Advertisment

ଥଣ୍ଡାଜ୍ୱରର ଘରୋଇ ଉପଚାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଋତୁ ପରିବର୍ତ୍ତନ ହେଲେ ଥଣ୍ଡା, ଜ୍ୱର ଓ କାଶ ଆଦି ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି କମ୍‌ ହେଲେ ସଂକ୍ରମଣ  ସହଜରେ ହୋଇଥାଏ।  ଏସବୁରୁ ରକ୍ଷା ପାଇବା ପାଇଁ ଆମେ ମେଡିସିନ୍‌ର ସାହାଯ୍ୟ ନେଇଥାଉ। ତେବେ ବିନା ମେଡିସିନ୍‌ରେ କିଛି ଘରୋଇ ଉପଚାର ଜରିଆରେ ମଧ୍ୟ ଆପଣ ଥଣ୍ଡାଜ୍ୱରକୁ ଭଲ କରିପାରିବେ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ। ୧. ସୋରିଷ ତେଲ ଥଣ୍ଡାଜ୍ୱର ସମୟରେ ଶରୀରର ତାପମାତ୍ରା କମ୍‌ କରିବା ପାଇଁ ସୋରିଷ […]

author-image
Puspanjali Panda
ଥଣ୍ଡାଜ୍ୱରର ଘରୋଇ ଉପଚାର

p2

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଋତୁ ପରିବର୍ତ୍ତନ ହେଲେ ଥଣ୍ଡା, ଜ୍ୱର ଓ କାଶ ଆଦି ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି କମ୍‌ ହେଲେ ସଂକ୍ରମଣ  ସହଜରେ ହୋଇଥାଏ।  ଏସବୁରୁ ରକ୍ଷା ପାଇବା ପାଇଁ ଆମେ ମେଡିସିନ୍‌ର ସାହାଯ୍ୟ ନେଇଥାଉ। ତେବେ ବିନା ମେଡିସିନ୍‌ରେ କିଛି ଘରୋଇ ଉପଚାର ଜରିଆରେ ମଧ୍ୟ ଆପଣ ଥଣ୍ଡାଜ୍ୱରକୁ ଭଲ କରିପାରିବେ। ଆସନ୍ତୁ ଜାଣିବା ସେଗୁଡ଼ିକ କ’ଣ।

Advertisment

୧. ସୋରିଷ ତେଲ

publive-image

ଥଣ୍ଡାଜ୍ୱର ସମୟରେ ଶରୀରର ତାପମାତ୍ରା କମ୍‌ କରିବା ପାଇଁ ସୋରିଷ ତେଲ ଉପକାରୀ। ଦୁଇ ଚାମଚ ସୋରିଷ ତେଲରେ ରସୁଣ ଦୁଇ ଚାରିଟି ପକାଇ ଫୁଟାନ୍ତୁ। ଫୁଟିଯିବା ପରେ ଏହି ତେଲକୁ ହାତ ଓ ପାଦରେ ମାଲିସ କରନ୍ତୁ। ଏହାଦ୍ୱାରା ଥଣ୍ଡା କମିବା ସହିତ ଶରୀରର ତାପମାତ୍ରା କମ୍‌ ହେବ।

୨. ପିଆଜ

ପିଆଜ ତାପମାତ୍ରା କମ୍‌ କରିଥାଏ। ପ୍ରଥମେ ପିଆଜକୁ ଛୋଟ ଛୋଟ ଖଣ୍ଡରେ କାଟନ୍ତୁ। ଏହାପରେ ପାଦରେ ପିଆଜ ଖଣ୍ଡକୁ ଘଷନ୍ତୁ। ଦେଖିବେ ତାପମାତ୍ରା କମ୍‌ ହୋଇଯିବ।

Advertisment

୩. ଓଦା କପଡ଼ା

publive-image

ଗୋଟିଏ ସୂତା କପଡ଼ା ଆଣି ପାଣିରେ ଓଦା କରି ଚିପୁଡ଼ି ଦିଅନ୍ତୁ। ଏହାପରେ ଏହି କପଡ଼ାରେ ଶରୀରକୁ ପୋଛି ଦିଅନ୍ତୁ। ଏପରି କଲେ ଜ୍ୱର ସମୟରେ ଉଚ୍ଚ ତାପମାତ୍ରା ସଙ୍ଗେ ସଙ୍ଗେ କମ୍‌ ହୋଇଯିବ। ଡାକ୍ତରୀ ଭାଷାରେ ଏହାକୁ ସ୍ପଞ୍ଜିଂ କହିଥା’ନ୍ତି।

୪. ଅଦା

publive-image

ଅଦାରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଅଦା ପାଉଡର୍‌କୁ ଗରମ ପାଣିରେ ପକାଇ ଜ୍ୱର ହୋଇଥିବା ବ୍ୟକ୍ତିକୁ ଗାଧୋଇବାକୁ ଦିଅନ୍ତୁ। ଏପରି କଲେ ତାପମାତ୍ରା କମ୍‌ ହେବ ଏବଂ ଜ୍ୱର ଭଲ ହେବ।

୫. ଲେମ୍ୱୁ ଓ ମହୁ

ଲେମ୍ୱୁରେ ଭିଟାମିନ୍‌ ସି ରହିଛି, ଯାହା ସଂକ୍ରମଣ କମ୍‌ କରିଥାଏ। ସେହିପରି ମହୁରେ ଥିବା ପୋଷକତତ୍ତ୍ୱ ଶରୀରକୁ ମଜବୁତ୍ କରିଥାଏ। ତେଣୁ ଏକ ଚାମଚ ମହୁରେ ୧ ଚାମଚ ଲେମ୍ୱୁ ରସ ପକାଇ ଜ୍ୱର ହୋଇଥିବା ବ୍ୟକ୍ତିକୁ ଖାଇବାକୁ ଦିଅନ୍ତୁ।

୬. ତୁଳସୀ ପତ୍ର

publive-image

ତୁଳସୀ ପତ୍ରରେ ଥିବା ଆଣ୍ଟି-ବାୟୋଟିକ୍ ଗୁଣ ବ୍ୟାକ୍ଟେରିଆଠାରୁ ରକ୍ଷା କରିଥାଏ। ତେଣୁ ତୁଳସୀ ଚାହା କିମ୍ୱା କାଢ଼ା ପ୍ରସ୍ତୁତ କରି ସେଥିରେ ଅଧା ଚାମଚ ଲବଙ୍ଗ ପାଉଡର୍‌ ପକାନ୍ତୁ। ରୋଗୀକୁ ଏହି କାଢ଼ା ପିଇବାକୁ ଦେଲେ ଜ୍ୱର କମ୍‌ ହୋଇଥାଏ।

୭. ନଡ଼ିଆ ତେଲ

publive-image
ନଡ଼ିଆ ତେଲରେ ଜୀବାଣୁରୋଧି ଓ ଆଣ୍ଟିଭାଇରାଲ୍‌ ଗୁଣ ରହିଛି, ଯାହା ଜ୍ୱରର ଜୀବାଣୁଙ୍କ ସହିତ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ। ଆପଣ ଚାହିଁଲେ ରୋଗୀକୁ ନଡ଼ିଆ ତେଲ ଖାଇବାକୁ ଦେଇପାରିବେ। ନଡ଼ିଆ ତେଲରେ ତିଆରି ଖାଦ୍ୟ ସ୍ୱାସ୍ଥ୍ୟକର ହୋଇଥାଏ।