ଆସିଡିଟି ବା ଅଜୀର୍ଣ୍ଣ ହେଉଛି, କି? ଆପଣାନ୍ତୁ, ଏହି ସବୁ ଘରୋଇ ଉପଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅନିୟମିତ ଜୀବନଚର୍ଯ୍ୟା ଓ ଖାଦ୍ୟଶୈଳୀ ଯୋଗୁ ଅଧିକାଂଶ ଲୋକ ଏବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ୁଛନ୍ତି। ଏଭଳି ଏକ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଆସିଡିଟି। ଆସିଡିଟି ବା ଅଜୀର୍ଣ୍ଣ ସମସ୍ୟା ଦେଖାଦେଲେ, ସାଧାରଣତଃ ପେଟ ଓ ଛାତିରେ ଜଳାପୋଡ଼ା ସହ ବାରମ୍ବାର ଆମ୍ୱିଳା ହାକୁଟି ହୋଇଥାଏ। ଖାଇବା ପିଇବାରେ ଅନିୟମିତତା ସାଙ୍ଗକୁ ଅନୁଚିତ ଖାଦ୍ୟାଭ୍ୟାସ ଏହାର ପ୍ରମୁଖ କାରଣ। ଆସିଡିଟି ବା ଅଜୀର୍ଣ୍ଣରୁ ରକ୍ଷା ପାଇବା ପାଇଁ ବାରମ୍ବାର ଔଷଧ ଖାଇବା ଦ୍ୱାରା  ଅଧିକାଂଶଙ୍କ ଶରୀରରେ […]

helth

Chinmayee Roy
  • Published: Friday, 23 November 2018
  • , Updated: 23 November 2018, 08:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଅନିୟମିତ ଜୀବନଚର୍ଯ୍ୟା ଓ ଖାଦ୍ୟଶୈଳୀ ଯୋଗୁ ଅଧିକାଂଶ ଲୋକ ଏବେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ୁଛନ୍ତି। ଏଭଳି ଏକ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଆସିଡିଟି। ଆସିଡିଟି ବା ଅଜୀର୍ଣ୍ଣ ସମସ୍ୟା ଦେଖାଦେଲେ, ସାଧାରଣତଃ ପେଟ ଓ ଛାତିରେ ଜଳାପୋଡ଼ା ସହ ବାରମ୍ବାର ଆମ୍ୱିଳା ହାକୁଟି ହୋଇଥାଏ।

ଖାଇବା ପିଇବାରେ ଅନିୟମିତତା ସାଙ୍ଗକୁ ଅନୁଚିତ ଖାଦ୍ୟାଭ୍ୟାସ ଏହାର ପ୍ରମୁଖ କାରଣ। ଆସିଡିଟି ବା ଅଜୀର୍ଣ୍ଣରୁ ରକ୍ଷା ପାଇବା ପାଇଁ ବାରମ୍ବାର ଔଷଧ ଖାଇବା ଦ୍ୱାରା  ଅଧିକାଂଶଙ୍କ ଶରୀରରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ଦେଖାଯାଏ, ଯାହା ସ୍ୱାସ୍ଥ୍ୟାବସ୍ଥାକୁ ଜଟିଳ କରି ଦିଏ।

ତେଣୁ ଆଜି ଆମେ ଆପଣଙ୍କୁ ଆସିଡିଟି ବା ଅଜୀର୍ଣ୍ଣରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ସମ୍ପର୍କରେ କହିବୁ।

୧. ବାରମ୍ବାର ଏସିଡିଟିର ଶିକାର ହେଉଥିବା ବ୍ୟକ୍ତି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ଖାଇବା ସହିତ ନିଜ ଖାଦ୍ୟାଭାସରେ ପରିବର୍ତ୍ତନ କରିବା ଜରୁରୀ। ଖାଇବା ପିଇବାର ଏକ ନିର୍ଦ୍ଦିଷ୍ଟ ସମୟ ନିର୍ଦ୍ଧାରଣ କରିବା ନିହାତି ଆବଶ୍ୟକ।

୨. ଦିନରେ ଯଥେଷ୍ଟ ପାଣି ପିଇବା ଉଚିତ୍‌। ଦିନକୁ ଅନ୍ତତଃ ପକ୍ଷେ ୮ ରୁ ୯ ଗ୍ଲାସ୍‌ ପାଣି ପିଇବା ଆବଶ୍ୟକ।

୩. ଅତ୍ୟଧିକ ତେଲ ଓ ମସଲାଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ।୪. ମଦ, ବିଡ଼ି ଓ ସିଗାରେଟ୍‌ ପରି ନିଶାଦ୍ରବ୍ୟରୁ ଦୂରେଇ ରହିବା ନିହାତି ଆବଶ୍ୟକ।

୫. ତଟକା ଫଳ ଖାଆନ୍ତୁ। ପ୍ରଚୂର ମାତ୍ରାରେ ଜଳୀୟ ଅଂଶ ଥିବା କାକୁଡ଼ି ଓ ତରଭୁଜ ଖାଇବା ଖୁବ୍‌ ଭଲ। କିନ୍ତୁ କମଳା ଓ କୋଳି ପରି ଖଟା ଫଳ ଖାଆନ୍ତୁ ନାହିଁ।

ଆସିଡିଟି ହୋଇଗଲେ, କ’ଣ କରିବେ ?

୧. ଥଣ୍ଡା କ୍ଷୀର ଆସିଡିଟି ସମସ୍ୟା ଦୂର କରିଥାଏ। ଆସିଡିଟି ହେଲେ ପେଟରେ ହେଉଥିବା ଜଳାପୋଡ଼ା ଏହି ଥଣ୍ଡା କ୍ଷୀର ପିଇବା ଦ୍ୱାରା କମିଯାଏ।

୨. ଯଦି ଆପଣଙ୍କର ଅଜୀର୍ଣ୍ଣ ହୋଇଛି, ତେବେ ଛୋଟ ଅଦାକୁ ଛେଚି ସେଥିରେ କିଛି ଲୁଣ ଦେଇ ଚୋବାଇ ଖାଆନ୍ତୁ, ଭଲ ହୋଇଯିବ।

୩. ବଦହଜମୀ ହୋଇଥିଲେ, ଗୋଟେ ଚାମଚ ବେକିଂ ସୋଡ଼ାକୁ ଅଧ ଗ୍ଲାସ ପାଣିରେ ଗୋଳାଇ ପିଅନ୍ତୁ। ଦେଖିବେ, ଏହା ତୁରନ୍ତ ହଜମ କରାଇବାରେ ସାହାଯ୍ୟ କରିବ।

୪. ଯଦି ଆପଣଙ୍କର ନିୟମିତ ଅଜୀର୍ଣ୍ଣ ହେଉଛି, ତେବେ ଖାଇବା ପରେ ଦୁଇ ଚାମଚ ଲେମ୍ବୁ ରସ, ଅଦା ରସ ଓ ମହୁକୁ ଏକ ଗ୍ଲାସ୍ ଉଷୁମ ପାଣିରେ ଗୋଳାଇ ପିଅନ୍ତୁ।

୫. ଏକ ଚାମଚ ଧନିଆ ଗୁଣ୍ଡ ଏକ ଗ୍ଲାସ ବଟର୍‌ ମିଲକ୍‌ରେ ଗୋଳାଇ ପିଇଲେ, ତୁରନ୍ତ ବଦହଜମୀ ସମସ୍ୟା ଦୂର ହୋଇଥାଏ।

Related story