ଜାଣନ୍ତୁ ବର୍ଷାଦିନେ କେଉଁ ଖାଦ୍ୟ ଉପରେ ଅଧିକ ଗୁରୁତ୍ୱ ଦେବେ ଆପଣ

ସାଧାରଣତଃ ବର୍ଷା ଋତୁରେ ଲୋକେ ଅଧିକ ରୋଗରେ ପଡ଼ିଥାନ୍ତି। ଏହି ଋତୁରେ ପବନରେ ଆଦ୍ରତା ଅଧିକ ରହିବା ସହ ତାପମାତ୍ରା ସାମାନ୍ୟ ରହୁଥିବା କାରଣରୁ ବ୍ୟାକ୍ଟେରିଆ ସହଜରେ ବୃଦ୍ଧି ପାଇଥାଏ। ଶରୀରର ପାଚନ ଓ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବାରୁ ସଂକ୍ରମଣ ଅଧିକ ହୋଇଥାଏ। ଏହି ଋତୁରେ ଡେଙ୍ଗୁ, ମ୍ୟାଲେରିଆ, ଝାଡ଼ା, ବାନ୍ତି, ଜ୍ୱର, କାଶ ଓ ଫ୍ଲୁ ପରି ସଂକ୍ରମଣ ରୋଗ ହେବାର ଆଶଙ୍କା ଅଧିକ। ସେହିପରି ଏହି ଋତୁରେ ଠିକ୍ ଭାବେ ଖାଦ୍ୟ […]

indian food

Rakesh Mallick
  • Published: Sunday, 13 August 2017
  • , Updated: 13 August 2017, 11:40 AM IST

ସାଧାରଣତଃ ବର୍ଷା ଋତୁରେ ଲୋକେ ଅଧିକ ରୋଗରେ ପଡ଼ିଥାନ୍ତି। ଏହି ଋତୁରେ ପବନରେ ଆଦ୍ରତା ଅଧିକ ରହିବା ସହ ତାପମାତ୍ରା ସାମାନ୍ୟ ରହୁଥିବା କାରଣରୁ ବ୍ୟାକ୍ଟେରିଆ ସହଜରେ ବୃଦ୍ଧି ପାଇଥାଏ। ଶରୀରର ପାଚନ ଓ ରୋଗ ପ୍ରତିରୋଧକ ଶକ୍ତି କମି ଯାଉଥିବାରୁ ସଂକ୍ରମଣ ଅଧିକ ହୋଇଥାଏ। ଏହି ଋତୁରେ ଡେଙ୍ଗୁ, ମ୍ୟାଲେରିଆ, ଝାଡ଼ା, ବାନ୍ତି, ଜ୍ୱର, କାଶ ଓ ଫ୍ଲୁ ପରି ସଂକ୍ରମଣ ରୋଗ ହେବାର ଆଶଙ୍କା ଅଧିକ। ସେହିପରି ଏହି ଋତୁରେ ଠିକ୍ ଭାବେ ଖାଦ୍ୟ ଗ୍ରହଣ ନ କଲେ ପେଟ ସମ୍ୱନ୍ଧୀୟ ରୋଗ ହେବାର ମଧ୍ୟ ଅଧିକ ସମ୍ଭାବନା ଥାଏ। ବିଶେଷଜ୍ଞଙ୍କ ମତରେ ଆପଣ ଦୈନନ୍ଦିନ ଖାଦ୍ୟପେୟରେ ପରିବର୍ତ୍ତନ କରି ଖାଦ୍ୟ ଗ୍ରହଣ କଲେ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ ସମସ୍ୟାରୁ ବର୍ତ୍ତି ପାରିବେ।

ଆସନ୍ତୁ ଜାଣିବା ବର୍ଷା ଦିନେ ଆପଣଙ୍କ ଖାଦ୍ୟ ଥାଳିରେ କ’ଣ ସବୁ ରହିବା ଉଚିତ।

  • ଏହି ଋତୁରେ ଖାଦ୍ୟରେ ରସୁଣ, ଗୋଲମରିଚ, ଅଦା, ହିଙ୍ଗୁ, ଜିରା ପାଉଡର୍‌, ହଳଦି ଓ ଧନିଆକୁ ସାମିଲ କରନ୍ତୁ। ଏହା ଆପଣଙ୍କ ପାଚନ ଓ ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରେ।
  • ବର୍ଷା ଦିନେ ପାଣି ଗରମ କରି ଥଣ୍ଡା ହେଲା ପରେ ଏହାକୁ ପିଅନ୍ତୁ। କାରଣ ପାଣିରେ ବିଭିନ୍ନ ଜୀବାଣୁ ରହିଥାନ୍ତି।
  • କମ୍‌ ଲୁଣ ପଡ଼ିଥିବା ଖାଦ୍ୟ ଗ୍ରହଣ କରନ୍ତୁ। ଅଧିକ ଲୁଣ ଥିବା ଖାଦ୍ୟ ଏହି ଋତୁରେ ଖାଆନ୍ତୁ ନାହିଁ । କାରଣ ଉଚ୍ଚ ରକ୍ତ ଚାପ ବଢ଼ିବାର ସମ୍ଭାବନା ଥାଏ।
  • ଯେଉଁମାନେ ମାଂସାହାରୀ ସେମାନେ ଏହି ଋତୁରେ କମ୍‌ ଆଞ୍ଚରେ ଭଲ ଭାବରେ ମାଂସ ପ୍ରସ୍ତୁତ କରି ହାଲ୍‌କା ଖାଆନ୍ତୁ। ଯଦି ମାଛ ଓ ଚିଙ୍ଗୁଡି ଖାଇବାକୁ ଚାହୁଁଛନ୍ତି ତେବେ ସାବଧାନତା ଅବଲମ୍ୱନ କରନ୍ତୁ। ଏହି ଦିନରେ ଅଧିକ ମାଛ ଓ ମାଂସ ଖାଇବାରୁ ଠାରୁ ଦୂରେଇ ରୁହନ୍ତୁ।
  • ଖାଦ୍ୟରେ ଗରମ ଡାଲି କିମ୍ୱା ସୁପ୍ ସାମିଲ କରନ୍ତୁ। ହଳଦି ଓ ଗୋଲମରିଚ ପରି ମସଲା ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ବ୍ୟବହାର କରନ୍ତୁ।
  • ଏହି ଋତୁରେ ସୁପ୍ ପିଇଲେ ଆରାମ ଲାଗିଥାଏ। ବିଭିନ୍ନ ସଂକ୍ରମଣ ବରୁଦ୍ଧରେ ଲଢ଼ିବାକୁ ସାହାଯ୍ୟ କରିଥାଏ।
  • କଞ୍ଚା ଫଳ ଓ ପନିପରିବା ଏହି ଋତୁରେ ଖାଆନ୍ତୁ ନାହିଁ। କାରଣ ଗ୍ୟାସ୍‌ ସମସ୍ୟା ଦେଖା ଦେଇଥାଏ।
  • ହଳଦିରେ ଆଣ୍ଟିବାଇଟ୍‌ ଥିବାରୁ ସଂକ୍ରମଣ ରୋଗରୁ ରକ୍ଷା କରିଥାଏ।

Related story