୁ ଭଲ ପାଆନ୍ତି। ଆଉ କିଛି ଲୋକ ଆଙ୍ଗୁଳି ଫୁଟାଇବାକୁ ଏକ ନିତିଦିନିଆ ଅଭ୍ୟାସ ଭାବେ କରିଥା’ନ୍ତି। ହେଲେ ଆପଣ ଜାଣନ୍ତି କି, ଏହା ଆମ ଶରୀର କେତେ କ୍ଷତି କରିଥାଏ? ଯଦି ଆପଣ ଏହା ଜାଣିବେ, ତେବେ ଆଉ କେବେ ବି ଆଙ୍ଗୁଳି ପୁଟାଇବେ ନାହିଁ। ଆଙ୍ଗୁଳି ଫୁଟାଇବାକୁ ଯେତିକି ମଜା ଲାଗେ, ଶରୀରର ତା ଠାରୁ ଅଧିକ କ୍ଷତି କରିଥାଏ। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆଙ୍ଗୁଳି […]

finger

Chinmayee Roy
  • Published: Wednesday, 26 December 2018
  • , Updated: 26 December 2018, 08:15 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅଧିକାଂଶ ଲୋକ ଫୁରୁସତ୍‌ ପାଇଲେ ଆଙ୍ଗୁଳି ଫୁଟାଇବାକୁ ଭଲ ପାଆନ୍ତି। ଆଉ କିଛି ଲୋକ ଆଙ୍ଗୁଳି ଫୁଟାଇବାକୁ ଏକ ନିତିଦିନିଆ ଅଭ୍ୟାସ ଭାବେ କରିଥା'ନ୍ତି। ହେଲେ ଆପଣ ଜାଣନ୍ତି କି, ଏହା ଆମ ଶରୀର କେତେ କ୍ଷତି କରିଥାଏ? ଯଦି ଆପଣ ଏହା ଜାଣିବେ, ତେବେ ଆଉ କେବେ ବି ଆଙ୍ଗୁଳି ପୁଟାଇବେ ନାହିଁ। ଆଙ୍ଗୁଳି ଫୁଟାଇବାକୁ ଯେତିକି ମଜା ଲାଗେ, ଶରୀରର ତା ଠାରୁ ଅଧିକ କ୍ଷତି କରିଥାଏ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆଙ୍ଗୁଳି ଫୁଟାଇବା ଦ୍ୱାରା ଗଣ୍ଠିରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୁଏ। ଏହା ଅନେକ ରୋଗକୁ ନିମନ୍ତ୍ରଣ ମଧ୍ୟ କରିଥାଏ। ରିସର୍ଚରୁ ଜଣାପଡ଼ିଛି, ଆଙ୍ଗୁଳି ଫୁଟାଇବା ବେଳେ  ଏହା ଉପରେ ପଡ଼ୁଥିବା ଚାପ ଦ୍ୱାରା ଗଣ୍ଠି ଭିତରେ ଟାଣି ହୋଇଯାଏ। ଏହା ଦ୍ୱାରା ହାଡ଼ରେ ଯୋଡ଼ି ହୋଇଥିବା ଲିଗାମେଣ୍ଟରେ ଫାଟ ସୃଷ୍ଟି ହେବାର ଆଶଙ୍କା ଥାଏ। ବାରମ୍ବାର ଆଙ୍ଗୁଳି ଫୁଟାଇବା ଦ୍ୱାରା ଆମ ଆଙ୍ଗୁଳିର ହାଡ଼ ଦୁର୍ବଳ ହୋଇଯାଏ ଫଳରେ ସାମାନ୍ୟ ଆଘାତ ଲାଗିଲେ ବି ଏହା ଭାଙ୍ଗିଯିବାର ଆଶଙ୍କା ରହିଥାଏ।

ଗଣ୍ଠିରେ ଚାପ କମ୍‌ ହେଲେ କାର୍ବନ୍‌ ଡାଇଅକ୍‌ସାଇଡ୍‌ ଖାଲି ସ୍ଥାନ ପୂରଣ କରେ ଓ ଏକ ଫୋଟକା ସୃଷ୍ଟି ହୁଏ। ତେଣୁ ଆଙ୍ଗୁଳି ଫୁଟାଇଲେ ଶବ୍ଦ ହୁଏ। ହେଲେ ଏହି ଫୋଟକା ଥରେ ଫୁଟିଗଲେ ଆଉ ଫୁଟେ ନାହିଁ। ତେଣୁ ଦ୍ୱିତୀୟଥର ଆଙ୍ଗୁଳି ଫୁଟାଇବାଦ୍ୱାରା ଆଉ ଶବ୍ଦ ହୁଏ ନାହିଁ। କିନ୍ତୁ ବାରମ୍ବାର ଏପରି କରିବା ଦ୍ୱାରା ଗଣ୍ଠିରେ ଚାପ ପଡ଼େ। ଫଳରେ ଆଙ୍ଗୁଳିରେ ଦରଜ ମଧ୍ୟ ହୁଏ। ଆଉ ସବୁବେଳେ ଫୁଟାଇବା ଦ୍ୱାରା ଆଙ୍ଗୁଳି ଦରଜ ହେବା ସହ ଭବିଷ୍ୟତରେ ଆପଣଙ୍କୁ ହାଡ଼ରେ ବିଭିନ୍ନ ସମସ୍ୟା ଭୋଗିବାକୁ ପଡ଼ିପାରେ। ତେଣୁ ଯଥାଶୀଘ୍ର ସମ୍ଭବ ଆଙ୍ଗୁଳି ଫୁଟାଇବା ଅଭ୍ୟାସକୁ ବଦଳାନ୍ତୁ ଏବି ସୁସ୍ଥ ରୁହନ୍ତୁ।

Related story