ଦିନରେ କୋତେଟି ରୁଟି ଖାଇବେ, ଜାଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରର ଓଜନ ବୃଦ୍ଧି ହେଲେ ସାଧାରଣତଃ ଆପଣ ଓଜନ ହ୍ରାସ କରିବାକୁ ଚିନ୍ତା କରିଥା’ନ୍ତି। ଏଥିପାଇଁ ଆପଣ ନିଜ ଦୈନନ୍ଦିନ ଖାଦ୍ୟରେ କାର୍ବୋହାଇଡ୍ରେଟ୍‌ସ୍‌ର ମାତ୍ରା କମାଇଥା’ନ୍ତି। କାରଣ କାର୍ବୋହାଇଡ୍ରେଟ୍‌ସ୍‌ର ମାତ୍ରା ଅଧିକ ହେଲେ, ଶରୀରର ଓଜନ ବୃଦ୍ଧି ପାଇଥାଏ। ରୁଟିରେ କାର୍ବୋହାଇଡ୍ରେଟ୍‌ସ୍‌ର ମାତ୍ରା କମ୍‌ ଥାଏ। ଏଥିପାଇଁ ଅଧିକାଂଶ ଲୋକ ଓଜନ ହ୍ରାସ ପାଇଁ ରୁଟି ଖାଇବା ଆରମ୍ଭ କରନ୍ତି। କିନ୍ତୁ ଆପଣ ଜାଣିବା ଆବଶ୍ୟକ ଯେ, ଜଣେ ବ୍ୟକ୍ତି ଦିନରେ କେତୋଟି […]

roti34

Puspanjali Panda
  • Published: Saturday, 12 January 2019
  • , Updated: 12 January 2019, 10:18 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶରୀରର ଓଜନ ବୃଦ୍ଧି ହେଲେ ସାଧାରଣତଃ ଆପଣ ଓଜନ ହ୍ରାସ କରିବାକୁ ଚିନ୍ତା କରିଥା'ନ୍ତି। ଏଥିପାଇଁ ଆପଣ ନିଜ ଦୈନନ୍ଦିନ ଖାଦ୍ୟରେ କାର୍ବୋହାଇଡ୍ରେଟ୍‌ସ୍‌ର ମାତ୍ରା କମାଇଥା'ନ୍ତି। କାରଣ କାର୍ବୋହାଇଡ୍ରେଟ୍‌ସ୍‌ର ମାତ୍ରା ଅଧିକ ହେଲେ, ଶରୀରର ଓଜନ ବୃଦ୍ଧି ପାଇଥାଏ।

ରୁଟିରେ କାର୍ବୋହାଇଡ୍ରେଟ୍‌ସ୍‌ର ମାତ୍ରା କମ୍‌ ଥାଏ। ଏଥିପାଇଁ ଅଧିକାଂଶ ଲୋକ ଓଜନ ହ୍ରାସ ପାଇଁ ରୁଟି ଖାଇବା ଆରମ୍ଭ କରନ୍ତି। କିନ୍ତୁ ଆପଣ ଜାଣିବା ଆବଶ୍ୟକ ଯେ, ଜଣେ ବ୍ୟକ୍ତି ଦିନରେ କେତୋଟି ରୁଟି ଖାଇବା ଉଚିତ୍‌। ଏବେ ଆସନ୍ତୁ ଜାଣିବା, ଆପଣ ପ୍ରତିଦିନ କେତୋଟି ରୁଟି ଓ କେତେବେଳେ ଖଇବା ଆବଶ୍ୟକ।

୧. ରୁଟିରେ କେବଳ କାର୍ବୋହାଇଡ୍ରେଟ୍‌ସ୍‌ ନାହିଁ, ଏଥିରେ ପ୍ରୋଟିନ୍ ଓ ଫାଇବର୍‌ ମଧ୍ୟ ରହିଛି। ଏହା ଏପରି ଦୁଇଟି ପୋଷକତତ୍ତ୍ୱ, ଯାହା ଶରୀର ପାଇଁ ଖୁବ୍ ଜରୁରୀ। ଗୋଟିଏ ୬ ଇଞ୍ଚର ରୁଟିରେ ୧୫ ଗ୍ରାମ୍ କାର୍ବୋହାଇଡ୍ରେଟ୍‌ସ୍‌, ୩ ଗ୍ରାମ୍ ପ୍ରୋଟିନ୍ ଏବଂ ୦.୪ ଗ୍ରାମ୍ ଫାଇବର୍‌ ରହିଛି।

୨. ଯଦି ଆପଣ ଓଜନ ହ୍ରାସ ପାଇଁ ଡାଏଟିଂ କରୁଛନ୍ତି, ତେବେ ଦିନରେ କେତେ ପରିମାଣର କାର୍ବୋହାଇଡ୍ରେଟ୍‌ସ୍‌ ଗ୍ରହଣ କରିବେ, ତାହା ଜାଣିବା ନିହାତି ଦରକାର। ଯଦି ଆପଣ ଗୋଟିଏ ଦିନରେ ୨୫୦ ଗ୍ରାମ୍ କାର୍ବୋହାଇଡ୍ରେଟ୍‌ସ୍‌ ଗ୍ରହଣ କରିବାକୁ ଚାହୁଛନ୍ତି, ତେବେ ଆପଣ କେବଳ ରୁଟିରୁ ୭୫ ଗ୍ରାମ୍ କାର୍ବୋହାଇଡ୍ରେଟ୍‌ସ୍‌ ଗ୍ରହଣ କରିପାରିବେ। ଅର୍ଥାତ୍‌ ଆପଣ ଦୈନିକ ୫ଟି ରୁଟି ଖାଇପାରିବେ। ମନେରଖନ୍ତୁ ଚିନି, କ୍ଷୀର ଏବଂ ସୋଡ଼ାରୁ ମଧ୍ୟ ଶରୀରକୁ କାର୍ବୋହାଇଡ୍ରେଟ୍‌ସ୍‌ ମିଳିଥାଏ।

୩. ବିଶେଷଜ୍ଞଙ୍କ ମତରେ ଓଜନ ହ୍ରାସ ପାଇଁ ଆପଣ ରୁଟି ଯଥାସମ୍ଭବ ଦିନରେ ଖାଇବା ଉଚିତ୍‌।  ମଧ୍ୟାହ୍ନ ଭୋଜନ କିମ୍ବା ଅପରାହ୍ନ ୪ଟା ଭିତରେ ରୁଟି ଖାଇବା ଉଚିତ। ସନ୍ଧ୍ୟା ପରେ ଆପଣ କମ୍ ପରିମାଣର କାର୍ବୋହାଇଡ୍ରେଟ୍‌ସ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ।

୪. ତେବେ ମୋଟାମୋଟି ଦେଖିବାକୁ ଗଲେ, ସମସ୍ତଙ୍କ ପାଇଁ ଗୋଟିଏ ପ୍ରକାରର ନିୟମ ଲାଗୁ ହୋଇ ନ ଥାଏ। ଆପଣଙ୍କ ପାଇଁ ଗୋଟିଏ ଦିନରେ କେତୋଟି ରୁଟି ଖାଇବା ଉଚିତ, ତାହା ଆପଣଙ୍କ ଶରୀରକୁ କେତେ ମାତ୍ରାରେ କାର୍ବୋହାଇଡ୍ରେଟ୍‌ସ୍‌ ଦରକାର, ତାହା ଉପରେ ନିର୍ଭର କରେ। ତେଣୁ ଏ ସମ୍ପର୍କରେ ପ୍ରଥମେ ବିଶେଷଜ୍ଞଙ୍କ ସହ ପରାମର୍ଶ କରନ୍ତୁ।

Related story