କରୋନା କାଳରେ ହିଁ 'ଚିନି'କୁ କୁହନ୍ତୁ ବାଏ ବାଏ...

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱ କରୋନା ଭୂତାଣୁ କବଳିତ ଥିବା ବେଳେ ଭାରତରେ ସଂକ୍ରମଣ କମିବାର ନାଁ ଧରୁନାହିଁ । ଏପଟେ କୋଭିଡ୍-19 ମୁକାବିଲା ଲାଗି ଦୀର୍ଘ ଦିନର କର୍ଫ୍ୟୁ, ଲକଡାଉନ୍, ଶଟଡାଉନରେ ପୂର୍ଣ୍ଣଛେଦ ପଡ଼ି ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ହେଲେ କରୋନା କଟକଣା ଏବେ ବି ବଳବତ୍ତର ରହିଛି, ଯାହା ଆମ ସମସ୍ତଙ୍କୁ ନିହାତି ପାଳନ କରିବା ଜରୁରୀ ମଧ୍ୟ । ଦେଶ ଅନଲକ୍ ହେବା ସହ କରୋନା ଭୂତାଣୁ ମଧ୍ୟ […]

guda

Pragnya Choudhury
  • Published: Wednesday, 09 September 2020
  • , Updated: 09 September 2020, 08:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାରା ବିଶ୍ୱ କରୋନା ଭୂତାଣୁ କବଳିତ ଥିବା ବେଳେ ଭାରତରେ ସଂକ୍ରମଣ କମିବାର ନାଁ ଧରୁନାହିଁ । ଏପଟେ କୋଭିଡ୍-19 ମୁକାବିଲା ଲାଗି ଦୀର୍ଘ ଦିନର କର୍ଫ୍ୟୁ, ଲକଡାଉନ୍, ଶଟଡାଉନରେ ପୂର୍ଣ୍ଣଛେଦ ପଡ଼ି ଅନଲକ୍ ପର୍ଯ୍ୟାୟ ଆରମ୍ଭ ହୋଇସାରିଛି । ହେଲେ କରୋନା କଟକଣା ଏବେ ବି ବଳବତ୍ତର ରହିଛି, ଯାହା ଆମ ସମସ୍ତଙ୍କୁ ନିହାତି ପାଳନ କରିବା ଜରୁରୀ ମଧ୍ୟ ।

ଦେଶ ଅନଲକ୍ ହେବା ସହ କରୋନା ଭୂତାଣୁ ମଧ୍ୟ ଅନଲକ୍ ହୋଇଯାଇଛି । ସାଧାରଣ ଜୀବନକୁ ସ୍ୱାଭାବିକ କରିବାକୁ ସରକାରଙ୍କୁ ଏଭଳି ପଦକ୍ଷେପ ନେବାକୁ ପଡ଼ିଥିବା ବେଳେ କରୋନା ଭୂତାଣୁ ପ୍ରକୋପରେ ଏବେ ସୁଦ୍ଧା ଲଗାମ ଲାଗିନାହିଁ । ସାମାନ୍ୟ ଅସତର୍କ ହେଲେ ଦୋକାନ, ବଜାର କିଏ ଜାଣେ କେଉଁଠି ବି ଜଣେ ସଂକ୍ରମିତ ହୋଇପାରେ । ଏଣୁ ଏଭଳି ପରିସ୍ଥିତିରେ ଆମ ସମସ୍ତଙ୍କୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ସହ ବିଶେଷ କରି ନିଜ ଖାଦ୍ୟପେୟ ଅଭ୍ୟାସ ଦିଗରେ ମଧ୍ୟ ଧ୍ୟାନ ଦେବା ଉଚିତ୍ । ସଠିକ୍ ପୁଷ୍ଟିଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ । ଏହା ଦ୍ୱାରା ଶରୀର ବିଭିନ୍ନ ପ୍ରକାର ରୋଗ ବ୍ୟାଧି ସହ ଲଢ଼ିବାକୁ ନିଜକୁ ପ୍ରସ୍ତୁତ କରିଥାଏ ।

ସରୋଜିନୀ ନାଇଡ଼ୁ ମେଡିକାଲ କଲେଜର ଡାଇଟିସିୟନ ମିନି ଶର୍ମା ଏହି ପରିପ୍ରେକ୍ଷୀରେ କୁହନ୍ତି, ମଣିଷକୁ ସୁସ୍ଥ ରହିବାକୁ ହେଲେ ତାର ଖାଦ୍ୟରେ ସଠିକ୍ ପୁଷ୍ଟି ରହିବା ଆବଶ୍ୟକ । ଫ୍ୟାଟ୍, କାର୍ବୋହାଇଡ୍ରେଟ୍, ପ୍ରୋଟିନ୍ ତଥା ଭିଟାମିନ ଆଦିର ଠିକ୍ ପରିମାଣରେ ଶରୀରକୁ ଯୋଗାଇଦେବା ଆବଶ୍ୟକ । ଏଗୁଡ଼ିକର ପରିମାଣ ଅଧିକ କିମ୍ବା କମ୍ ହେଲେ ଶରୀର ଉପରେ ଏହାର କୁପ୍ରଭାବ ପଡ଼ିଥାଏ । ଆମ ପାଖରେ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ରହିଛି । ହେଲେ ଆମ ସ୍ୱାସ୍ଥ୍ୟ ପାଇଁ କଣ ହିତକର ଆଉ କଣ ଅହିତକର ତାହାକୁ ଦୃଷ୍ଟିରେ ରଖି ଆମକୁ ଖାଦ୍ୟ ଚୟନ କରିବା ଆବଶ୍ୟକ । କୋଭିଡ୍-19 ମୁକାବିଲା ଲାଗି ଆମ ସମସ୍ତଙ୍କୁ ନିଜ ନିଜ ଖାଦ୍ୟ ତାଲିକା ଉପରେ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ସେ କହିଛନ୍ତି ।

ଆଜିକାଲି ପରିସ୍ଥିତିକୁ ନଜରରେ ରଖି ମିନି ଶର୍ମା କୁହିଛନ୍ତି ଯେ, ଖାଦ୍ୟର ସାତୋଟି ସମୁହକୁ ଧ୍ୟାନ ଦେବା ନିହାତି ଜରୁରୀ । ନିଜ ଖାଦ୍ୟ ତାଲିକାରେ ସବୁଜ ପନିପରିବା, ଡାଲି ଜାତୀୟ ଖାଦ୍ୟ, ସଠିତ୍ ସ୍ନେହସାର, ଫଳ, ଦୁଗ୍ଧ ଜାତୀୟ ସାମଗ୍ରୀ ବା ଦୁଗ୍ଧ, ସଠିକ୍ ମାତ୍ରାରେ ମସଲାକୁ ସାମିଲ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି କ୍ରମରେ ଚିନିର ବ୍ୟବହାରକୁ ନେଇ ମଧ୍ୟ ସେ ଏକ ବଡ଼ ପରାମର୍ଶ ଦେଇଛନ୍ତି । ଚିନି ବଦଳରେ ଖାଦ୍ୟରେ ଗୁଡ଼ ବ୍ୟବହାର କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି । କେବଳ ମିନି ଶର୍ମା ନୁହନ୍ତି, ଅଧିକାଂଶ ଚିକିତ୍ସିକ ଏବଂ ଆୟୁର୍ବେଦାଚାର୍ଯ୍ୟମାନେ ମଧ୍ୟ ଚିନି ପରିବର୍ତ୍ତେ ଗୁଡ଼ ବ୍ୟବହାର କରିବାକୁ କହିଥାନ୍ତି । କାରଣ ଗୁଡ଼ରେ ପ୍ରଚୁର ଖଣିଜ ପଦାର୍ଥ ଏବଂ ଭିଟାମିନ ରହିଥାଏ । ହେଲେ ଚିନିରେ କେବଳ କ୍ୟାଲୋରୀ ରହିଥାଏ । ଏଣୁ ଅନେକେ ଏହାକୁ ଧଳା ଜହର ବୋଲି ମଧ୍ୟ କହିଥାନ୍ତି ।

ଡା. ମିନି ଶର୍ମାଙ୍କ ଅନୁଯାୟୀ, ଚିନି ଏବଂ ଗୁଡ଼ ଉଭୟ ଆଖୁ ରସରୁ ପ୍ରସ୍ତୁତ ହେଉଥିଲେ ହେଁ ଚିନି ପ୍ରସ୍ତୁତି ପାଇଁ ଅଧିକରୁ ଅଧିକ ପ୍ରୋସେସିଙ୍ଗ୍, ରିଫାଇନିଂ ଏବଂ ବ୍ଲିଚିଙ୍ଗ୍ କରାଯାଇଥାଏ । ହେଲେ କେବଳ ଆଖୁ ରସକୁ ଫୁଟାଇ ଗୁଡ଼ ପ୍ରସ୍ତୁତ କରାଯାଇଥାଏ । ଏଥିରେ କୌଣସି ପ୍ରକାର ରାସାୟନିକ ପଦାର୍ଥ ମିଶାଯାଇ ନ ଥାଏ । ଆଉ ରିଫାଇନିଙ୍ଗ୍ କରାଯାଇ ଗୁଡ଼ର ପୋଷଣ ତତ୍ତ୍ୱ ମଧ୍ୟ ନଷ୍ଟ କରାଯାଇ ନ ଥାଏ । ତେବେ ଚିନି ପ୍ରସ୍ତୁତି  ପାଇଁ ରିଫାଇନଙ୍ଗ୍ କରାଯିବା ସମୟରେ ଏଥିରେ ବିଭିନ୍ନ ପ୍ରକାର ରାସାୟନିକ ଦ୍ରବ୍ୟ ବ୍ୟବହାର କରାଯାଇଥାଏ ।

ଡା. ଶର୍ମା କୁହନ୍ତି, 100 ଗ୍ରାମ ଚିନିରେ 400 କ୍ୟାଲୋରୀ ରହିଥିବା ବେଳେ ଫ୍ୟାଟ୍ ବା ପ୍ରୋଟିନ୍ ଆଦୌ ନ ଥାଏ । ହେଲେ 100 ଗ୍ରାମ ଗୁଡ଼ରେ 383 କ୍ୟାଲୋରୀ ରହିଥାଏ, ଯାହା ଶରୀରକୁ ଶକ୍ତି ଦେଇଥାଏ ଏବଂ ଅଳସୁଆ ଅନୁଭବ ହୋଇ ନ ଥାଏ । ଗୁଡ଼ରେ ପ୍ରଚୁର ଆଇରନ ଥାଏ । 100 ଗ୍ରାମ ଗୁଡ଼ରେ 11 ମିଲିଗ୍ରାମ ଆଇରନ ରହିଥାଏ । ଅର୍ଥାତ୍ ପ୍ରତିଦିନ ହିସାବରେ ଶରୀରକୁ ଆବଶ୍ୟକ 61 ପ୍ରତିଶତ ଆଇରନ ମାତ୍ର 100 ଗ୍ରାମ ଗୁଡ଼ରେ ଆମକୁ ମିଳିଯାଇଥାଏ । ଏହା ଶରୀରରେ ହିମୋଗ୍ଲୋଭିନ୍ ବଢ଼ାଇଥାଏ ।

ଗର୍ଭବତୀମାନେ ପ୍ରତିଦିନ 20-25 ଗ୍ରାମ ଗୁଡ଼ ଖାଇପାରିବେ । ପିଲାମାନେ 2-3 ଚାମଚ ଗୁଡ଼ ପ୍ରତ୍ୟେହ ଖାଇବା ଉଚିତ୍ । ଏକ ଚାମଚ ଗୁଡ଼ ଅର୍ଥାତ୍ 5 ଗ୍ରାମ ଗୁଡ଼ରେ 1.1 ମିଲିଗ୍ରାମ୍ ଆଇରନ୍ ରହିଥାଏ । ଏଥିରେ ଆବଶ୍ୟକ ମାତ୍ରାରେ ଫ୍ୟାଟ୍ ମଧ୍ୟ ରହିଥାଏ । ଏହାଛଡ଼ା କ୍ୟାଲସିୟମ୍, ଫସଫରସ, ମ୍ୟାଗ୍ନେସିୟମ୍, ଭିଟାମିନ୍-ବି, ଜିଙ୍କ୍ ଫସଫରସ ମଧ୍ୟ ରହିଥାଏ । କ୍ୟାଲସିୟମ୍ ଏବଂ ଫସଫରସ ହାଡ଼ ବୃଦ୍ଧି ଓ ସଶକ୍ତ କରିବାରେ ସହାୟକ ହୋଇଥାଏ ।

ଗୁଡ଼ରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ରହିଥାଏ, ଯାହା ଶରୀରର ଟକ୍ସିନ୍ ପଦାର୍ଥଗୁଡ଼ିକୁ ବାହାର କରିଥାଏ । ଏପରି କି ଗୁଡ଼ ସେବନ ଦ୍ୱାରା ତ୍ୱଚାର ଚମକ ମଧ୍ୟ ବଢ଼ିଥାଏ । ଗୁଡ଼ରେ ଥିବା ପ୍ରକ୍ଟୋସ୍ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ । ପ୍ରତ୍ୟେହ ଗୁଡ଼ ସେବନ ଦ୍ୱାରା ଶରୀରର ମେଟାବୋଲିଜମ୍ ବଢ଼ିଥାଏ ।

Related story