୩୦ବର୍ଷ ପରେ କେଉଁ ଖାଦ୍ୟ ଉପରେ ଧ୍ୟାନ ଦେବା ଉଚିତ ପୁରୁଷମାନେ  

୩୦ ବର୍ଷ ଟପି ଗଲେ ପୁରୁଷଙ୍କ ଶରୀରରୁ ନ୍ୟୁଟେସନ୍ ଧୀରେ ଧୀରେ କମ୍‌ ହୋଇଯାଇଥାଏ। ଏହା ଦ୍ୱାରା ଇମ୍ୟୁନିଟି ମଧ୍ୟ କମ୍‌ ହୋଇଯାଇଥାଏ। ଫଳରେ ବିଭିନ୍ନ ରୋଗ ମାଡି ବସେ। ଏଥିରୁ ମୁକ୍ତି ପାଇବାକୁ ନ୍ୟୁଟେସନ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଆସନ୍ତୁ ଜାଣିବା କ’ଣ ଖାଇବା ଦରକାର। ମହୁ ଓ କ୍ଷୀର:  କ୍ଷୀର ସହ ମହୁ ମିଶାଇ ପିଅନ୍ତୁ। ଏଥିରୁ ଆଣ୍ଟିଅକ୍ସିଡେଟ୍ସ ଓ ପ୍ରୋଟିନ୍ ମିଳିଥାଏ। ଏହା ଦ୍ୱାରା ହାଡ଼ ଶକ୍ତ ରହିଥାଏ। ପେସ୍ତା ବାଦାମ: […]

bb

Rakesh Mallick
  • Published: Tuesday, 08 August 2017
  • , Updated: 08 August 2017, 01:24 PM IST

୩୦ ବର୍ଷ ଟପି ଗଲେ ପୁରୁଷଙ୍କ ଶରୀରରୁ ନ୍ୟୁଟେସନ୍ ଧୀରେ ଧୀରେ କମ୍‌ ହୋଇଯାଇଥାଏ। ଏହା ଦ୍ୱାରା ଇମ୍ୟୁନିଟି ମଧ୍ୟ କମ୍‌ ହୋଇଯାଇଥାଏ। ଫଳରେ ବିଭିନ୍ନ ରୋଗ ମାଡି ବସେ। ଏଥିରୁ ମୁକ୍ତି ପାଇବାକୁ ନ୍ୟୁଟେସନ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଆସନ୍ତୁ ଜାଣିବା କ’ଣ ଖାଇବା ଦରକାର।

ମହୁ ଓ କ୍ଷୀର:  କ୍ଷୀର ସହ ମହୁ ମିଶାଇ ପିଅନ୍ତୁ। ଏଥିରୁ ଆଣ୍ଟିଅକ୍ସିଡେଟ୍ସ ଓ ପ୍ରୋଟିନ୍ ମିଳିଥାଏ। ଏହା ଦ୍ୱାରା ହାଡ଼ ଶକ୍ତ ରହିଥାଏ।

ପେସ୍ତା ବାଦାମ: ଏଥିରୁ ଆମକୁ ଭିଟାମିନ୍‌ ବି-୬ ଏବଂ ଫଲିକ୍‌ ଏସିଡ୍‌ ମିଳିଥାଏ। ଏହାଦ୍ୱାରା ମସ୍ତିଷ୍କ ସକ୍ରିୟ ରହିଥାଏ।

ବେଦନା: ୩୦ ବର୍ଷ ହୋଇଗଲେ ପୁରୁଷମାନେ ବେଦନା ଖାଇବା ଉଚିତ୍‌। ଏଥିରୁ ଶରୀରକୁ  ଆଣ୍ଟିଅକ୍ସିଡେଟ୍ସ ମିଳିଥାଏ।

ଦହି: ଏଥରୁ ଆମକୁ କ୍ୟାଲସିୟମ ଓ ପ୍ରୋବାୟାଟିକ୍‌ ବ୍ୟାଟେରିଆ ରହିଥାନ୍ତି। ଏହା ହାଡ଼ ଶକ୍ତ ରଖେ ଓ ଓଜନ ନିୟନ୍ତ୍ରଣ କରିଥାଏ।

ଲାଉ: ଏଥରୁ ଆମକୁ ମେଟାବୋଲଜିମ୍‌ ମିଳିଥାଏ। ଏହା ଶରୀରରେ ଓଜନ ନିୟନ୍ତ୍ରଣ କରିବା ସହ ଚନ୍ଦାପଣରୁ ମୁକ୍ତି ଦେଇଥାଏ।

ପଇଡ଼ ପାଣି: ଏଥରୁ ଆଣ୍ଟିଅକ୍ସିଡେଟ୍ସ ମିଳିଥାଏ। ଏହାଦ୍ୱାରା ଶରୀରକୁ ଭିଟାମିନ ଯୋଗାବା ସହ ଶକ୍ତି ବୃଦ୍ଧିରେ ସହାୟକ ହୋଇଥାଏ।

ରାଜମା: ଏହା ଆମ ଶରୀର ବ୍ଲଡ୍ ସୁଗାର କମ୍‌ କରିଥାଏ। ଡାଏବେଟିସ୍‌ ଓ ରକ୍ତଚାପ ରୋଗରୁ ରକ୍ଷା କରିଥାଏ।

ପାଳଙ୍ଗ ସାଗ: ଏଥରୁ ପ୍ରୋଟିନ୍‌ ଓ ଭିଟାମିନ୍‌ ଡି’ ମିଳିଥାଏ। ସିକ୍ସ ପେକ୍‌ ବନାବାକୁ ଚାହୁଁଥିଲେ ସବୁଦିନ ପାଳଙ୍ଗ ସାଗ ଖାଆନ୍ତୁ। ଏହାସହ ଆଣ୍ଡୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

ଅଣ୍ଡା: ଏଥରୁ ଭିଟାମିନ୍ ଏ ଓ ଫସ୍‌ଫରସ୍‌ ମିଳିଥାଏ। ଅଣ୍ଡା ଖାଇଲେ ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ ଓ ଦାନ୍ତ ଶକ୍ତ ରହିଥାଏ।

ବାଜରା: ଏଥିରୁ ଫାଇବର, କାବ୍ରୋହାଇଡ୍ରେଡ୍‌ ଭରପୂର ମାତ୍ରାରେ ରହିଥାଏ। ଏହାକୁ ଖାଇଲେ ହଜମ ଶକ୍ତି ବଢିବା ସହ ଓଜନ କମ୍‌ ହୋଇଥାଏ।

 

 

 

Related story