ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶରୀରର ପାଚନ ତନ୍ତ୍ରରେ ଯଦି କିଛି ସମସ୍ୟା ସୃଷ୍ଟି ହୁଏ, ତେବେ ଡାଇରିଆ ପରି ରୋଗ ହୋଇଥାଏ। ଏହା ସାଧାରଣତଃ ସେତେବେଳେ ହୁଏ, ଯେତେବଳେ ଆମେ ଲଗାତର ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ବା ବାହାରର ପାଷ୍ଟ ଫୁଡ୍ ଖାଇଥାଉ। କେବଳ ଏତିକି ନୁହେଁ, ଏହା ଅତ୍ୟଧିକ ଥଣ୍ଡା ବା ପେଟ ଗରମ ହେଲେ ମଧ୍ୟ ଶରୀର ଡାଇରିଆରେ ଆକ୍ରାନ୍ତ ହୁଏ। ଡାଇରିଆ ଆକ୍ରାନ୍ତ ହେଲେ ଶରୀରରେ ପାଣିର ଅଭାବ ଦେଖାଦିଏ ଓ ଶରୀର ଦୁର୍ବଳ ହୋଇଯାଏ। ତେବେ ଚାଲନ୍ତୁ ଆଜି ଆମେ ଏହାର ଘରୋଇ ଉପଚାରଗୁଡ଼ିକ ସମ୍ପର୍କରେ ଜାଣିବା।
୨. ଏକ ଚାମଚ ଅଦା ରସ ସହ ଏକ ଚାମଚ ଲେମ୍ବୁ ରସ ମିଶାଇ ପିଇଲେ ଡାଇରିଆରୁ ମୁକ୍ତି ମିଳେ। ଆପଣ ପାଟିରେ ଆଦା ଜାକିଲେ ବା ଅଦା ଚା' ପିଇଲେ ମଧ୍ୟ ଲାଭ ମିଳିବ।
୩. ପେଟ ଖରାପ ଥିବା ସମୟରେ ସାଗୁ, ଚୁଡ଼ା କଦଳୀ, ଖେଚୁଡ଼ି ଓ ବିନା ମସଲାଯୁକ୍ତ ଖାଦ୍ୟ ଖାଇବା ଉଚିତ୍।
୪. କଞ୍ଚା କ୍ଷୀରରେ ଫାଳେ ଲେମ୍ବୁର ରସ ଚିପୁଡ଼ିଲେ କ୍ଷୀର ଛିଡ଼ିଯାଏ। ଏହାକୁ ପିଇଲେ ତୁରନ୍ତ ଆରାମ ଲାଗେ ଓ ଡାଇରିଆରୁ ମୁକ୍ତି ମିଳେ।
୬. ଭୃଶଙ୍ଗ ପତ୍ରରେ ଥିବା କାର୍ଗୋଜଲ୍ ଓ ଆଣ୍ଟିବ୍ୟାକ୍ଟରିଆଲ୍ସ୍ ପତଳା ଝାଡ଼ା ଏବଂ ପେଟର ବିଭିନ୍ନ ସମସ୍ୟା ଦୂର କରେ। ଏହି ପତ୍ରକୁ ବାଟି ଦହି ପାଣିରେ ମିଶାଇ ଦିନକୁ ଦୁଇରୁ ତିନି ଥର ପିଅନ୍ତୁ, ଡାଇରିଆରୁ ଅବଶ୍ୟ ଉପଶମ ପାଇବେ।
୮. ଆତ ଖାଇବା ଦ୍ୱାରା ମଧ୍ୟ ଡାଇରିଆ ସମସ୍ୟା ଦୂର ହୁଏ। ଏହା ବ୍ୟତୀତ ଆତରେ ଥିବା କପର୍ ଓ ଫାଇବର୍ ହଜମ ପ୍ରକ୍ରିୟା ପାଇଁ ଖୁବ୍ ଉପକାରୀ।
୯. ଥଣ୍ଡାପାନୀୟ ବଦଳରେ ଦହିରେ ଗୋଲମରିଚ ମିଶାଇ ନିୟମିତ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପାଚନ କ୍ରିୟା ଠିକ୍ ରହିବ।