ମଦ୍ୟପ ସ୍ୱାମୀଙ୍କୁ କେମିତି ଆଣିବେ ବାଟକୁ: ଜାଣନ୍ତୁ ୬ଟି ଟିପ୍ସ

ସ୍ୱାମୀ ମଦୁଆ ହେଲେ କଥା ସରିଲା। ସ୍ତ୍ରୀଟିକୁ ଘରର ସବୁ ଦାୟିତ୍ୱ ନେବାକୁ ପଡିଥାଏ । ତା’ସହ ସବୁଠୁ ବଡ ସମସ୍ୟା ପାଲଟିଥାଏ ସାମାଜିକ ଲଜ୍ଜା। ଏଥତ୍ପାଇଁ ଅନେକ ସମୟରେ ଘରେ ଝଗଡ଼ା ଲାଗିରହେ। ମାନସିକ ପୀଡ଼ା ସାଙ୍ଗକୁ ଆର୍ଥିକ ସମସ୍ୟା ବି ଦେଖା ଦେଇଥାଏ। ପିଲାମାନେ ମଧ୍ୟ ମଦୁଆ ବାପ ପାଇଁ ସାମାଜିକ ଲଜ୍ଜାର ସମ୍ମୁଖୀନ ହୋଇଥାନ୍ତି। ଏପରି ସ୍ଥିତିରେ କଣ କରିବେ ବୁଦ୍ଧିବାଟ ଦିଶେନି। ମଦୁଆ ସ୍ୱାମୀଙ୍କୁ ବାଟକୁ ଆଣିବାକୁ ପଢନ୍ତୁ କିଛି ଟିପ୍ସ। […]

drink -3

Rakesh Mallick
  • Published: Thursday, 22 June 2017
  • , Updated: 22 June 2017, 09:05 AM IST

ସ୍ୱାମୀ ମଦୁଆ ହେଲେ କଥା ସରିଲା। ସ୍ତ୍ରୀଟିକୁ ଘରର ସବୁ ଦାୟିତ୍ୱ ନେବାକୁ ପଡିଥାଏ । ତା’ସହ ସବୁଠୁ ବଡ ସମସ୍ୟା ପାଲଟିଥାଏ ସାମାଜିକ ଲଜ୍ଜା। ଏଥତ୍ପାଇଁ ଅନେକ ସମୟରେ ଘରେ ଝଗଡ଼ା ଲାଗିରହେ। ମାନସିକ ପୀଡ଼ା ସାଙ୍ଗକୁ ଆର୍ଥିକ ସମସ୍ୟା ବି ଦେଖା ଦେଇଥାଏ। ପିଲାମାନେ ମଧ୍ୟ ମଦୁଆ ବାପ ପାଇଁ ସାମାଜିକ ଲଜ୍ଜାର ସମ୍ମୁଖୀନ ହୋଇଥାନ୍ତି। ଏପରି ସ୍ଥିତିରେ କଣ କରିବେ ବୁଦ୍ଧିବାଟ ଦିଶେନି। ମଦୁଆ ସ୍ୱାମୀଙ୍କୁ ବାଟକୁ ଆଣିବାକୁ ପଢନ୍ତୁ କିଛି ଟିପ୍ସ।

୧. ଶ୍ରଦ୍ଧା ଓ ସମବେଦନାପୂର୍ବକ ସ୍ୱାମୀଙ୍କୁ ଠିକ୍ ବାଟରେ ଆଣିବାକୁ ଚେଷ୍ଟା କରିବା ଉଚିତ। ଏଥତ୍ପାଇଁ ଧୌର୍ଯ୍ୟ ଓ ସାହାସ ଦରକାର।

୨. ପ୍ରଥମେ ସ୍ୱାମୀଙ୍କୁ କୁସଙ୍ଗ ମେଳରୁ ଦୂରେଇ ରଖବା ଆବଶ୍ୟକ।

୩. ଅଧତ୍କ ସମୟ ବାହାରେ ବିନା କାରଣରେ ରହିବାର ସୁଯୋଗ ଦିଅନ୍ତୁ ନାହିଁ।

୪. ସ୍ୱାମୀଙ୍କ ପ୍ରତି ବିରକ୍ତ ହୋଇ କିମ୍ବା ରକ୍ଷକ ଭାବରେ ବାରମ୍ବାର ମଦ୍ୟପାନ କରିବାକୁ ବାରଣ କରନ୍ତୁ ନାହିଁ।

୫. ସ୍ୱାମୀ ଯେତିକି ସମୟ ଘରେ ରହୁଛନ୍ତି ତାଙ୍କ ସହ ହସଖୁସି ବାତାବରଣ ସୃଷ୍ଟି କରନ୍ତୁ।

୬. ପରିବାରର ସ୍ନେହ ଶ୍ରଦ୍ଧା ତଥା ନିଜର ଏକାନ୍ତ ଭଲପାଇବାର ପ୍ରତିଦାନରେ ଆକର୍ଷଣକୁ ନିଜ ପାଖରେ କେନ୍ଦ୍ରୀଭୂତ କରି ମଦ୍ୟପ ସ୍ୱାମୀଙ୍କୁ ଅନ୍ଧକାର ପଥରୁ ଫେରାଇ ‌ଆଣନ୍ତୁ।

Related story