ଶରୀରରେ କେମିତି ରକ୍ତ ବୃଦ୍ଧି ହୋଇ ପାରିବ, ଜାଣନ୍ତୁ କିଛି ଉପାୟ

ଆମ ଶରୀରରେ ରକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅମ୍ଲଜାନ ଭଳି ରକ୍ତ ଆମ ଶରୀରରେ ସେଲ ଗୁଡ଼ିକରେ ପ୍ରବାହିତ ହୋଇଥାଏ। ଏହି ରକ୍ତ ଅଭାବରୁ ମଣିଷ ଅନେକ ରୋଗରେ ପୀଡ଼ିତ ହୋଇଥାଏ। ସିକିଲ ସେଲ, ଆନେମିଆ ଆଦି ବିଭିନ୍ନ ରୋଗ ହେବାର ଆଶଙ୍କା ଥାଏ। ରକ୍ତହୀନତାରୁ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଏ। ଏହି କାରଣରୁ ବେଳେ ବେଳେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ତେବେ ଶରୀରରେ କିପରି ରକ୍ତ ବା ହିମଗ୍ଳୋବିନ ବୃଦ୍ଧି କରିହେବ ଆସନ୍ତୁ ଜାଣିବା। ୧- […]

How-To-Improve-Blood-Circulation-In-The-Body-800x423

Tapas Behera
  • Published: Thursday, 15 November 2018
  • , Updated: 15 November 2018, 01:42 PM IST

ଆମ ଶରୀରରେ ରକ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଅମ୍ଲଜାନ ଭଳି ରକ୍ତ ଆମ ଶରୀରରେ ସେଲ ଗୁଡ଼ିକରେ ପ୍ରବାହିତ ହୋଇଥାଏ। ଏହି ରକ୍ତ ଅଭାବରୁ ମଣିଷ ଅନେକ ରୋଗରେ ପୀଡ଼ିତ ହୋଇଥାଏ। ସିକିଲ ସେଲ, ଆନେମିଆ ଆଦି ବିଭିନ୍ନ ରୋଗ ହେବାର ଆଶଙ୍କା ଥାଏ। ରକ୍ତହୀନତାରୁ ଶରୀରରେ ରୋଗପ୍ରତିରୋଧକ ଶକ୍ତି କମିଯାଏ। ଏହି କାରଣରୁ ବେଳେ ବେଳେ ରୋଗୀ ମୃତ୍ୟୁମୁଖରେ ପଡ଼ିଥାଏ। ତେବେ ଶରୀରରେ କିପରି ରକ୍ତ ବା ହିମଗ୍ଳୋବିନ ବୃଦ୍ଧି କରିହେବ ଆସନ୍ତୁ ଜାଣିବା।

୧- ଜାମୁକୋଳିରେ କ୍ୟାଲସିୟମ, ପୋଟାସିୟମ, ଆଇରନ୍‌ ଓ ଭିଟାମିନ୍ସ  ଭଳି ପୋଷକ ତତ୍ତ୍ୱ ରହିଛି। ଏହାକୁ ଖାଇଲେ ରକ୍ତ ବୃଦ୍ଧି ହୋଇଥାଏ।

୨- ସୁଜିରେ ଅଧିକ ମାତ୍ରାରେ ଆଇରନ୍‌ ରହିଛି। ଏହା ଆନେମିଆ ବା ରକ୍ତହୀନତା ରୋଗଗରୁ ମୁକ୍ତି ଦେଇଥାଏ।

୩- ଏକ ଗ୍ଲାସ ଅଙ୍ଗୁର ଜୁସରେ ୨ ଚାମଚ ମହୁ ମିଶାଇ ପିଅନ୍ତୁ । ଏହା ଦ୍ୱାରା ରକ୍ତ ହୀନତା ଦୂର ହୋଇଯିବ ।

୪- ପାଳଙ୍ଗରେ ଆଇରନ, ଫାଇବର, କ୍ୟାଲସିୟମ ମାତ୍ରା ଅଧିକ ରହିଛି। ଯାହା ରକ୍ତ ବୃଦ୍ଧି କରିବାରେ ସହାୟକ ହୋଇଥାଏ।

୫- ସେହିପରି ହିମଗ୍ଳୋବିନ୍‌ ବୃଦ୍ଧି ପାଇଁ ମକା ବେଶ ଉପଯୋଗୀ।

Related story