Advertisment

ବ୍ରୋଙ୍କାଇଟିସ୍‌ ସମସ୍ୟା ଥିଲେ ପ୍ରଥମେ ଶରୀରକୁ କଫ ମୁକ୍ତ କରନ୍ତୁ

ଭୁବନେଶ୍ୱର: ବ୍ରୋଙ୍କାଇଟିସ୍‌ ସମସ୍ୟା ଥିଲେ ସବୁବେଳେ କଫ, ଥଣ୍ଡା ଲାଗି ରୁହେ। ଏହି ରୋଗରେ କଫକୁ ଦୂର କରିବା ହେଉଛି ପ୍ରଥମ ଆବଶ୍ୟକତା। ତେବେ କଫ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ ଘରୋଇ ଚିକିତ୍ସାର ପ୍ରୟୋଗ ନିହାତି କରନ୍ତୁ। କେଉଁ ପ୍ରକାର ଘରୋଇ ଚିକିତ୍ସାର ପ୍ରୟୋଗ କଲେ ଆମେ କଫ ସମସ୍ୟାକୁ ଦୂର କରିବା ସହ ବ୍ରୋଙ୍କାଇଟିସ୍‌ ରୋଗର ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବା ଜାଣନ୍ତୁ ସେ ସଂପର୍କରେ କିଛି ଟିପ୍ସ। […]

ଅଦ୍ୟତନ ହୋଇଛି
ବ୍ରୋଙ୍କାଇଟିସ୍‌ ସମସ୍ୟା ଥିଲେ ପ୍ରଥମେ ଶରୀରକୁ କଫ ମୁକ୍ତ କରନ୍ତୁ

cold-caugh

Advertisment

ଭୁବନେଶ୍ୱର: ବ୍ରୋଙ୍କାଇଟିସ୍‌ ସମସ୍ୟା ଥିଲେ ସବୁବେଳେ କଫ, ଥଣ୍ଡା ଲାଗି ରୁହେ। ଏହି ରୋଗରେ କଫକୁ ଦୂର କରିବା ହେଉଛି ପ୍ରଥମ ଆବଶ୍ୟକତା। ତେବେ କଫ ସମସ୍ୟା ଦୂର କରିବା ପାଇଁ ଡାକ୍ତରଙ୍କ ନିକଟକୁ ଯିବା ପୂର୍ବରୁ ଘରୋଇ ଚିକିତ୍ସାର ପ୍ରୟୋଗ ନିହାତି କରନ୍ତୁ। କେଉଁ ପ୍ରକାର ଘରୋଇ ଚିକିତ୍ସାର ପ୍ରୟୋଗ କଲେ ଆମେ କଫ ସମସ୍ୟାକୁ ଦୂର କରିବା ସହ ବ୍ରୋଙ୍କାଇଟିସ୍‌ ରୋଗର ଯନ୍ତ୍ରଣାରୁ ମୁକ୍ତି ପାଇ ପାରିବା ଜାଣନ୍ତୁ ସେ ସଂପର୍କରେ କିଛି ଟିପ୍ସ।

Advertisment

କ୍ଷୀରରେ ହଳଦୀ: ଏକ କପ କ୍ଷୀରରେ ଏକ ଚାମଚ ହଳଦୀ ଗୁଣ୍ଡ ଫୁଟାଇ ଦିନକୁ ୩ଥର ପିଅନ୍ତୁ। ଯଦି ଆପଣଙ୍କୁ ଗ୍ୟାଷ୍ଟ୍ରିକ୍‌, ଗଲବ୍ଲାଡର ଷ୍ଟୋନ୍‌ କିମ୍ବା ଜଣ୍ଡିସ୍‌ ସମସ୍ୟା ଥାଏ ତେବେ ଏହି ଉପଚାର ଆପଣାଇବେ ନାହିଁ।

ବଡ଼ ଦାନା ଲୁଣ: ଗାଧୋଇବା ବେଳେ ଗୋଟେ କୁଣ୍ଡ ଉଷୁମ ପାଣିରେ ଏକ ଗ୍ଲାସ୍‌ ବଡ଼ ଦାନା ଲୁଣ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ପରେ ଏହି ପାଣିରେ ପ୍ରତିଦନି ଗାଧାନ୍ତୁ।

Advertisment

ପିଆଜ ରସ: ସକାଳ ଜଳଖିଆ ପୂର୍ବରୁ ଏକ ଚାମଚ ପିଆଜ ରସ ନିତିଦିନ ପିଅନ୍ତୁ। ନାକରୁ ପାଣି ବାହାରିବା ସମସ୍ୟା ଦୂର କରେ।

ଷ୍ଟିମ୍‌ ଥେରାପି: କିଛି ପାଣି ଫୁଟାଇ ସେଥିରେ ୟୁକାଲିପଟାସ ତେଲରୁ କିଛି ବୁନ୍ଦା ପକାନ୍ତୁ। ମୁଣ୍ଡରେ କପଡ଼ା ଘୋଡ଼ାଇ ଏହାର ଷ୍ଟିମ୍‌କୁ କିଛି ସମୟ ନିଅନ୍ତୁ। ଏହାକୁ ଷ୍ଟିମ୍‌ ଥେରାପି କୁହାଯାଏ। ୟୁକାଲି ପଟାସ ହେଉଛି ଏକ ଆଣ୍ଟିବ୍ୟାକ୍‌ଟେରିଆଲ। ଏହି ଥେରାପି ନେବା ଦ୍ୱାରା ଥଣ୍ଡାରୁ ହେଉଥିବା ନାକ ଜାମ ସମସ୍ୟା ବି ଦୂର ହୁଏ।

କ୍ଷୀର, ଅଦା ଓ ଲବଙ୍ଗ: କ୍ଷୀରରେ ଅଦା ଓ ଲବଙ୍ଗ ଫୁଟାଇ ଏହାକୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ। ଏହି ମିଶ୍ରଣରେ ଆଣ୍ଟିବାୟୋଟିକ୍‌ ଏବଂ ଆଣ୍ଟିଭାଇରାଲ ଏଜେଣ୍ଟ ରହିଛି।

ଡାଲଚିନି, ଅଦା ଓ ଲବଙ୍ଗ: ଗୋଟେ ଡାଲଚିନି ସହ, କିଛି ଅଦା ଗୁଣ୍ଡ ଓ ଦୁଇଟି ଲବଙ୍ଗ ଉଷୁମ୍ ପାଣିରେ ମିଶାଇ ସକାଳେ ତିନିରୁ ଚାରି ଦିନ ପିଅନ୍ତୁ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe