Advertisment

ହାର୍ଟକୁ ସବୁଦିନ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଜିନିଷ

ଆମ ଶରୀରରେ ଥିବା ହୃଦୟ ଏକମାତ୍ର ଅଂଶ, ଯାହା ବନ୍ଦ ନ ହୋଇ ସାରା ଜୀବନ କାମ କରିଥାଏ । ଏପରି ପରିସ୍ଥିତିରେ, ଏହାକୁ ସୁସ୍ଥ ରଖିବା ଆମର ପ୍ରଥମ କାର୍ଯ୍ୟ । କିନ୍ତୁ ଏହାକୁ ସଠିକ୍ ଭାବେ ଯତ୍ନ ନନେବାରୁ ପ୍ରତିବର୍ଷ ଅନେକ ହୃଦଘାତ ରୋଗଜନିତ ମାମଲା ସାମ୍ନାକୁ ଆସିଥାଏ। କେବଳ ଏତିକି ନୁହେଁ, କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଫୁସଫୁସ ସହ ହାର୍ଟକୁ ମଧ୍ୟ ପ୍ରଭାବିତ କରୁଛି। ଏକ ରିପୋର୍ଟ ଅନୁଯାୟୀ, କରୋନାରୁ ସୁସ୍ଥ […]

ଅଦ୍ୟତନ ହୋଇଛି
ହାର୍ଟକୁ ସବୁଦିନ ସୁରକ୍ଷିତ ରଖିବାକୁ ଚାହୁଁଛନ୍ତି କି? ଖାଆନ୍ତୁ ନାହିଁ ଏସବୁ ଜିନିଷ

heart

Advertisment

ଆମ ଶରୀରରେ ଥିବା ହୃଦୟ ଏକମାତ୍ର ଅଂଶ, ଯାହା ବନ୍ଦ ନ ହୋଇ ସାରା ଜୀବନ କାମ କରିଥାଏ । ଏପରି ପରିସ୍ଥିତିରେ, ଏହାକୁ ସୁସ୍ଥ ରଖିବା ଆମର ପ୍ରଥମ କାର୍ଯ୍ୟ । କିନ୍ତୁ ଏହାକୁ ସଠିକ୍ ଭାବେ ଯତ୍ନ ନନେବାରୁ ପ୍ରତିବର୍ଷ ଅନେକ ହୃଦଘାତ ରୋଗଜନିତ ମାମଲା ସାମ୍ନାକୁ ଆସିଥାଏ। କେବଳ ଏତିକି ନୁହେଁ, କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଫୁସଫୁସ ସହ ହାର୍ଟକୁ ମଧ୍ୟ ପ୍ରଭାବିତ କରୁଛି। ଏକ ରିପୋର୍ଟ ଅନୁଯାୟୀ, କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ହୃଦରୋଗ ସମ୍ବନ୍ଧୀୟ ରୋଗ ଆଶଙ୍କା ଅଧିକ ରହିଥାଏ। ଏପରି ସ୍ଥିତିରେ ସର୍ବଦା ନିଜ ହୃଦୟକୁ ସୁସ୍ଥ ରଖିବା ଆବଶ୍ୟକ, ଯାହାଫଳରେ କରୋନା ସହିତ ଅନ୍ୟ କୌଣସି ରୋଗ ମଧ୍ୟ ଆପଣଙ୍କୁ ଆକ୍ରମଣ କରିପାରିବ ନାହିଁ ।

Advertisment

ହାର୍ଟକୁ ସୁସ୍ଥ ରଖିବା ପାଇଁ ଯୋଗ, ପ୍ରାଣାୟମ ସହ ଆପଣଙ୍କୁ ଡାଏଟ୍ ମଧ୍ୟ ଭଲ ହେବା ଦରକାର। କିନ୍ତୁ ଆଜିର ସମୟରେ ଅନେକ ଲୋକ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉ ନାହାନ୍ତି। ଯାହା ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରୋଲ୍ ବଢ଼ିଥାଏ ଏବଂ ଏହା ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଜାଣନ୍ତୁ ଏମିତି କିଛି ଖାଦ୍ୟ, ଯାହା ଆପଣଙ୍କ ହାର୍ଟକୁ ଖରାପ କରିପାରେ।

ଲୁଣ:ଆମେ ସମସ୍ତେ ଭଲଭାବେ ଜାଣିଛୁ ଯେ ଲୁଣ ଅଧିକ ଖାଇବା ଦ୍ୱାରା ବ୍ଲଡ୍ ପ୍ରେସର ବଢ଼ିଥାଏ। କିନ୍ତୁ ରକ୍ତଚାପ ନିୟନ୍ତ୍ରଣ ନହେବା କାରଣରୁ ଆପଣଙ୍କୁ ହାର୍ଟ ସମ୍ବନ୍ଧିତ ସମସ୍ୟାର ସାମ୍ନାକୁ କରିବାକୁ ପଡ଼ିପାରେ। ଅନେକ ଗବେଷଣାରେ ମଧ୍ୟ ଏହା ସାମ୍ନାକୁ ଆସିଛି। ଏଭଳି ସ୍ଥିତିରେ ଖାଦ୍ୟରେ ଲୁଣର ପରିମାଣ କମ୍ ବ୍ୟବହାର କରିବା ଦରକାର।

Advertisment

ଏନର୍ଜି ଡ୍ରିଙ୍କ୍: ଏନର୍ଜି ଡ୍ରିଙ୍କରେ ଗୁଆରାନା ଓ ଟେରାଇନ୍ ଭଳି ପ୍ରାକୃତିକ ଶକ୍ତି ବୃଦ୍ଧିକାରୀ ରହିଥାଏ। ଯେତେବେଳେ ଆପଣ କଫିନ୍ ସଂସ୍ପର୍ଶରେ ଆସନ୍ତି, ଆପଣଙ୍କ ହୃଦସ୍ପନ୍ଦନ ଅଚାନକ ବଢ଼ିଯାଏ। ଏନର୍ଜି ଡ୍ରିଙ୍କ ବହୁତ ମାତ୍ରାରେ କଫିନ୍ ହୋଇଥାଏ, ଯେଉଁଥିରେ ହଜମ ପ୍ରକ୍ରିୟା ସହ ହାର୍ଟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ।

ସୋଡା: ସୋଡା ସେବନ କରିବା ଦ୍ୱାରା ବ୍ଲଡ୍ ସୁଗରର ମାତ୍ରା ବଢ଼ିଥାଏ । ଯେଉଁ କାରଣରୁ ହାର୍ଟ ସମ୍ବନ୍ଧିତ ରୋଗର ସାମ୍ନା କରିବାକୁ ପଡ଼ିଥାଏ। ଏଥିପାଇଁ ଦୈନିକ ସୋଡା ସେବନରୁ ଦୂରେଇ ରୁହନ୍ତୁ।

ଫ୍ରିଜରେ ରଖାଯାଇଥିବା ଖାଦ୍ୟ:ଖାଦ୍ୟ ପ୍ରସ୍ତୁତ କରି ଏହାକୁ ଫ୍ରିଜରେ ରଖିବା ସବୁଠାରୁ ଭଲ ଉପାୟ କୁହାଯାଏ। କିନ୍ତୁ ଆପଣ ଭୁଲ ଯାଆନ୍ତି ଯେ ଏହା ସ୍ୱାସ୍ଥ୍ୟ ପାଇଁ ବିପଦଜନକ ହୋଇପାରେ। ଫ୍ରିଜରେ ରଖାଯାଇଥିବା ଖାଦ୍ୟରେ ସୋଡିୟମ ମାତ୍ରା ଅଧିକ ରହିଥାଏ। ଯାହା ଆପଣଙ୍କ ହାର୍ଟ ପାଇଁ ବିପଦଜନକ ହୋଇପାରେ।

ଧଳା ଚାଉଳ, ପାସ୍ତା:ଧଳା ମଇଦାରେ ପ୍ରସ୍ତୁତ ହେଉଥିବା ଚାଉଳ, ବ୍ରେଡ୍, ପାସ୍ତା ଆଦି ଖାଦ୍ୟ ସାମଗ୍ରୀରେ ସୁସ୍ଥ ଫାଇବର, ଭିଟାମିନ୍, ମିନେରାଲ୍ସ ନାହିଁ। ଏସବୁ ଜିନିଷରେ ଚିନିର ମାତ୍ରା ଅଧିକ ଥାଏ । ଯାହାଦ୍ୱାରା ଆପଣଙ୍କ ଶରୀରରେ ଚର୍ବି ବଢ଼ିବା ସହ ଆପଣ ବ୍ଲଡ୍ ସୁଗରର ଶିକାର ମଧ୍ୟ ହୋଇପାରନ୍ତି । ଏଥିପାଇଁ ଏହା ବଦଳରେ ଆପଣ ଓଟ୍ସ, ବ୍ରାଇନ୍ ରାଇସ୍ କିମ୍ବା ଶସ୍ୟ ଜାତୀୟ ଖାଦ୍ୟ ଖାଇବା ଦରକାର ।

Odia Health Tips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe