Advertisment

ହାର୍ଟ ପାଇଁ ହିତକର ଏସବୁ ଖାଦ୍ୟ: ବିଭିନ୍ନ ରୋଗରୁ ମିଳିବ ମୁକ୍ତି

ମୁମ୍ବାଇ: ଆଜିକାଲିର ବ୍ୟସ୍ତ ଜୀବନରେ ସାଧାରଣତଃ ଘର ତିଆରି ଖାଦ୍ୟ ଖାଇବାକୁ ସମୟ ହୁଏନି। ବାହାର ଖାଦ୍ୟ ଖାଇବାକୁ ପଡ଼ିଥାଏ। ତେଣୁ ଶରୀରର ଯତ୍ନ ନେବା  କଷ୍ଟକର ହୋଇପଡ଼େ। ଯାହାଫଳରେ ଅନେକ ରୋଗ ଗ୍ରାସ କରିବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଆଧୁନିକ ଜୀବନଶୈଳୀ  ଓ ଖରାପ ଖାଦ୍ୟ ଖାଇବା ଅଭ୍ୟାସ ଅନେକ ରୋଗର କାରଣ ସାଜିଥାଏ । ବ୍ଲୁ ଏଚ୍‌ ଓ ରିପୋର୍ଟ ମୁତାବକ ଏବେ କମ୍‌ ବୟସରେ ବି ହୃଦଘାତ ବା […]

author-image
Rakesh Mallick
ଅଦ୍ୟତନ ହୋଇଛି
ହାର୍ଟ ପାଇଁ ହିତକର ଏସବୁ ଖାଦ୍ୟ: ବିଭିନ୍ନ ରୋଗରୁ ମିଳିବ ମୁକ୍ତି  

heart2

ମୁମ୍ବାଇ: ଆଜିକାଲିର ବ୍ୟସ୍ତ ଜୀବନରେ ସାଧାରଣତଃ ଘର ତିଆରି ଖାଦ୍ୟ ଖାଇବାକୁ ସମୟ ହୁଏନି। ବାହାର ଖାଦ୍ୟ ଖାଇବାକୁ ପଡ଼ିଥାଏ। ତେଣୁ ଶରୀରର ଯତ୍ନ ନେବା  କଷ୍ଟକର ହୋଇପଡ଼େ। ଯାହାଫଳରେ ଅନେକ ରୋଗ ଗ୍ରାସ କରିବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ। ଆଧୁନିକ ଜୀବନଶୈଳୀ  ଓ ଖରାପ ଖାଦ୍ୟ ଖାଇବା ଅଭ୍ୟାସ ଅନେକ ରୋଗର କାରଣ ସାଜିଥାଏ । ବ୍ଲୁ ଏଚ୍‌ ଓ ରିପୋର୍ଟ ମୁତାବକ ଏବେ କମ୍‌ ବୟସରେ ବି ହୃଦଘାତ ବା ହାର୍ଟଜନିତ ସମସ୍ୟାରେ ଶିକାର ହେବା ଦେଖିବାକୁ ମିଳୁଛି। ସେଥିପାଇଁ ଖାଇବା ପିଇବାରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରତିଦିନ କିଛି ସୁସ୍ଥ ତଥା ଭିଟାମିନ୍‌ଯୁକ୍ତ ଖାଦ୍ୟ ଖାଇବାକୁ ଚେଷ୍ଟା କରନ୍ତୁ। ତେବେ ଚାଲନ୍ତୁ ଜାଣିବା କେଉଁ ଖାଦ୍ୟ ଖାଇବା ହାର୍ଟ ପାଇଁ ସୁସ୍ଥକର।

Advertisment

publive-imageତରଭୁଜ- ଗରମ ଦିନରେ ତରବୁଜ ଖୁବ୍‌ ସହଜରେ ମିଳିଯାଏ। ଅଧିକ ଫାଇବର ଓ କମ୍‌ କ୍ୟାଲୋରୀ ଯୁକ୍ତ ଏହି ଫଳ ଏଣ୍ଟିଆକ୍ସିଡେଣ୍ଟରେ ଭରପୁର ଥାଏ। ଏହା ଲାଇକୋପିନ୍‌ର ସବୁଠୁ ଭଲ ସ୍ରୋତ। ଯାହାଦ୍ୱାରା ହାର୍ଟ ସମସ୍ୟା ଓ କ୍ୟାନ୍ସର ଭଳି ସମସ୍ୟା କମ୍‌ କରିବାରେ ସହଜ କରିଥାଏ। ତରଭୁଜ ସାଇଟୋଲିନ୍‌କୁ ଫୁର୍ତ୍ତି ଯୋଗାଇଥାଏ। ଯାହା ଦ୍ୱାରା ରକ୍ତ କୋଷିକାଗୁଡ଼ିକ ସୁସ୍ଥ ରହିଥାଏ। ଏହା ଦ୍ୱାରା ମଧୁମେହ ରୋଗକୁ ପ୍ରତିରୋଧ କରିବାରେ ଖୁବ୍ ଉପକାରୀ। ତରଭୁଜରେ ଭିଟାମିନ୍‌-A ଓ C ଥାଏ। ଏହା ଛଡ଼ା ଏଥିରେ ପଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ମଧ୍ୟ ଥାଏ।

publive-imageଟମାଟୋ- ପ୍ରତିଦିନ ଟମାଟୋ ଖାଇବା ଦ୍ୱାରା ହାର୍ଟ ସୁସ୍ଥ ରହିଥାଏ। ଏଥିରୁ ଭିଟାମିନ୍‌ C ମିଳିଥାଏ। ତରଭୁଜ ଭଳି ଟମାଟୋରୁ ମଧ୍ୟ ଲାଇକୋପିନ୍‌ ମିଳିଥାଏ। ଏହି ଭିଟାମିନ୍‌ ଆଣ୍ଟିଅକ୍ସିଡେଣ୍ଟ ଭାବେ କାମ କରିବା ସହ କୋଶିକା ଗୁଡ଼ିକୁ ମଧ୍ୟ ରକ୍ଷା କରିଥାଏ।

Advertisment

publive-imageଗ୍ରୀଷ୍ମ ମଣ୍ଡଳୀୟ ନାସପାତି ଫଳ- ଏହି ଫଳ ଭାରତରେ କମ୍‌ ଉପଲବ୍ଧ ହୋଇଥାଏ କିନ୍ତୁ ଏହାର ଅନେକ ଉପକାରିତା ଅଛି। ଏଥିରେ ପଟାସିୟମ୍‌ ପ୍ରଚୁର ପରିମାଣରେ ଥାଏ। ଯାହା କି ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏଥିରୁ ଭିଟାମିନ୍‌ C, ଫାଇବର, କୈରୋରେନାଇଟ୍ସର ମଧ୍ୟ ଖୁବ୍‌ ଥାଏ।

publive-image

ବେରୀ(ମଞ୍ଜି ନଥିବା କୋଳି)- ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଥିବାଏହି କୋଳି ହାର୍ଟ ପାଇଁ ଖୁବ୍‌ ହିତକର ହୋଇଥାଏ। ଏହା ଶରୀରରେ ଖରାପ କୋଲେ ଷ୍ଟ୍ରୋଲ୍‌ର ମାତ୍ରା କମ୍‌ କରିଥାଏ।

publive-image

ବିନ୍- ଅଧା କପ୍‌ ବିନ୍ ପ୍ରତିଦିନ ଖାଆନ୍ତୁ। ଏହା ଆପଣଙ୍କ ହାର୍ଟକୁ ସୁସ୍ଥ ରଖିଥାଏ। ଘୁଲନଶୀଳ ଫାଇବର ପାଇଁ ବିନ୍ ହାର୍ଟ ପାଇଁ ବହୁତ ଲାଭଦାୟକ। ଏଥିରେ ମ୍ୟାଗ୍ନେସିୟମ୍‌, କ୍ୟାଲସିୟମ୍‌ ଭଳି ଏମିତି ଅନେକ ଭିଟାମିନ୍‌ ଅଛି।

publive-image

ବାଦାମ୍- ସୁସ୍ଥ ହାର୍ଟ ପାଇଁ ବାଦାମ୍‌ର ଖୁବ୍‌ ଆବଶ୍ୟକତା ରହିଛି। ବାଦାମ୍‌ରେ ଭିଟାମିନ୍‌ E, ଫାଇବର ଓ ପ୍ରୋଟିନ୍‌ ପ୍ରଚୁର ପରିମାଣରେ ଥାଏ। ଏହା ହାର୍ଟକୁ ସୁସ୍ଥ ରଖିବାରେ ଏକ ଆବଶ୍ୟ ପୋଷକ ତତ୍ତ୍ୱ।

publive-image

ମଟର- ମଟର ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ମଟରରେ ଫାଇବର ଥାଏ। ଏହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ଏକ କପ୍‌ ମଟରରେ ଖୁବ୍‌ ଅଧିକ ପୋଷକ ତତ୍ତ୍ୱ, ଫାଇବର ଓ ପ୍ରୋଟିନ୍‌ ଥାଏ। କିନ୍ତୁ ଏଥିରେ କ୍ୟାଲୋରୀ ୧୦୦ରୁ ବି କମ୍‌ ଥାଏ।

publive-image

ଖରବୁଜା-  ଖରବୁଜା ରେ ଭିଟାମିନ୍‌ C ଥାଏ।ଯାହା କି ହାର୍ଟ୍‌ କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଖରବୁଜାରେ ଭିଟା ମିନ୍‌ A, B, K, ପଟାସିୟମ୍‌, ମ୍ୟାଗ୍ନେସିୟମ୍‌ ଓ ଫାଇବର ପ୍ରଚୁର ପରିମାଣରେ ଥାଏ।