ଦୀପାବଳିରେ ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ ଏହିସବୁ ଜିନିଷ, ମିଳିପାରେ ଶୁଭଫଳ

ବାସ୍ତୁଶାସ୍ତ୍ର ଅନୁଯାୟୀ ଆମ ଘର ଓ ଦୋକାନର ମୁଖ୍ୟ ଦ୍ୱାର ସଜାଇବା ପାଇଁ ନିର୍ଦ୍ଦିଷ୍ଟ ବିଧି ରହିଛି। ବିଶେଷ କରି ଦୀପାବଳିରେ ଆମେ ମାଆ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଘର ଭିତର ଓ ମୁଖ୍ୟଦ୍ୱାର ସଫାସଫି କରି ଭଲ ଭାବରେ ସଜାଇଥାଉ। କାରଣ ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ଏହି ଦିନ ମାଆ ଲକ୍ଷ୍ମୀ ଘରକୁ ଆସିଥାନ୍ତି। ତେଣୁ ବାସ୍ତୁ ଓ ଶାସ୍ତ୍ରରେ ବିଶ୍ୱାସ କରୁଥିବା ଲୋକମାନେ ମାଆ ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ସବୁ ପ୍ରକାର […]

Diwali-in-Guyana

Rakesh Mallick
  • Published: Tuesday, 17 October 2017
  • , Updated: 18 October 2017, 03:31 PM IST

ବାସ୍ତୁଶାସ୍ତ୍ର ଅନୁଯାୟୀ ଆମ ଘର ଓ ଦୋକାନର ମୁଖ୍ୟ ଦ୍ୱାର ସଜାଇବା ପାଇଁ ନିର୍ଦ୍ଦିଷ୍ଟ ବିଧି ରହିଛି। ବିଶେଷ କରି ଦୀପାବଳିରେ ଆମେ ମାଆ ଲକ୍ଷ୍ମୀଙ୍କୁ ଖୁସି କରିବା ପାଇଁ ଘର ଭିତର ଓ ମୁଖ୍ୟଦ୍ୱାର ସଫାସଫି କରି ଭଲ ଭାବରେ ସଜାଇଥାଉ। କାରଣ ହିନ୍ଦୁ ଧର୍ମରେ ବିଶ୍ୱାସ ରହିଛି, ଏହି ଦିନ ମାଆ ଲକ୍ଷ୍ମୀ ଘରକୁ ଆସିଥାନ୍ତି। ତେଣୁ ବାସ୍ତୁ ଓ ଶାସ୍ତ୍ରରେ ବିଶ୍ୱାସ କରୁଥିବା ଲୋକମାନେ ମାଆ ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ସବୁ ପ୍ରକାର ଯତ୍ନ ନେଇଥାନ୍ତି। ଏହି କ୍ରମରେ ଆସନ୍ତୁ ଜାଣିବା, କିପରି ଭାବରେ ଘର ସଜାଇଲେ ଧନସଂପତ୍ତି ବଢ଼ିବା ସହ ଘରକୁ ସକରାତ୍ମକ ଶକ୍ତି ପ୍ରବେଶ କରିବେ। ଏଥିସହ ମାଆ ଲକ୍ଷ୍ମୀଙ୍କର କୃପା ସବୁବେଳେ ଆପଣଙ୍କ ଉପରେ ରହିବ। ଶାସ୍ତ୍ର ଅନୁଯାୟୀ ଆସନ୍ତୁ ଜାଣିବା କିଛି ଉପାୟ।

  1. . ଧନତେରସ ଓ ଦୀପାବଳିରେ ଘରର ମୁଖ୍ୟ ଦ୍ୱାରରେ କୌଣସି ପାତ୍ରରେ ପାଣି ଭରି ସେଥିରେ ଏକ ଫୁଲ ପକାଇ ରଖନ୍ତୁ। ଏହି ପାତ୍ରକୁ ମୁଖ୍ୟ ଦ୍ୱାରର ପୂର୍ବ କିମ୍ବା ଉତ୍ତର ଦିଗରେ ରଖନ୍ତୁ। ଏପରି କରିବା ଦ୍ୱାରା ଘରର ମୁଖିଆଙ୍କୁ ଶୁଭଫଳ ମିଳିବା ସହ ଘରେ କୌଣସି ପ୍ରକାରର ଅଭାବ ଦେଖା ଦେଇନଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି।
  2.  ଘରର ମୁଖ୍ୟ ଦ୍ୱାରରେ ଓଁ କିମ୍ବା ଶୁଭଲାଭ ଚିହ୍ନ ବନାନ୍ତୁ। ଧ୍ୟାନ ରଖନ୍ତୁ ଯେପରି ଏହି ଚିହ୍ନ ମୁଖ୍ୟ ଦ୍ୱାରର ଉତ୍ତର କିମ୍ବା ପୂର୍ବ ଦିଗରେ ହିଁ ରହୁଥିବା ଦରକାର। ଏପରି କଲେ କୌଣସି ପ୍ରକାରର ରୋଗ ଘରେ ଅଧିକ ଦିନ ରହେନାହିଁ ବୋଲି ବିଶ୍ୱାସ ରହିଛି।
  3.  ମୁଖ୍ୟ ଦ୍ୱାରରେ ମାଆ ଲକ୍ଷ୍ମୀଙ୍କର ଏପରି ଏକ ଫଟୋ ଲଗାନ୍ତୁ ଯେଉଁଥିରେ ସେ ପଦ୍ମ ଉପରେ ବିରାଜମାନ କରିଥିବେ। ଏପରି କଲେ ଶୁଭଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ।
  4.  ଦୀପାବଳି ପୂର୍ବରୁ ଘରର ମୁଖ୍ୟ ଦ୍ୱାରରେ ରଙ୍ଗ ବେରଙ୍ଗର ତୋରଣ ଲଗାନ୍ତୁ। ଏହି ତୋରଣ ଯଦି ଆମ୍ବ, ଅଶୋକ ବା ଅଶ୍ୱତ୍ଥ ଗଛର ଡାଳପତ୍ରରେ ତିଆରି ହୋଇଥିବ ତେବେ ଅନେକ ଶୁଭଫଳ ପ୍ରଦାନ କରେ। ଏହା ଦ୍ୱାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରନ୍ତି ନାହିଁ ବୋଲି ବିଶ୍ୱାସ କରାଯାଏ।

Related story