ଯେତେ ରୋଜଗାର କଲେ ବି ପାଖରେ ଟଙ୍କା ରହୁନାହିଁ। ଆର୍ଥିକ ପୀଡ଼ାରେ ଆପଣ ସର୍ବଦା ଚିନ୍ତିତ କିମ୍ବା ଦୁଃଖିତ ରହୁଛନ୍ତି । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କିଛି ଛୋଟ ଛୋଟ ନିୟମ ରହିଛି ଯାହାକୁ ଆପଣେଇଲେ ଏହି ସମସ୍ୟାର ସମାଧାନ କରିପାରିବେ ।
୧- ଆପଣ ପର୍ସରେ ଏକ ଛୋଟ ଦର୍ପଣ କିମ୍ବା ଆଇନା ଲଗାଇଦିଅନ୍ତୁ ଯେପରି ପର୍ସରେ ରଖିଥିବା ଟଙ୍କାର ଛାଇ ଆଇନା ଉପରେ ପଡୁଥିବ ।
୨- ଗରମ ଓ ଥଣ୍ଡା ଜାତୀୟ ବସ୍ତୁକୁ ଏକାଠି ରଖନ୍ତୁ ନାହିଁ । ଫ୍ରିଜ୍ ଉପରେ ମାଇକ୍ରାୱେଭ ,ଓଭନ କିମ୍ବା ଟୋଷ୍ଟର କୁ ରଖନ୍ତୁ ନାହିଁ ।
୩-ଟିଭିକୁ ଡାଇନିଂ ରୁମ୍ରେ ରଖନ୍ତୁ ନାହିଁ ।
୪-ବେଡ ତଳେ କିଛି ରଖନ୍ତୁ ନାହିଁ । ଅନାବଶ୍ୟକ ସାମଗ୍ରୀ ପଲଙ୍କ ତଳୁ ବାହାର କରିଦିଅନ୍ତୁ ।
୫-ଘରକୁ ସଫା ସୁତୁରା ରଖନ୍ତୁ । ଏପରି କଲେ ଆପଣଙ୍କ ମନ ଖୁସି ରହିବ ଏବଂ ଘରେ ସୁଖ ଶାନ୍ତି ବଜାୟ ରହିଥାଏ ।