ଆସିଗଲା ଖରାଦିନ। ଅତ୍ୟଧିକ ସୂର୍ଯ୍ୟ କିରଣ ସହି ପାରୁ ନ ଥିବା ଲୋକଙ୍କ ପାଇଁ ଏବେ ସତର୍କ ରହିବାର ସମୟ। ଖରାଦିନେ ଲୋକେ ସାଧାରଣତଃ ସନଷ୍ଟ୍ରୋକ ପରି ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହେଲେ ଏହି ସନ ପଏଜନିଂ କ'ଣ? ପ୍ରକୃତରେ ସୂର୍ଯ୍ୟ କିରଣ ଦ୍ଵାରା ଆମ ଦେହରେ କୌଣସି ବିଷାକ୍ତୀକରଣ ପ୍ରକ୍ରିୟା ସୃଷ୍ଟି ହୋଇ ନଥାଏ। ସୂର୍ଯ୍ୟକିରଣ ଦ୍ଵାରା ଆମ ତ୍ୱଚାରେ ହେଉଥିବା ଅତ୍ୟଧିକ କ୍ଷତି (ସନ୍ ବର୍ଣ୍ଣ)କୁ ସନ୍ ପଏଜନିଂ କୁହାଯାଏ।
ସୂର୍ଯ୍ୟର ଅତିବାଇଗଣି ରଶ୍ମି ଯୋଗୁ ଏହି ସନ୍ ପଏଜନିଂ ହୋଇଥାଏ । ଅତିବେଶିରେ ପନ୍ଦର ମିନିଟ୍ ଖରାରେ ରହିଲେ ଆପଣଙ୍କୁ ସନ୍ ପଏଜନିଂ ହେବାର ଆଶଙ୍କା ରହିଥାଏ। ଏହାଦ୍ୱାରା ଆମର ଚର୍ମ କ୍ଷତିଗ୍ରସ୍ତ ହୋଇଥାଏ। କେବେ କେବେ ଏହା ସଙ୍ଗେ ସଙ୍ଗେ ଜଣା ପଡ଼ିଯାଉଥିବା ବେଳେ ଆଉ କେତେକ ସ୍ଥଳରେ ଏହା ବିଳମ୍ବରେ ଜଣା ପଡ଼ିଥାଏ।
ଅଧିକ ସମୟ ଆମେ ଖରାରେ ରହିଲେ ଚର୍ମ ନାଲି ପଡ଼ିବା, ଚର୍ମରେ ଜ୍ଵଳନ ହେବା ଆଦି ଲକ୍ଷଣ ଦେଖା ଦେଇଥାଏ। ଯଦି ଆପଣଙ୍କ ଚର୍ମ ପତଳା ହୋଇଥାଏ, ତେବେ ଆପଣ ବେଶି ସତର୍କ ରହିବା ଜରୁରି । କାରଣ ଆପଣ ଶୀଘ୍ର ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି।
ପ୍ରତିକାର:
୧) ସନବର୍ଣ୍ଣ କିମ୍ବା ସନ୍ ପଏଜନିଂ ହୋଇଥିଲେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ। ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହୋଇଥିଲେ ଅଧିକ ସମୟ ଖରାରେ ରୁହନ୍ତୁ ନାହିଁ। ଥଣ୍ଡା ପାଣିରେ ଗାଧାନ୍ତୁ।
୨) ପର୍ଯ୍ୟାପ୍ତ ପରିମାଣର ତରଳ ଖାଦ୍ୟ କିମ୍ବା ଜୁସ୍ ପିଅନ୍ତୁ।
୪) ଖରାରେ ବାହାରକୁ ଯିବା ପୂର୍ବରୁ ସନସ୍କ୍ରିନ୍ ଲୋଶନ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ। ଏହି ଲୋଶନ ୟୁଭିଏ ଏବଂ ୟୁଭିବି ପ୍ରୋଟେକ୍ଟଡ୍ ହୋଇଥିବା ଆବଶ୍ୟକ। ବାହାରକୁ ଯିବାର ପନ୍ଦରରୁ ତିରିଶ ମିନିଟ୍ ପୂର୍ବରୁ ଏହି ଲୋଶନ ବ୍ୟବହାର କରନ୍ତୁ। ଆବଶ୍ୟକସ୍ଥଳେ ଦୁଇଘଣ୍ଟା ବ୍ୟବଧାନରେ ଲୋଶନ ବ୍ୟବହାର କରିପାରନ୍ତି।